ଲକଡାଉନ ସମୟରେ ଲୋକଙ୍କ ଏହି କାମରେ ରାଗିଲେ ପିଏମ ମୋଦୀ, ଲେଖିଲେ ଟ୍ବିଟ

ଦେଶ ରେ ବ୍ୟାପ୍ତ କରୋନା ଅବସ୍ତା ଦେଖି ଭାଇରସ ସଂକ୍ରମଣ ମାମଲା ଦେଖି ଏହି ଦେଶରେ ସାରା ରାଜ୍ୟରେ ଲକଡାଉନ ଆଦେଶ କରା ଯାଇଛି, ଏମିତି ପରିସ୍ଥିତି ରେ ମଧ୍ୟ ଲୋକ ଏହି ଲକଡାଉନ ର ମଧ୍ୟ ପାଳନ କରୁ ନାହାନ୍ତି, ଏହା ଦେଖି ପିଏମ ମୋଦୀ ଚିନ୍ତିତ ହୋଇ ଏକ ଟ୍ବିଟ କରିଛନ୍ତି । ଯାହା ଶୁଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ ଅଟେ ବହୁତ ଲୋକ ଲକଡାଉନ ସମୟରେ ମଧ୍ୟ ବାହାରେ ବିନା କାରଣରେ ବୁଲୁଛନ୍ତି ।
ଏହି ଭଳି ପରିସ୍ଥିତି ରେ ଲୋକଙ୍କୁ ନିଜେ ସାବଧାନ ରହିବା ଉଚିତ, ଏହି ଭଳି ସମୟରେ ଭାଇରସ ସହ ଲଢିବା ପାଇଁ ସରକାର ନୂଆ ନୂଆ ରାସ୍ତା ଖୋଜୁଅଛି ।
ତେବେ ଏହି ଲକଡାଉନ ନମାନିବା ପାଇଁ ପିଏମ ମୋଦୀ ଟ୍ବିଟ ରେ ଲେଖିଛନ୍ତି – ଲକଡାଉନକୁ ଏବେ ବି କେତେ ଲୋକ ଗମ୍ଭୀରତା ସହ ନଉ ନାହାନ୍ତି, କୃପା କରି ନିଜକୁ ବଞ୍ଚାନ୍ତୁ, ନିଜ ପରିବାର ଲୋକଙ୍କୁ ବଞ୍ଚାନ୍ତୁ, ନିର୍ଦେଶ ଗମ୍ଭୀରତା ସହ ପାଳନ କରନ୍ତୁ । ରାଜ୍ୟ ସରକାର ଠାରୁ ଅନୁରୋଧ କରିଛନ୍ତି ଯେ ନିୟମ ଓ ଆଇନ ପାଳନ କରାନ୍ତୁ ।” ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବହୁତ ଶୀଘ୍ର ବଢିବାକୁ ଲାଗିଛି, ବର୍ତମାନ ସ୍ଥିତିରେ ଦେଶ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଯାଇ ୫୬୦ ଠାରୁ ଅଧିକ ହୋଇ ଗଲାଣି ।

ଦେଶରେ କରୋନା ଠାରୁ ମୃତ୍ୟୁ ସଂଖ୍ୟା ୧୦ ଅଟେ, ଲକଡାଉନ ପାଇଁ ସମସ୍ତଙ୍କୁ ଅସୁବିଧା ହଉଛି, କିନ୍ତୁ ଏହି ଅସୁବିଧା ଆପଣଙ୍କୁ ବଞ୍ଚେଇ ରଖିବା ପାଇଁ ଆବଶ୍ୟକ ଅଟେ ସେଥିପାଇଁ ସରକାର କଥା ମାନନ୍ତୁ ଓ ନିଜ ନିଜ ଘରେ ସୁରକ୍ଷିତ ରହିବା ପାଇଁ ଚେଷ୍ଟା କାରନ୍ତୁ ଏହି ନିୟମ ଆପଣଙ୍କ ସୁରକ୍ଷା ପାଇଁ ଅଟେ । ତେଣୁ ଏହାକୁ ଗମ୍ଭୀରତା ସହ ନିଅନ୍ତୁ ଓ ନିଜ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବଞ୍ଚାନ୍ତୁ ।


