ଦେଶ ବିଦେଶ

ଚେହେରାରେ ଚମକ ଆଣିଥାଏ ବିରିଡାଲି ଫେସପ୍ୟାକ୍‌, ଜାଣନ୍ତୁ କେମିତି କରିବେ ବ୍ୟବହାର

ଭାରତୀୟ ଭୋଜନରେ ଡାଲିର ବେଶ ମହତ୍ତ୍ୱ ରହିଥାଏ। ଏଥିରେ ଥିବା ଭିଟାମିନ ଏବଂ ପ୍ରୋଟିନ ଶରୀର ପାଇଁ ବେଶ ଲାଭକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ବିରିଡାଲିକୁ ମଧ୍ୟ ଆପଣ ସୁନ୍ଦରତା ପାଇଁ ବ୍ୟବହାର କରିପାରିବେ। ଆପଣ ନିଜ ଚେହେରାରେ ବିରି ଡାଲିକୁ ଏମିତି ଭାବେ ବ୍ୟବହାର କରିପାରିବେ, ଫଳରେ ଏହା ଚେହେରାରୁ ସୁନ୍ଦରତା ବଜାୟ ରଖିବାରେ ସାହାଯ୍ୟ କରିଥିଲେ। ଆସନ୍ତୁ, ଜାଣିବା କେମିତି ବ୍ୟବହାର କରିବେ ବିରି ଡାଲି..

dal

ଟୋନିଂ କରିବା ପାଇଁ : ବିରି ଡାଲିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଥାଏ। ଟ୍ୟାନ୍‌ରୁ ରକ୍ଷା ପାଇବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ। ୧/୨ କପ ଡାଲିକୁ ରାତିସାରା ପାଣି ଭିଜାଇ ଦିଅନ୍ତୁ। ସକାଳୁ ଉଠି ଏହାକୁ ପେଷ୍ଟ କରିଦିଅନ୍ତୁ। ଏଥିରେ ୧/୨ ଚାଉଳ ଗୁଣ୍ଡ ମିଶାଇ ଏବଂ ଚାମଚ ଲେମ୍ବୁ ଚୁପୁଡିଦିଅନ୍ତୁ। ଏହାକୁ ଏକାଠି ମିଶାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ଧୋଇଦିଅନ୍ତୁ।

33

ତ୍ୱଚାରୁ ଦାଗ ଦୂର କରିବା ପାଇଁ : ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯୋଗୁଁ ଦାଗ ଦୂର କରିବାରେ ବେଶୀ ପ୍ରଭାବୀ ହୋଇଥାଏ। ଏହା ତ୍ୱଚାରେ ହେଲଥି ଗ୍ଲୋ ଆଣିଥାଏ। ୧/୨ କପ ବିରି ଡାଲିକୁ ରାତିରେ ଭିଜାଇ ସକାଳୁ ପେଷ୍ଟ କରିଦିଅନ୍ତୁ। ଏଥିରେ ଏକ ଚାମଚ ଚାଉଳ ପେଷ୍ଟ ମିଶାଇ ଭଲଭାବେ ପେଷ୍ଟ କରି ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହାକୁ ଚେହେରାରେ ଲଗାଇ ୧୫ ମିନିଟ୍‌ ପରେ ରଗଡି ସଫା କରିଦିଅନ୍ତୁ। ଉଜ୍ୱଳ ତ୍ୱଚା ପାଇବା ପାଇଁ ସପ୍ତାହକୁ ଦୁଇଥର ଏପରି କରନ୍ତୁ।

dal 1

ବ୍ରଣ ପାଇଁ : ଏଥିରେ ଆଣ୍ଟିସପ୍ଟିକ ଗୁଣ ମଧ୍ୟ ଭରି ରହିଥାଏ। ତେଣୁ ବ୍ରଣ ଭଳି ବ୍ୟାକ୍ଟେରିଆଲ ସମସ୍ୟାରୁ ମୁକ୍ତି ଦେଇଥାଏ। ୨ ଚାମଚ ଡାଲିକୁ ରାତିରେ ଭିଜାଇ ରଖିବା ପରେ ଏହାକୁ ସକାଳୁ ପେଷ୍ଟ କରି ୨ ଚାମଚ ଗୋଲାପ ଜଳ ଏବଂ ୧ ଚାମଚ ଗ୍ଲିସେରିନ ଏବଂ ୨ ଚାମଚ ବାଦାମ ତେଲ ମିଶାଇ ଦିଅନ୍ତୁ। ଏହାକୁ ୩୦ ମିନିଟ ଲଗାଇବା ପରେ ଧୋଇ ଦିଅନ୍ତୁ।

ସ୍କ୍ରବ : ବିରି ଡାଲିରେ ଆପଣ ସ୍କ୍ରବ ମଧ୍ୟ କରିପାରିବେ। ଯାହା ଟୋନିଂ କରିବା ସହିତ ପୋର୍ସକୁ ମଧ୍ୟ ସଫା କରିଦିଏ। ଏଥିପାଇଁ ୨ ଚାମଚ ବିରି ପେଷ୍ଟରେ ୨ ଚାମଚ କ୍ଷୀର, ୨ ଚାମଚ ଘିଅ ମିଶା ଇ ୩୦ ମିନିଟ ପର୍ଯ୍ୟନ୍ତ ସ୍କ୍ରବ କରନ୍ତୁ। ତା’ ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button