ବିଚାର

ସଂଧ୍ୟାରେ ବନାନ୍ତୁ ‘ନଡିଆ ବର୍ଫି’, ସ୍ୱାଦ ପୂରା ଜବରଦସ୍ତ

ଥଣ୍ଡାର ଏହି ଋତୁରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗରମ ରେସିପି ଖାଇବାକୁ ଭଲ ଲାଗିଥାଏ ଆଜି ଏଥିପାଇଁ ଆପଣଙ୍କ ପାଇଁ କୋକନଟ୍‌ ବର୍ଫି’ବନାଇବାର ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଚିନି – ଗୋଟେ ପାତ୍ର
ଖରବୁଜ ମଞ୍ଜି – ୧/୨ ପାତ୍ର
କୋରା ନଡିଆ – ଗୋଟେ ପାତ୍ର
ଗୋନ୍ଦ – ୧/୪ ପାତ୍ର
ଦେଶୀ ଘିଅ – ୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ପ୍ୟାନରେ ଚିନି ପକାନ୍ତୁ।
-ଏହାପରେ ଏଥିରେ ପାଣି ମିଶାନ୍ତୁ ଏବଂ ସିରା ବନାନ୍ତୁ।
-ଏବେ ଏଥିରେ ଖରବୁଜ ମଞ୍ଚି, କୋରା ନଡିଆ, ଗୋନ୍ଦ ଏବଂ ଦେଶୀ ଘିଅ ପକାଇ ଦୁଇ ମିନିଟ୍‌ ଭାଜନ୍ତୁ।
-ପ୍ଲେଟରେ ଦେଶୀ ଘିଅ ଲଗାଇ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ସେଥିରେ ରଖନ୍ତୁ।
-ସେଟ ହେବା ପରେ ଏହାକୁ ଆକାର ଦେଇ କାଟି ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button