ଗର୍ଭଧାରଣ ପାଇଁ ସହବାସର ସଠିକ୍ ସମୟ କ’ଣ?

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଉ ଏକ ଟିପ୍ସ । ସମସ୍ତେ ଜାଣିଛନ୍ତି ବିବାହ ପରେ ପରେ ସ୍ଵାମୀ ସ୍ତ୍ରୀ ବା ସେମାନଙ୍କ ପରିବାରରେ ସମସ୍ତେ ଗୋଟେ ଛୋଟ ଛୁଆ ନିଶ୍ଚୟ ଚାହାନ୍ତି । କିନ୍ତୁ କିଛି ଜାଗାରେ ଏହା ଖୁବ କମ ସମୟରେ ସଫଳ ହେଉଥିବା ବେଳେ ଆଉ କିଛି ଜାଗାରେ ସ୍ଵାମୀ ସ୍ତ୍ରୀ ବହୁତ ଚେଷ୍ଟା କରି ମଧ୍ୟ ସନ୍ତାନଟିଏ ହେବା କଷ୍ଟକର ହୋଇଥାଏ । ତେବେ ଆଜି ଆମେ ସେହି ସମସ୍ୟାକୁ ନେଇ ଆଲୋଚନା କରିବା ଗର୍ଭଧାରଣକୁ ନେଇ ଦେଖାଦେଉଥିବା କିଛି ସମସ୍ୟା ବିଷୟରେ । ଯଦି ଆପଣ ବି ସନ୍ତାନ୍ତଟିଏ ଚାହୁଁଛନ୍ତି କିନ୍ତୁ ଅସଫଳ ହେଉଛନ୍ତି ତେବେ ଏହାକୁ ଶେଷ ପର୍ଯ୍ଯନ୍ତ ନିଶ୍ଚୟ ପଢନ୍ତୁ ।
ଯେମିତି କି ଆପଣ ମାନେ ଜାଣି ଥିବେ ଆଜି କାଲିର ଜୀବନଶୈଳୀ ଏତେ ଖରାପ ହୋଇଗଲାଣି କି ଖାଇବା, ଶୋଇବା ଆଦିର କିଛି ଠିକ ରହୁ ନାହିଁ । ଅଧିକ ଚିନ୍ତା ଗ୍ରସ୍ତ ହେବା ଆଦି ଅନେକ ରୋଗରେ ମଧ୍ୟ ପକାଉଛି । ଏବଂ ଏହି ସବୁ କାରଣ ପାଇଁ ମଧ୍ୟ ଗର୍ଭଧାରଣରେ କମ୍ପ୍ଲିକେସନ ଦେଖା ଦେଉଛି । ଯଦି ଆପଣ ନିଜ ଜୀବନଶୈଳୀ ପରିବର୍ତ୍ତନ ନ କରିବେ ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହେବେ ।
ତେବେ ଗର୍ଭ ଧାରଣ ପାଇଁ ଚେଷ୍ଟା କରୁଥିବା ଦମ୍ପତ୍ତିଙ୍କ ପାଇଁ କିଛି କଥା ଜାଣି ରଖିବା ନିହାତି ଜରୁରୀ । ପ୍ରଥମତଃ ଗର୍ଭଧାରଣ କାହା କାହା ପକ୍ଷରେ ଶୀଘ୍ର ହୋଇଥାଏ ଓ କାହା କାହା ପକ୍ଷରେ ବିଳମ୍ବ । ତେଣୁ ଆପଣ ଅତି କମରେ ଗୋଟେ ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରନ୍ତୁ ତା ପରେ ବି ଯଦି ଅସଫଳ ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କ ପ୍ରତି ଇଣ୍ଟରକୋର୍ସ ପରେ 25 ପ୍ରତିଶତ ରହୁଚି ଗର୍ଭଧାରଣ ପାଇ । ଆପଣଙ୍କ ମାସିକ ଋତୁବାସ 28 ଦିନ ରୁ 30 ଦିନ ଥାଏ । ଶେଷ 14 ଦିନ ହେଉଛି ଆପଣ ଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ଏହା ସଠିକ୍ ଭାବେ ଚାଲିଛି ତାହେଲେ ଏଥି ମଧ୍ୟ ରୁ ଯେଉଁ ଅଣ୍ଡା ବାହାରୁଚି ତାହା କେବଳ 24 ଘଣ୍ଟା ହିଁ ରହିବ । 24 ଘଣ୍ଟା ପରେ ତାହା ନଷ୍ଟ ହୋଇଯିବ ।
ଏହି 24 ଘଣ୍ଟା ପୂର୍ବ ରୁ ଆପଣ ଇଣ୍ଟରକୋର୍ସ କଲେ ଗର୍ଭଧାରଣ ର ମଉକା ବୃଦ୍ଧିପାଏ । 13 ରୁ 14 ଦିନ ଭିତରେ ଅଣ୍ଡା ରିଲିଜ୍ ହୁଏ । 12 ରୁ 16 ମଧ୍ୟ ରେ କଲେ ଗର୍ଭବତୀ ହେବାର ଚାନ୍ସ ଅଧିକ ଥାଏ । ତାପରେ ଆପଣ ଙ୍କ ପିରିୟଡ଼ ହେଲାନି ବା ପରବର୍ତ୍ତୀ ପିରିୟଡ଼ ଘୁଞ୍ଚିଗଲା ଏହାର 28 ଦିନ ପରେ 7 ଦିନ ଅପେକ୍ଷା କରିବେ । ବେଳେବେଳେ ମେଡିସିନ ର ପ୍ରଭାବ ବା କୌଣସି ଚିନ୍ତା ପାଇଁ ମଧ୍ୟ ପିରିୟଡ଼ ଘୁଞ୍ଚି ଯାଇପାରେ । ଯଦି ଆଜି ତାରିଖ ଥିଲା ହେଲାନି ଏହାର 7 ଦିନ ପରେ ହିଁ ପ୍ରେଗ୍ନେନ୍ସି ଟେଷ୍ଟ କରନ୍ତୁ । ୟୁରିନ୍ ର ଟେଷ୍ଟ କରନ୍ତୁ ।


