ଦେଶ ବିଦେଶ

“ମୋ ଭଉଣୀ ଚୁନିକୁ ବହୁତ ଖୋଜିଲେ ରାଷ୍ଟ୍ରପତି, ତାଙ୍କୁ ଦେଖା କରି ବହୁତ ଖୁସି ଲାଗିଲା, ଆମକୁ ଗର୍ବ ଅନୁଭବ ହେଉଛି କି ଆମ ସାଙ୍ଗ…”

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ଦିନ ନିମନ୍ତେ ଓଡିଶାଗ୍ରସ୍ତରେ ଆସିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ କାଳିଆ ସାଆନ୍ତ କୁ ଦର୍ଶନ କରିବା ସହିତ ସେ ନିଜ ସ୍କୁଲ କଲେଜ ପରିଭ୍ରମଣ ନିଜମନତେ ଯାଇଥିଲେ । ସେଠାରେ ନିଜ ସାଙ୍ଗସାଥୀ ମାନଙ୍କୁ ଭେଟିଥିଲେ । ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ନିଜ ଆଖି ସମ୍ମୁଖରେ ଏହିଭଳି ଭାବରେ ଦେଖି ତାଙ୍କ ସାଙ୍ଗମାନେ ବେସ ଖୁସ ଥିଲେ ।

ସେମାନେ କହିଥିଲେ ଯେ ଆମେ କେବେ ଚିନ୍ତା କରି ନଥିଲୁ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଆମ୍ଭେମାନେ ଏହିଭଳି ଭାବରେ ଦେଖିବୁ ବୋଲି । ତେବେ ଆସନ୍ତୁ ଜାଣିନେବା ତାଙ୍କ ସାଙ୍ଗମାନେ କ’ଣ କହିଛନ୍ତି । ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ ଘନିଷ୍ଠ ସାଙ୍ଗ କହିଛନ୍ତି ଯେ ଆମେ ମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ବହୁତ ପାଖରୁ ଦେଖିଲୁ ଆମକୁ ବେସ ଭଲ ଲାଗିଲା ।

ମାତ୍ର ତାଙ୍କ ଭଉଣୀ ଆସି ନ ପାରିଥିବାରୁ ରାଷ୍ଟ୍ରପତିଙ୍କର ପ୍ରଥମ ପ୍ରଶ୍ନ ଥିଲା ଯେ ଚୁନି କାଇଁ ? ସାଙ୍ଗ ଜଣଙ୍କ କହିଥିଲେ ଯେ ତାଙ୍କ ଭଉଣୀ ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନେ ରଖିପାରିଛନ୍ତି ବୋଲି ସେ ବହୁତ ଖୁସି ଅଛନ୍ତି । ତାଙ୍କ ଭଉଣୀ ବାହାରକୁ ଯାଇଥିବାରୁ ସେ ଆସିପାରିନଥିଲେ ଏବଂ ସବୁ ସାଙ୍ଗମାନେ ସମୟ ବିତାଇପାରିନଥିବାରୁ ମନରେ ଟିକିଏ ଦୁଃଖ ରହିଗଲା ସେମାନଙ୍କର ବୋଲି କହିଛନ୍ତି ।

ଚୁନି ହେଉଛନ୍ତି ରାଷ୍ଟ୍ରପତି ଙ୍କ ପିଲାଦିନ ସାଙ୍ଗ । ମାତ୍ର ତାଙ୍କୁ କିଛି କହିବାକୁ ଆଉ ଚାନ୍ସ ପାଇ ନଥିଲେ । ତାଙ୍କୁ ବହୁତ ଖୁସି ଲାଗୁଛି ବୋଲି ସେ କହିଲେ ଏବଂ ତାଙ୍କର ମନଦୁଃଖ ଯେ ସେ ଗୋଟିଏ ଫଟୋ ଉଠାଇ ପାରିଲେ ନାହିଁ । ପ୍ରୋଟୋକଲରେ ରହି ଫଟୋ ଉଠିଛି ମାତ୍ର ଯେଉଁଭଳି ଭାବରେ ଫଟୋ ଉଠିବା କଥା ସେହିଭଳି ଭାବରେ ଉଠି ପାରି ନଥିଲା । ଏଥିନିମନ୍ତେ ସେମାନଙ୍କ ମନ ବେସ ଦୁଃଖ ବୋଲି କହିଥିଲେ । ମାତ୍ର ଇଚ୍ଛା ଥିଲା ଯେ ସେ ଆହୁରୀ ସମୟ ତାଙ୍କ ସହିତ ବିତେଇଥାନ୍ତେ ତଥା ତାଙ୍କ ସହିତ ଆହୁରୀ କଥା ହୋଇଥାନ୍ତେ ବୋଲି ଇଛା ଥିଲା ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହଷ୍ଟେଲ ଯାଇ ବୁଲିଲେ ଏବଂ ସ୍କୁଲ ମଧ୍ୟ ବୁଲିଲେ । ସାଙ୍ଗ ମାନେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ଖାଇବାରେ କେଉଁଟାରେ ମଧ୍ୟ କୌଣସି ବାରଣ ନାହିଁ । ତାଙ୍କୁ ଯାହା ମଧ୍ୟ ଖାଇବାକୁ ଦେଲେ ସେ ଖାଇବାରେ ସଙ୍କୋଚ କରୁନଥିଲେ କେବେ । ସେ ବହୁତ ସାଧାରଣ ମଣିଷ ଅଟନ୍ତି ଏବଂ ତାଙ୍କ ଭଳି ହୃଦୟବାନ ଲୋକେ ଏତେ ସହଜରେ ଜଗତରେ ଖୋଜିଲେ ମଧ୍ୟ ମିଳିବେ ନାହିଁ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button