ବିଚାର

ଯେତେବେଳେ ଏହି ଲୋକ ଚାହିଁଲା ହନୁମାନଙ୍କ ମୂର୍ତ୍ତି ଭାଙ୍ଗିବାକୁ ତା ପରେ ଯାହା ହେଲା ଦେଖି ଆପଣଙ୍କୁ ବି ବିଶ୍ୱାସ ହେବ ନାହିଁ

ହନୁମାନଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି କି କଳିଯୁଗର ସେ ଏକମାତ୍ର ଦେବତା ଅଟନ୍ତି ଯିଏକି ଅମର ଅଟନ୍ତି । ଆଜି ବି ହନୁମାନଙ୍କ ଅମର ହେବାର କିଛି ତଥ୍ୟ ଓ କାହାଣୀ ସାମ୍ନାକୁ ଆସିଥାଏ । ସେ କେତେବେଳେ ନିଜର ଭକ୍ତକୁ ସାହାର୍ଯ୍ୟ କରିବା କଥା ଶୁଣିବାକୁ ମିଳିଥାଏ ତ ଅନ୍ୟ ପଟେ କେତେ ଥର ତାଙ୍କର ପଦ ଚିହ୍ନ ଦେଖାଯାଏ । ଏମିତି ହିଁ ଗୋଟିଏ କଥା ଶୁଣିବାକୁ ମିଳିଛି । ଝାଡଖଣ୍ଡର ମୋହନପୁର ନାମକ ଏକ ଛୋଟ ଗାଁରେ ବହୁତ ପ୍ରାଚୀନ କାଳର ହାନୁମାନଙ୍କ ମନ୍ଦିର ଅଛି ।

ଏଠି ସର୍ବଦା ଭଗବାନ ହନୁମାନଙ୍କ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ଭିଡ ଲାଗିଥାଏ । ସବୁ ମଙ୍ଗଳବାର ଦିନ ଏଠି ପ୍ରସାଦ ବଣ୍ଟନ କରାଯାଏ । ହନୁମାନ ଜୟନ୍ତୀରେ ଏଠି ବହୁତ ବଡ ମେଳା ବି ଲାଗିଥାଏ । ହନୁମାନ ମନ୍ଦିର ପାଖାପାଖି ଥିବା ସବୁ ଗାଁରେ ଲୋକମାନଙ୍କ ମନରେ ହନୁମାନଙ୍କ ପ୍ରତି ଆସ୍ଥା ଥିଲା ।

ଲୋକମାନଙ୍କ କହିବାର ଥିଲା କି ଯଦି ହନୁମାନଙ୍କ ମନ୍ଦିରରେ ଯଦି ଆପଣ ନିଜର କିଛି ଇଚ୍ଛା ନେଇ ଯାଉଛନ୍ତି ତେବେ ହନୁମାନ ତାକୁ ନିଶ୍ଚିତ ରୂପରେ ପୁରା କରନ୍ତି । ପୁରା ଗାଁ ହସ ଖୁସିରେ ଦିନ କାଟୁଥିଲେ । କିଛି ଦିନ ପରେ ଏହି ଗାଁରେ ଜଣେ ବ୍ୟକ୍ତି ରହିବାକୁ ଆସିଲା । ସେ ମଦ ବିକ୍ରି କରୁଥିଲା । ସେ ଗାଁର ବଜାରରେ ଗୋଟିଏ ଦୋକାନ ଭଡାରେ ନେଇ ସେଠି ମଦ ବିକ୍ରି କରିବାକୁ ଲାଗିଲା । କିନ୍ତୁ ଗାଁରେ ପ୍ରାୟତଃ ଲୋକମାନେ ହନୁମାନଙ୍କ ଭକ୍ତ ଥିଲେ । ସେଥିପାଇଁ ତାର ଅଧିକ ମଦ ବିକ୍ରି ହେଉ ନ ଥିଲା ।

ଦିନ ବିତି ଚାଲିଲା ଓ ତାର ମଦ ସେମିତି କେବଳ ପଡି ପଡି ରହୁଥିଲା । ସେ ମାସକୁ ଏତେ ବି ମଦ ବିକ୍ରି କରି ପାରିଲା ନାହିଁ ଯାହା ଦ୍ଵାରା ସେ ଦୋକାନର ଭଡା ଦେଇ ପାରିବ । ସେ ଦିନେ ବହୁତ ରାଗିଗଲା ଓ ଚିନ୍ତା କରିଲା କି ଏଠି ହନୁମାନ ମନ୍ଦିର ଅଛି ସେଥିପାଇଁ ମୋର ମଦ ବିକ୍ରି ହେଉ ନାହିଁ । ଯଦି ମୁଁ ଏହି ମନ୍ଦିରରେ ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗି ଦେବି ତେବେ ଗାଁ ଲୋକମାନେ କାହାକୁ ବି ପୂଜା କରି ପାରିବେ ନାହିଁ ଓ ମୋର ମଦ ବି ଭଲ ବିକ୍ରି ହେବ । ସେ ଯୋଜନା କରିଲା କି ରାତି ଅଧରେ ଯେତେବେଳେ ସମସ୍ତେ ଶୋଇ ପଡିବେ ତେବେ ମୁଁ ବିଜୁଳି ତାରକୁ କାଟି ଦେବି ଓ ଏହି ସମୟରେ ମୁଁ ମୂର୍ତ୍ତିକୁ ଭାଙ୍ଗି ଦେବି ।

ସେ ଏହି କଥା ଚିନ୍ତା କରି କରି ଶୋଇ ପଡିଲା । କିନ୍ତୁ ସେ କେବେ ବି ଚିନ୍ତା କରି ନ ଥିଲା କି ସେ ଆଗକୁ ଯାଇ ବଡ ସଙ୍କଟରେ ପଡିବାକୁ ଯାଉଛି । ଆସନ୍ତା ଦିନ ସେ ଗାଁର ବିଜୁଳି କାଟି ବଡ ଶାବଳ ନେଇ ମନ୍ଦିର ଭିତରକୁ ପ୍ରବେଶ କରିଲା । ସେ ମୂର୍ତ୍ତି ଉପରେ ଯେମିତି ହିଁ ପ୍ରହାର କରିଛି ସେହି ସମୟରେ ଗୋଟିଏ ବହୁତ ବଡ ବିଜୁଳି ମାରିଲା ।

ସେ ଅଳ୍ପ ଭୟଭୀତ ହେଲା ଓ ଏହା ମଧ୍ୟରେ ହନୁମାନଙ୍କ ହାତରେ ଥିବା ଗଦା ତଳେ ପଡିଗଲା । ହନୁମାନଙ୍କ ମୂର୍ତ୍ତିରୁ ଗୋଟିଏ ଦିବ୍ୟ ଆଲୋକ ବାହାରିଲା । ବ୍ୟକ୍ତି ଜଣକ ବୁଝି ଗଲା କି ଏହା କୌଣସି ସାଧାରଣ ମୂର୍ତ୍ତି ନୁହେଁ । ସେ କେବଳ ମନ୍ଦିର ନୁହେଁ ସେହି ଗାଁକୁ ବି ଛାଡି ଦେଲା । ଗାଁ ଲୋକମାନେ ବି ଏହି ଘଟଣା ବିଷୟରେ ଜାଣି ପାରିଲେ । କମେଣ୍ଟ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button