ଦେଶ ବିଦେଶ

ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ମାତ୍ ଦେଇଥାଏ ଏହି ପରିବା, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଗୁଣ

ଭାରତୀୟଙ୍କ ରୋଷେଇ ଘରେ ବାଇଗଣ ନିହାତି ଭାବରେ ସାମିଲ ଥିବ। ବାଇଗଣ ଏବଂ ଆଳୁ ଏମିତି ଏକ ପରିବା ଯାହାକୁ ମସଲା ସହିତ ତରକାରି କିମ୍ବା ଫୁଟାଇ ଖାଇଲେ ତାହାର ସ୍ବାଦ କିଛି ଅଲଗା ବାରି ହୋଇଯାଇଥାଏ। ବାଇଗଣକୁ ସାଧାରଣତଃ ପୋଡ଼ି କରି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହା ଏମିତି ଏକ ପରିବା ଯାହା ସହଜରେ ଓ କମ୍ ସମୟରେ ସିଝି ଯାଇଥାଏ । ବାଇଗଣ ଭାରତରେ ହିଁ ଚାଷ କରାଯାଇଥାଏ।

brinjal ବାଇଗଣ ଏକ ବହୁତ ପୁଷ୍ଟିକର ପରିବା । ହେଲେ କିଛି ଲୋକ ଏହାକୁ ଗୁଣହୀନ ପରିବା ବୋଲି ମଧ୍ୟ ମାନିଥାନ୍ତି। ଯଦି ଆପଣ ମଧ୍ୟ ଏହା ଭାବୁଛନ୍ତି କିମ୍ବା ବାଇଗଣର କୌଣସି ବି ରେସିପିକୁ ଖାଉ ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର ସ୍ବାସ୍ଥ୍ୟଗତ ଫାଇଦା। ଏଥିରେ ଏମିତି ଗୁଣ ରହିଛି ଯାହା ଜାଣିବା ପରେ ଆପଣଙ୍କ ଏହି ଭୁଲ ଧାରଣା ଦୂର ହୋଇଯିବ।
-ବାଇଗଣରେ ପ୍ରୋଟିନ, ଭିଟାମିନ ଏ, ଭିଟାମିନ ବି, ଭିଟାମିନ ସି, ଆଇରନ, କାର୍ବୋହାଇଡ୍ରେଟ ଭରପୂର ମାତ୍ରାରେ ରହିଥାଏ।
-ବାଇଗଣ ଗଛରେ ନ୍ୟୁଟ୍ରିୟନଟ୍ସ ମିଳିଥାଏ ଯାହା ଆମ ମସ୍ତିଷ୍କ ପାଇଁ ବହୁତ ଲାଭ ଦାୟକ । ଯେକୌଣସି ପ୍ରକାରର କ୍ଷତିରୁ ଆମ କୋଶିକାର ଝିଲ୍ଲିକୁ ରକ୍ଷା କରିଥାଏ। ଏହା ମସ୍ତଷ୍କର ବିକାଶ ମଧ୍ୟ କରିଥାଏ।

brinjal

-ବାଇଗଣରେ ଫାଇବର ଓ କାର୍ବୋହାଇଡ୍ରେଟ୍‌ ମଧ୍ୟ ରହିଛି । ଏଥିରେ କୋଲେଷ୍ଟ୍ରଲ ମଧ୍ୟ ନାହିଁ ଏବଂ ଏହା ଶରୀରରୁ କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ।
-ବାଇଗଣ ହାର୍ଟ ପାଇଁ ମଧ୍ୟ ଉତ୍ତମ ଅଟେ। ଏହା ଧମନୀରେ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରି ରକ୍ତ ପ୍ରବାହରେ ସହାୟକ ହୋଇଥାଏ।
-ଏହି ପରିବା ଚର୍ବୀକୁ ଶେଷ କରିତାଏ ଏବଂ କ୍ୟାଲୋରୀକୁ କମ୍ କରିଥାଏ। ଏଥିରେ ଫାଇବର ରହିଥାଏ ଯାହାକୁ ଖାଇବା ଦ୍ବାରା ପେଟ ଭରିଯିବା ସହିତ ଭୋକ ଲାଗି ନଥାଏ। ଏଥିପାଇଁ ଓଜନ ମଧ୍ୟ କମିଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button