ଦେଶ ବିଦେଶ

48 ଘଣ୍ଟା ବିତିଯିବା ପରେ ବି ପିଲା ଜନ୍ମ କରିପାରୁ ନଥିଲା ଆନାକୋଣ୍ଡା, ଅଲ୍ଟ୍ରାସାଉଣ୍ଡରେ ଯାହା ଜଣା ପଡିଲା …ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଓୟୁଏଟିର ଡାକ୍ତର ଇନ୍ଦ୍ରମଣୀ ନାଥ କହିଛନ୍ତି ଯେ, ନନ୍ଦନ କାନନ ଡେପୁଟି ଡାଇରେକ୍ଟରଙ୍କର ଅନୁରୋଧ କାଲି ପାଇଲେ ୧୨ ଟାରୁ ୧୨.୩୦ ବେଳକୁ । ଇନ୍ଫର୍ମେସନ ଥିଲା ଯେ ନନ୍ଦନକାନନର ଆନାକୋଣ୍ଡା ଅଛି ସେଥିରୁ ଗୋଟିଏ ଆନାକୋଣ୍ଡା ଗର୍ଭବତୀ ହୋଇ ଗୋଟିଏ ଛୁଆ ଦେଇଛି । ଏହାପରେ ୪୮ ଘଣ୍ଟା ବିତି ଗଲାଣି, ଆଉ ଛୁଆ ଅଛନ୍ତି ତା ଭିତରେ । ମାତ୍ର ସେମାନେ ଜନ୍ମ ହେଇ ପାରୁନାହାଁନ୍ତି ।

ତେବେ ୪୮ ଘଣ୍ଟା ପରେ ଯଦି ଛୁଆ ନ ହେଉଛି ତେବେ ଛୁଆ ମରିଯିବାର ଚାନ୍ସ ବହୁତ ଅଧିକ ରହିଥାଏ । ଏବଂ ମଲା ଛୁଆ ପେଟରେ ରହିଲେ ମା’ ମଧ୍ୟ ମରିଯିବାର ବହୁତ ଚାନ୍ସ ରହିଥାଏ । ଏଣୁ ଆମ୍ଭେ ତୁରନ୍ତ ଆସି ନନ୍ଦନକାନନ ପରିସରରେ ପହଞ୍ଚିଲେ । ଏହାପରେ ପ୍ରଥମେ ଅଲ୍ଟ୍ରାସାଉଣ୍ଡ କରିଲୁ । ଛୁଆ ଅଛି ବୋଲି ଏକ୍ସରେ ରେ ଜଣା ପଡୁଥିଲା ।

ଆଉ ସେହି ଛୁଆ ଗୁଡିକ ଜୀବିତ ଅଛନ୍ତି କି ନାହିଁ ସେଥିପାଇଁ ଆମ୍ଭେ ତାଙ୍କୁ ଅଲ୍ଟ୍ରାସାଉଣ୍ଡ କରିଲୁ, ଅଲ୍ଟ୍ରାସାଉଣ୍ଡରେ ଦେଖିବାକୁ ମିଳିଲା ଯେ ସମସ୍ତଙ୍କର ହାର୍ଟବିଟ ଚାଲୁଛି ।  ୪ ରୁ ୫ ଟି ବେବିସାପ ମା’ ପେଟରେ ଥିବା ଦେଖାଗଲା ଏଣୁ ତୁରନ୍ତ ଚିକିତ୍ସ୍ୟା କରାଗଲା ।

 

ଏବଂ ୟୁଟ୍ରେସର କଣ୍ଟ୍ରାକ୍ସନ ବନ୍ଦ ହୋଇଯାଇଥିଲା ତେଣୁ ଡେଲିଭରୀ ହୋଇପାରୁନଥିଲା । ଅକସିଟ୍ରୋସିନ ବୋଲି ଇଞ୍ଜେକ୍ସନ ଦିଆଗଲା । ଏହା ଦେବାର ସଙ୍ଗେ ସଙ୍ଗେ ଗୋଟିଏ ଛୁଆ ଅଲ୍ଟ୍ରାସାଉଣ୍ଡ ରୁମରୁ ବାହାରି ଆସିଲା । ମାତ୍ର ସେହି ଛୁଆଟି ଅତ୍ୟନ୍ତ ନିସ୍ତେଜ ହୋଇ ଥିଲା ।

କାରଣ ସେ ଅଧିକ ସମୟ ଧରି ମା’ ପେଟରେ ଥିଲା । ଯାହା ଫଳରେ ଏଭଳି ହୋଇଥିଲା । ଆର୍ଟିଫିସିଆଲ ରେସ୍ପ୍ରେସନ ଦିଆଗଲା । ତା’ ପାତିରୁ ଲାଳ ସଫା କରିଦିଆଗଲା । ଏବଂ ଦେହ ମସାଜ କରାଗଲା । ଶ୍ଵାସ ନଳୀକୁ ଫୁଙ୍କାଗଲା । ଏବଂ ଏହାପରେ ସେ ଆସ୍ତେ ଆସ୍ତେ ଚଳପ୍ରଚଳ ଆରମ୍ଭ କରିଦେଲା । ଏହାପରେ ସମସ୍ତ ଛୁଆଙ୍କୁ ମା’ ପେଟରୁ ଉଦ୍ଧାର କରାଯାଇଥିଲା ।

ବର୍ତ୍ତମାନ ନନ୍ଦନ କାନନରେ ଆନାକୋଣ୍ଡା ଏବଂ ତା’ର ଛୁଆ ମାନେ ସୁସ୍ଥ ଅଛନ୍ତି । ନନ୍ଦନକାନନ କତୃପକ୍ଷ ମଧ୍ୟ ଏହାକୁ ଦେଖି ବହୁତ ଖୁସି ହୋଇଗଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button