ବିଚାର

ମହୋଷଧୀ ଭଳି କାମ କରିଥାଏ ତେନ୍ତୁଳି ପତ୍ର, ଜାଣନ୍ତୁ ଏହାର ଔଷଧୀୟ ଗୁଣ

ଭାରତୀୟମାନେ ଡାକ୍ତରଙ୍କ ଉପରେ ବିଶ୍ବାସ କରିବା ସହ ଘରୋଇ ଉପଚାର ଉପରେ ବିଶ୍ବାସ କରନ୍ତି। ଆଈ ମା’ କାଳରୁ ରହି ଆସିଥିବା କିଛି ଘରୋଇ ଉପଚାର ଆଜି ମଧ୍ୟ ମଣିଷ ଜୀବନର ଛୋଟ ବଡ ରୋଗ ଭଲ କରିବା​‌ରେ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଡାକ୍ତରଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଆଈ ମା’ ଅମଳର କିଛି ଘରୋଇ ଉପଚାର ବ୍ୟବହାର କରି ରୋଗକୁ ନିୟନ୍ତ୍ରଣାଧୀନ କରାଯାଇ ପାରୁଛି। ସେହିପରି ଆଜି ଆମେ ଏପରି ଏକ ଔଷଧୀୟ ଗୁଣରେ ଭରପୁର ଥିବା ପତ୍ର ବିଷୟରେ ଜାଣିବା, ଯାହା ଦ୍ବାରା ସଂକ୍ରମଣ, ଘା, କୁଣ୍ଡିଆ ଏବଂ ଫୁଲିବା ଭଳି ରୋଗକୁ ଭଲ କରିପାରିବା। ସେହି ପତ୍ରଟି ହେଉଛି କଇଁଆ ବା ତେନ୍ତୁଳି ଗଛର ପତ୍ର। ଏହି ପତ୍ର ଦ୍ବାରା ତ୍ବଚା ସଂକ୍ରମଣଜନିତ ରୋଗକୁ ରୋକ ଯାଇପାରିବ ଏବଂ ଏହାର ଲକ୍ଷଣରୁ ମଧ୍ୟ ମୁକ୍ତି ମିଳି ପାରିବ।

 

  • ତେନ୍ତୁଳି ଗଛର ପତ୍ରରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ। ଯାହା ଦ୍ବାରା କୌଣସି ସୂକ୍ଷ୍ମଜୀବ ସଂକ୍ରମଣରୁ ଶରୀରକୁ ରକ୍ଷା କରାଯାଇପାରିବ। ଯାହା ଦ୍ବାରା ଶରୀର ସୁସ୍ଥ ରହିଥାଏ। ତେନ୍ତୁଳି ପତ୍ରରୁ ରସ ବାହାର କରି ଘା’ରେ ଲଗାଇବା ଦ୍ବାରା ତାହା ଶୀଘ୍ର ସୁଖି ଯାଇଥାଏ। ଏହା ସହ ନୂଆ କୋଷିକା ମଧ୍ୟ ପ୍ରସ୍ତୁତ କରିଥାଏ।
  • ତେନ୍ତୁଳି ପତ୍ର ସେବନ କରିବା ଦ୍ବାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ। ଯାହା ଦ୍ବାରା ମଧୁମେହ ଭଳି ରୋଗ ନିୟନ୍ତ୍ରିତ ରହିଥାଏ।

Image result for imli leaf information

  • ସାଧାରଣତଃ ଦାନ୍ତମାଢି ଓ ନଖ ଦୁର୍ବଳ ହେବା ସହ ଥକ୍କାପଣ ଭଳି ଲକ୍ଷଣ ଦେଖିବାକୁ ମିଳେ। ତେନ୍ତୁଳି ପତ୍ରକୁ ଚୋବାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ। କାରଣ ତେନ୍ତୁଳି ପତ୍ରରେ ଏକ ପ୍ରକାର ଏସିଡ୍‌ ଥାଏ, ଯାହା ଆଣ୍ଟି-ସ୍କର୍ବୀ ଭିଟାମିନ୍ ଭଳି କାର୍ଯ୍ୟ କରେ।
  • ଶରୀରରେ ଆଣ୍ଠୁଗଣ୍ଠି ଓ ପାଦ ଫୁଲିବା ଭଳି ସମସ୍ୟା ଦେଖା ଦେଲେ, ତେନ୍ତୁଳି ପତ୍ରର ରସକୁ ବ୍ୟବହାର କରି ଏହାକୁ ଦୂର କରି ପାରିବେ। ଏହା ପ୍ରଭାବକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଥିରେ ଅମୃତ ଭଣ୍ଡା, ଲୁଣ ଓ ପାଣି ମିଶାଇ ପାରିବେ। ତେବେ ଧ୍ୟାନ ରଖିବେ ଯେ, ଲୁଣର ମାତ୍ରା ଯେପରି କମ୍ ରୁହେ।
  • ତେନ୍ତୁଳି ପତ୍ରରେ ଫୁଲିବା କମ୍ କରିବା ଗୁଣ ରହିଛି। ଯାହାକୁ ଅଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ଫୁଲାଫୁଲି ଜନିତ ରୋଗକୁ ଭଲ କରାଯାଇପାରିବ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button