ବିଚାର

ଘୋଳ ଦହି ନା ଲସି, ଜାଣନ୍ତୁ ଓଜନ କମ୍‌ କରିବାକୁ କ’ଣ ପିଇବା ଦରକାର

ପେଟର ଯାବତୀୟ ସମସ୍ୟା ଦୂର କରିବାକୁ ଲୋକମାନେ ଦହି କିମ୍ବା ଘୋଳ ଦହି ସେବନ କରିଥାଆନ୍ତି। ଏହା ପେଟକୁ ଥଣ୍ଡା ରଖିବା ସହ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ। ଦହିରେ ଥିବା ଭଲ ବ୍ୟାକ୍ଟେରିଆ ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିଥାଏ। ଏଣୁ ଉତ୍ତର ଭାରତରେ ପ୍ରାୟ ସବୁ ଘରେ ଖାଇବା ସହ ଘୋଳ ଦହି, ଲସି କିମ୍ବା ରାଇତା ପିଇବାକୁ ଲୋକେ ପସନ୍ଦ କରନ୍ତି। କେବଳ ପେଟ ଥଣ୍ଡା ପାଇଁ ନୁହେଁ ବରଂ ଓଜନ କମ୍‌ କରିବାରେ ମଧ୍ୟ ଦହି ସାହାଯ୍ୟ କରେ। ତେବେ ଆଜି ଆସନ୍ତୁ ଜାଣିବା ଘୋଳ ଦହି ପିଇଲେ ନା ଖାଲି ଦହି ପିଇଲେ ଓଜନ ଶୀଘ୍ର କମିବ…

weight

ଓଜନ କମ୍‌ କରିବା ପାଇଁ ସର୍ବପ୍ରଥମେ ନିଜ ଡାଏଟ୍‌ରୁ କ୍ୟାଲୋରୀ କମ୍‌ କରିବା ଜରୁରୀ। ଯେତେ କମ୍‌ କ୍ୟାଲୋରୀ ସେବନ କରିବେ ସେତେ ଶୀଘ୍ର ଝଡ଼ିବେ। ଓଜନ କମ୍‌ କରିବା ପାଇଁ ଆପଣ ସାଦା ଦହି ବଦଳରେ ଘୋଳ ଦହି ଖାଇବା ଅଧିକ ଲାଭଦାୟକ ହେବ। କାରଣ ଘୋଳ ଦହିରେ ଅଧିକ ପରିମାଣରେ ଜଳ ରହିଥାଏ। ଏଥିସହ ଲସି ତୁଳନାରେ କ୍ୟାଲୋରୀ ମଧ୍ୟ କମ୍‌ ଥାଏ, ଏଣୁ ଶୀଘ୍ର ହଜମ ହୋଇଯାଏ। ଲସି ମିଠା ହୋଇଥିବାରୁ ଏଥିରେ ଅଧିକ କ୍ୟାଲେରୀ ରହିଥାଏ।

chach

ତେବେ ଉଭୟରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଭରି ରହିଥାଏ ଯାହା ଶରୀରକୁ ଶକ୍ତି ଯୋଗାଏ। ଘୋଳ ଦହି ଓ ଲସି ଭିଟାମିନ୍‌ ସିର ଏକ ଭଲ ସ୍ରୋତ ମଧ୍ୟ। ଭୋଜନ ସହ ପ୍ରତିଦିନ ଏକ ଗ୍ଲାସ ଘୋଳ ଦହି କିମ୍ବା ଲସି ପିଇବା ଶରୀର ପାଇଁ ଉତ୍ତମ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button