ବିଚାର

ଏହି ଉପାୟ ଦ୍ବାରା ଦୂର କରିପାରିବେ କାକୁଡିର ପିତା ଅଂଶ, ଜାଣନ୍ତୁ କେମିତି

ସାଧାରଣତଃ କାକୁଡି ସମସ୍ତଙ୍କୁ ବହୁତ ପସନ୍ଦ। ଏହି ଋତୁରେ କାକୁଡି ସମସ୍ତଙ୍କ ଖାଇବା ଥାଳିରେ ନିଶ୍ଚୟ ରହିଥାଏ। ଡାକ୍ତର ମାନେ ଗରମ ଦିନରେ ବହୁତ କାକୁଡି ଖାଇବାକୁ ପରାମର୍ଶ ଦେଇଥାନ୍ତି। କାରଣ କାକୁଡିରେ ଜଳୀୟ ଅଂଶ ବହୁତ ପରିମାଣରେ ଥାଏ। ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ କାକୁଡି ବହୁତ ଲାଭଦାୟକ ହୋଇଥାଏ। କାକୁଡିରେ ଅନେକ ପ୍ରକାରର ଭିଟାମିନ୍ସ , ମିନେରାଲ୍ସ ଏବଂ ଇଲେକ୍ଟ୍ରେଲାଇଟ୍ସ ରହିଥାଏ। କୋଲେଷ୍ଟ୍ରଲକୁ କମ୍ କରିବା ପାଖରୁ ନେଇ ପାଚନକୁ ଠିକ ରଖିବାରେ ଏହା ବହୁତ ସାହାଯ୍ୟ କରିଥାଏ। କାକୁଡି ଖାଇଲା ବେଳେ କେତେକ ଥର ପିତା କାକୁଡିକୁ ଖାଇଦେଇଥାନ୍ତି। ଏମିତିରେ ପାଟିର ସ୍ବାଦ ପୂରାପୂରି ଭାବରେ ଖରାପ ହୋଇଯାଇଥାଏ।

cocumberକାକୁଡି ପ୍ରାକ୍ରୁତିକ ରୂପରେ ପିତା ହୋଇଥାଏ। ଏଥିରେ ଥିବା କିଛି କେମିକାଲ୍ସ ଏହାର ପିତା ହେବାର କାରଣ ଅଟେ। ତାପମାନ କାରଣରୁ ମଧ୍ୟ ଏହା ପିତା ହୋଇଯାଇଥାଏ। ଏମିତି ପରିସ୍ଥିତିରେ କିଛି ଘରୋଇ ଉପଚାର ଦ୍ବାରା କାକୁଡିର ପିତାକୁ ଦୁର କରାଯାଇ ପାରିବ। ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର କଣ ?

-କାକୁଡିରେ ପିତାକୁ ଦୂର କରିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ତାକୁ ଉପର ପଟରୁ ଅଳ୍ପ କାଟି ଦିଅନ୍ତୁ। ଏବେ କାକୁଡି ଉପରେ ଲୁଣ ଲଗାଇ କଟା ଯାଇଥିବା କାକୁଡିର ଛୋଟ ଖଣ୍ଡକୁ ଏଥିରେ ଘଷନ୍ତୁ। ଏହା ପରେ ତୁରନ୍ତ ଫେଣ ବାହାରିବା ଆରମ୍ଭ ହୋଇଯିବ। ଏହିପରି ଭାବରେ କାକୁଡିର ତଳ ପଟକୁ କାଟି ଲୁଣ ଲଗାଇ ଘଷନ୍ତୁ। ଆପଣ ଚାହିଁବେ ତ ଏହାକୁ ବିନା ଲୁଣ ଦ୍ବାରା ମଧ୍ୟ ଘଷି ପାରିବେ। ବର୍ତ୍ତମାନ କାକୁଡିକୁ ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଦେଖିବେ କାକୁଡି ପିତା ଲାଗିବ ନାହିଁ।

img_1508-001-କାକୁଡିକୁ ଦୁଇ ଲମ୍ବା କରି କାଟି ଦିଅନ୍ତୁ। ଏହାପରେ ଦୁଇ ଲମ୍ବା ହୋଇଥିବା ଅଂଶରେ ଲୁଣ ଲଗାଇ ଗୋଟିଏକୁ ଅନ୍ୟଟି ସହିତ ଘଷନ୍ତୁ। ଆପଣ ଦେଖିବେ ଯେ କିଛି ଧଳା ଧଳା ଫେଣ ବାହାରିବ। ଏହି ପ୍ରକ୍ରୀୟାକୁ ୨ରୁ୩ ଥର କରନ୍ତୁ ଏବଂ ଏହାକୁ ଧୋଇ ଖାଆନ୍ତୁ। ଏବେ ଦେଖିବେ କାକୁଡି ପିତା ଲାଗିବ ନାହିଁ।

-କାକୁଡିର ତଳ ପଟକୁ କାଟି ଦିଅନ୍ତୁ। ଏହାପରେ କାକୁଡିର ଚୋପା ଛଡାଇ ଦିଅନ୍ତୁ। ଏହାକୁ କାଟିବା ପୂର୍ବରୁ ଏଥିରେ ଛୋଟ ଛୋଟ ଛେଦ କରିଦିଅନ୍ତୁ। ଏପରି କରିବା ଦ୍ବାରା କାକୁଡି ପିତା ଲାଗିନଥାଏ। ଏହାପରେ ଆପଣ କାକୁଡିକୁ ଧୋଇ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button