ଓଡିଶା

୨୪୭ କୋଟି ଟଙ୍କାର ଝୋଟ ବ୍ୟାଗ୍ ବାଣ୍ଟିଥିଲେ ପୂର୍ବ ସରକାର

ତ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଝୋଟ ବ୍ୟାଗ୍ ବାଣ୍ଟିଥିଲେ। ଏହା ବାବଦକୁ ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୨୯୭ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଏହି ପରିବାରଗୁଡ଼ିକୁ ୧ ହଜାର ଟଙ୍କା ବଣ୍ଟନ କରାଯାଇଥିବା ବେଳେ ଏଥିପାଇଁ ଖର୍ଚ୍ଚ ହୋଇଛି ୯୫୯ କୋଟି ୫ ଲକ୍ଷ ୨୬ ହଜାର ଟଙ୍କା।

ବିଧାୟକ ଅମରେନ୍ଦ୍ର ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ରଖିଛନ୍ତି ଏହି ତଥ୍ୟ। ତେବେ ଯେଉଁମାନେ ଏଥିରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ସେଗୁଡ଼ିକୁ ପ୍ରଦାନ କରିବା ପାଇଁ ବର୍ତ୍ତମାନ କିଛି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟ କଲ୍ୟାଣ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ଅନୁଗୋଳରେ ୭ କୋଟି ୧୬ ଲକ୍ଷ ୯୭ ହଜାର ୬୦୭ ଟଙ୍କାର ଝୋଟ ବ୍ୟାଗ ବଣ୍ଟନ କରାଯାଇଥିବା ବେଳେ ବାଲେଶ୍ୱରରେ ୧୩ କୋଟି ୪୦ ଲକ୍ଷ ୬ ହଜାର ୩୪୪, ବରଗଡ଼ରେ ୯ କୋଟି ୧୯ ଲକ୍ଷ ୬ ହଜାର ୮୫୪, ଭଦ୍ରକରେ ୮ କୋଟି ୩୮ ଲକ୍ଷ ୧୯ ହଜାର ୯୫୧, ବଲାଙ୍ଗିରରେ ୧୧ କୋଟି ୧୬ ଲକ୍ଷ ୮୦ ହଜାର ୭୮୨, ବୌଦ୍ଧରେ ୨ କୋଟି ୭୯ ଲକ୍ଷ ୫୯ ହଜାର ୩୫୯, କଟକରେ ୧୩ କୋଟି ୧୦ ଲକ୍ଷ ୬୦ ହଜାର ୪୧, ଦେବଗଡ଼ରେ ୨ କୋଟି ୩ ଲକ୍ଷ ୩୯ ହଜାର ୩୩୨, ଢେଙ୍କାନାଳରେ ୭ କୋଟି ୪୮ ଲକ୍ଷ ୩୭ ହଜାର ୩୩୬, ଗଜପତିରେ ୨ କୋଟି ୮୧ ଲକ୍ଷ ୩୬ ହଜାର ୪୧୫, ଗଞ୍ଜାମରେ ୨୦ କୋଟି ୨୩ ଲକ୍ଷ ୭୧ ହଜାର ୩୦୨, ଜଗତସିଂହପୁରରେ ୫ କୋଟି ୧୩ ଲକ୍ଷ ୨୫ ହଜାର ୯୭୪, ଯାଜପୁରରେ ୧୦ କୋଟି ୭୮ ଲକ୍ଷ ୯୧ ହଜାର ୫୦୨, ଝାରସୁଗୁଡ଼ାରେ ୨ କୋଟି ୯୯ ଲକ୍ଷ ୨୦ ହଜାର ୬୮, କଳାହାଣ୍ଡିରେ ୧୦ କୋଟି ୭୫ ଲକ୍ଷ ୧୯ ହଜାର ୭୦୩, କନ୍ଧମାଳରେ ୪ କୋଟି ୭୦ ଲକ୍ଷ ୫୪ ହଜାର ୧୭୨, କେନ୍ଦ୍ରାପଡ଼ାରେ ୯ କୋଟି ୨୬ ଲକ୍ଷ ୬୬ ହଜାର ୨୫୩, କେନ୍ଦୁଝରରେ ୧୦ କୋଟି ୯୩ ଲକ୍ଷ ୬୧ ହଜାର ୨୫୦, ଖୋର୍ଦ୍ଧାରେ ୧୦ କୋଟି ୧୨ ଲକ୍ଷ ୪୦ ହଜାର ୨୫୪, କୋରାପୁଟରେ ୯ କୋଟି ୬୮ ଲକ୍ଷ ୫୭ ହଜାର ୮୬, ମାଲକାନଗିରିରେ ୩ କୋଟି ୯୫ ଲକ୍ଷ ୪୩ ହଜାର ୯୫୨, ମୟୁରଭଞ୍ଜରେ ୧୫ କୋଟି ୭୯ ଲକ୍ଷ ୧୮ ହଜାର ୨୫୩, ନବରଙ୍ଗପୁରରେ ୮ କୋଟି ୨୧ ଲକ୍ଷ ୮ ହଜାର ୭୯୧, ନୟାଗଡ଼ରେ ୫ କୋଟି ୬୮ ଲକ୍ଷ ୮୧ ହଜାର ୬୭୬, ନୂଆପଡ଼ାରେ ୪ କୋଟି ୪୫ ଲକ୍ଷ ୩୩ ହଜାର ୭୦୫, ପୁରୀରେ ୯ କୋଟି ୫୦ ଲକ୍ଷ ୫ ହଜାର ୭୬୭, ରାୟଗଡ଼ାରେ ୬ କୋଟି ୫୮ ଲକ୍ଷ ୮୩ ହଜାର ୬୫୪, ସମ୍ବଲପୁରରେ ୫ କୋଟି ୮୯ ଲକ୍ଷ ୫୨ ହଜାର ୯୫୩, ସୋନପୁରରେ ୩ କୋଟି ୯୩ ଲକ୍ଷ ୮ ହଜାର ୩୩୫ ଓ ସୁନ୍ଦରଗଡ଼ରେ ୧୧ କୋଟି ୧୮ ଲକ୍ଷ ୭୫ ହଜାର ୬୧୨ ଟଙ୍କା ଝୋଟ ବ୍ୟାଗ୍ ବାଣ୍ଟିବା ପାଇଁ ଖର୍ଚ୍ଚ ହୋଇଛି। ଏହିପରି ମୋଟ ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୨୯୭ ଟଙ୍କା ଖର୍ଚ୍ଚ କରାଯାଇଛି।

ଅନୁଗୋଳ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଗୁଡ଼ିକୁ ୨୭ କୋଟି ୫୬ ଲକ୍ଷ ୫୬ ହଜାର ବଣ୍ଟନ କରାଯାଇଥିବା ବେଳେ ବାଲେଶ୍ୱରରେ ୫୧ କୋଟି ୭୭ ଲକ୍ଷ ୬୦ ହଜାର, ବରଗଡ଼ରେ ୩୫ କୋଟି ୮୬ ଲକ୍ଷ ୫୮ ହଜାର, ଭଦ୍ରକରେ ୩୨ କୋଟି ୬୦ ଲକ୍ଷ ୧୪ ହଜାର, ବଲାଙ୍ଗିରରେ ୪୪ କୋଟି ୪୦ ଲକ୍ଷ ୫୯ ହଜାର, ବୌଦ୍ଧରେ ୧୧ କୋଟି ୧ ଲକ୍ଷ ୧୨ ହଜାର, କଟକରେ ୫୦ କୋଟି ୫୫ ଲକ୍ଷ ୩୧ ହଜାର, ଦେବଗଡ଼ରେ ୭ କୋଟି ୮୨ ଲକ୍ଷ ୭୪ ହଜାର, ଢେଙ୍କାନାଳରେ ୨୮ କୋଟି ୭୬ ଲକ୍ଷ ୮୨ ହଜାର, ଗଜପତିରେ ୧୪ କୋଟି ୪୮ ଲକ୍ଷ ୨୫ ହଜାର, ଗଞ୍ଜାମରେ ୭୬ କୋଟି ୬୭ ଲକ୍ଷ ୪୫ ହଜାର, ଜଗତସିଂହପୁରରେ ୨୩ କୋଟି ୯୯ ଲକ୍ଷ ୬୭ ହଜାର, ଯାଜପୁରରେ ୪୧ କୋଟି ୬୮ ଲକ୍ଷ ୬୧ ହଜାର, ଝାରସୁଗୁଡ଼ାରେ ୧୧ କୋଟି ୫୪ ଲକ୍ଷ ୨୯ ହଜାର, କଳାହାଣ୍ଡିରେ ୪୧ କୋଟି ୬୬ ହଜାର, କନ୍ଧମାଳରେ ୧୭ କୋଟି ୯୮ ଲକ୍ଷ ୭୦ ହଜାର, କେନ୍ଦ୍ରାପଡ଼ାରେ ୩୨ କୋଟି ୮ ଲକ୍ଷ ୧୩ ହଜାର, କେନ୍ଦୁଝରରେ ୪୧ କୋଟି ୯୫ ଲକ୍ଷ ୩୨ ହଜାର, ଖୋର୍ଦ୍ଧାରେ ୩୯ କୋଟି ୬୪ ଲକ୍ଷ ୯୫ ହଜାର, କୋରାପୁଟରେ ୩୬ କୋଟି ୯୨ ଲକ୍ଷ ୫୩ ହଜାର, ମାଲକାନଗିରିରେ ୧୫ କୋଟି ୩୧ ଲକ୍ଷ ୩୬ ହଜାର, ମୟୁରଭଞ୍ଜରେ ୬୦ କୋଟି ୯୪ ଲକ୍ଷ ୯୬ ହଜାର, ନବରଙ୍ଗପୁରରେ ୩୧ କୋଟି ୬୬ ଲକ୍ଷ ୩ ହଜାର, ନୟାଗଡ଼ରେ ୨୨ କୋଟି ୨୦ ଲକ୍ଷ ୧୦ ହଜାର, ନୂଆପଡ଼ାରେ ୧୭ କୋଟି ୪୩ ଲକ୍ଷ ୫୯ ହଜାର, ପୁରୀରେ ୩୬ କୋଟି ୬୮ ଲକ୍ଷ ୬୭ ହଜାର, ରାୟଗଡ଼ାରେ ୨୫ କୋଟି ୨୭ ଲକ୍ଷ ୯୫ ହଜାର, ସମ୍ବଲପୁରରେ ୨୨ କୋଟି ୭୩ ଲକ୍ଷ ୭୧ ହଜାର, ସୋନପୁରରେ ୧୫ କୋଟି ୨୧ ଲକ୍ଷ ୮୨ ହଜାର ଓ ସୁନ୍ଦରଗଡ଼ରେ ୪୩ କୋଟି ୨୧ ଲକ୍ଷ ୨ ହଜାର ଟଙ୍କା ବଣ୍ଟାଯାଇଛି।

ସୂଚନାଯୋଗ୍ୟ, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗତ ଫେବ୍ରୁଆରୀ ମାସରେ ତତ୍କାଳୀନ ସରକାର ରାଜ୍ୟର ୯୫.୯୦ଲକ୍ଷ ପରିବାର (ଖାଦ୍ୟ ସୁରକ୍ଷା ହିତାଧିକାରୀ) କୁ ହଜାରେ ଟଙ୍କା ଲେଖାଏଁ ସହ ୨ଟି ଝୋଟ ବ୍ୟାଗ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ଏହା ବାବଦକୁ ମୋଟ ୧୨୩୭.୭୪କୋଟି ଟଙ୍କା ବ୍ୟୟ କରାଯିବ ବୋଲି ସେତେବେଳେ ସୂଚନା ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button