ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ସରକାରୀ ଚାକିରି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିହାର ପୋଲିସରେ କନେଷ୍ଟବଳ ଏବଂ ଜେଲ ୱାର୍ଡରଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଭର୍ତ୍ତି ପ୍ରକ୍ରିୟା ପାଇଁ କେନ୍ଦ୍ରୀୟ ଚୟନ ବୋର୍ଡ (CSBC) ୪୧୨୮ ପଦବୀ ଘୋଷଣା କରିଛି । ଇଚ୍ଛୁକ ପ୍ରାର୍ଥୀ ବର୍ତ୍ତମାନ ଏହି ନୁଯୁକ୍ତି ପାଇଁ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଆପଣମାନେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୪୧୨୮
- ନିଷେଧ କନେଷ୍ଟବଳ: ୧,୬୦୩
- ଜେଲ୍ ୱାର୍ଡର: ୨,୪୧୭
- ମୋବାଇଲ୍ ସ୍କ୍ୱାଡ୍ କନେଷ୍ଟବଳ: ୧୦୮
ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୬ ଅକ୍ଟୋବରରୁ ୫ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ବୟସ ସୀମା : ନିଷେଧ ଏବଂ ମୋବାଇଲ୍ ସ୍କ୍ୱାଡ୍ କନେଷ୍ଟବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଜେଲ୍ ୱାର୍ଡର ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୩ ବର୍ଷ ମଧ୍ୟ ହୋଇଥିବା ଉଚିତ୍ । କିନ୍ତୁ ସଂରକ୍ଷିତ ବର୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା : ନିଷେଧ ଏବଂ ମୋବାଇଲ୍ ସ୍କ୍ୱାଡ୍ କନେଷ୍ଟବଳ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ +୨ପାସ୍ କରିଥିବା ଜରୁରୀ । କିନ୍ତୁ ମୋବାଇଲ୍ ସ୍କ୍ୱାଡ୍ କନେଷ୍ଟବଳ ପଦବୀ ପାଇଁ ମଧ୍ୟମ ଶିକ୍ଷା ସହିତ ହାଲୁକା କିମ୍ବା ଭାରୀ ମୋଟର ଯାନ ଚଲାଇବା ପାଇଁ ଲାଇସେନ୍ସ ଥିବା ଆବଶ୍ୟକ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଶୁଳ୍କ ୧୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଯାହା ଅନଲାଇନ୍ ମାଧ୍ୟମରେ ଆବେଦନକାରୀ ପୈଠ କରିପାରିବେ ।
ଆବେଦନ ପ୍ରକ୍ରିୟା :
- ଆବେଦନ କରିବା ପାଇଁ ପ୍ରଥମେ କେନ୍ଦ୍ରୀୟ ଚୟନ ବୋର୍ଡ (CSBC)ର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
- ରେଜିଷ୍ଟ୍ରେସନ୍ ଲିଙ୍କକୁ ଯାଆନ୍ତୁ ଏବଂ ସେଠାରେ ଦିଆଯାଇଥିବା ସମସ୍ତ ସୂଚନା ପଢି ସାରିବା ପରେ ଡିକ୍ଲାରେସନ୍ ଉପରେ ଟିକ୍ କରନ୍ତୁ ।
- Applicant Detailsରେ ନିଜ ନାମ, ମୋବାଇଲ ନମ୍ବର,ଇମେଲ୍ ଆଡ୍ରେସ୍,ବିହାର ଡୋମିସାଇଲ,ଜେଣ୍ଡର,କ୍ୟାଟାଗୋରୀ,ଜନ୍ମତିଥି,ଡ୍ରାଇଭିଂ ଲାଇସେନ୍ସ ଆଦିରେ ସମସ୍ତ ସୂଚନା Yes/Noରେ ଟିକ୍ କରି ପ୍ରକ୍ରିୟାକୁ ଆଗକୁ ବଢାନ୍ତୁ ।
- କ୍ୟାପଚା କୋଡ୍ ପୂରଣ କରି ୧୦୦ ଟଙ୍କା ଆବେଦନ ଶୁଳ୍କ ଭରନ୍ତୁ । ଶୁଳ୍କ ଦେବା ପରେ ରେଜିଷ୍ଟ୍ରେସନରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ ।
- ଶୁଳ୍କ ଭରିବା ପରେ ଆପଣଙ୍କ ନିକଟକୁ ଏକ ରେଜିଷ୍ଟ୍ରେସନ୍ ନମ୍ବର ମିଳିବ ।
- “Proceed to Application Form” ଉପରେ କ୍ଲିକ୍ କରନ୍ତୁ ।
- ଏହାପରେ ବାପା-ମାଆଙ୍କ ନାମ ଏବଂ ପରିଚୟପତ୍ର ବିବରଣୀ ପୂରଣ କରିବା ସହ ନିଜର ଶିକ୍ଷାଗତ ଯୋଗ୍ୟତା ସୂଚନା ଦେଇ ପୂରଣ କରନ୍ତୁ ।
- କ୍ରିମିନାଲ କେସ୍ ଏବଂ ଡେକ୍ଲେରେସନ୍ ପୂରଣ କରନ୍ତୁ ।
- ଏବେ କଲରଫୁଲ ଫଟୋ 500KB ମଧ୍ୟରେ ଅପଲୋଡ କରନ୍ତୁ । ଯାହା ୨ ମାସରୁ ଅଧିକ ପୁରୁଣା ହୋଇନଥିବା ଆବଶ୍ୟକ ।
- ପରେ 100KBମଧ୍ୟରେ କଳା ପେନରେ ଦସ୍ତଖତ ଅପଲୋଡ କରନ୍ତୁ ।
- ଶେଷରେ ଫର୍ମରେ ଥିବା ସମସ୍ତ ସୂଚନା ଯାଞ୍ଚ କରିବା ପରେ, କ୍ୟାପଚା କୋଡ୍ ପୂରଣ କରନ୍ତୁ ଏବଂ Submit Applicant ଉପରେ କ୍ଲିକ୍ କରନ୍ତୁ ।


