ଜୀବନଶୈଳୀ

ମାହଙ୍ଗା ପଡିଗଲା ପାଣି ସହିତ ପଙ୍ଗା ନେବା ! ଦେଖୁ ଦେଖୁ ପାଣି ସୁଅରେ ଭାସିଗଲା ଗାଡି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମାଲକାନଗିରି ମୋଟୁରେ ସଙ୍ଗିନ ହେଉଛି ବନ୍ୟା ସ୍ଥିତି । ଗୋଦାବରୀ ନଦୀର ଜଳସ୍ତର କମିବାର ନାଁ ଧରୁନି । ଏବେ ବି ପାଣି ବିପଦ ସଙ୍କେତଠାରୁ ୧୭ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ମୋଟୁ ଅଂଚଳର ୫ଟି ବିଦ୍ୟାଳୟ ନିକଟରେ ବନ୍ୟା ପାଣି ପହଂଚିଛି । ପୁରୁଣା ମୋଟୁ ଓ ମୋଟୁ ଅଂଚଳର ୨୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୁରଳିଗୁଡ଼ା, ଆଲମା, ପେଟା, ବିନାୟକପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ତହସିଲ ଅଫିସ ଦେଇ ମୋଟୁ ମୁଗି ପଏଂଟରୁ ଲମ୍ବିରହିଥିବା ପିଚୁରାସ୍ତା ପାଣିରେ ବୁଡିରହିଛି । ମୋଟୁର ପୁରୁଣା ବସ୍ତି ବନ୍ୟାପାଣିରେ ବୁଡିଯାଇଛି । ପୋଲାଭରମ ପ୍ରକଳ୍ପ ଯୋଗୁଁ କେବଳ ମୋଟୁ ଅଂଚଳ ନୁହେଁ, ଆନ୍ଧ୍ରର ଅନେକ ଗାଁ ବି ପାଣି ଘେରରେ ରହିଛି । ତେବେ ମୋଟୁଠାରୁ ମାତ୍ର ୧୦ କିଲୋମିର ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଚିନ୍ତୁର ମଣ୍ଡଳ ବେଶୀ ପ୍ରଭାବିତ ହୋଇଛି । ଚିନ୍ତୁରରେ ଥିବା ବଜାର ଘରଦ୍ୱାର ଏବେ ବନ୍ୟାପାଣି ଘେରରେ ଅଛି ।

ସେହିପରି କାଲେରୁ ଗାଁ ବି ସଂପୂର୍ଣ୍ଣ ବୁଡି ଯାଇଛି । ଗୋଦାବରୀ ନଦୀର ପଛୁଆ ପାଣିରେ ଓଡିଶାର ମୋଟୁ ସମେତ ଆନ୍ଧ୍ରର ଚିନ୍ତୁର ଓ କାଲେରୁ ଗାଁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ସିଲେରୁ ଓ ସାବେରୀ ନଦୀର ପାଣି ପଶି ମୋଟୁରେ ବନ୍ୟା ସ୍ଥିତି ସୃଷ୍ଟି କରିଛି । ତେବେ ବନ୍ୟାଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୩୦୦ରୁ ଉଦ୍ଧ୍ୱର୍ ହଷ୍ଟେଲ ପିଲାଙ୍କୁ ମାଲକାନଗିରି ଜିଲ୍ଲା ପ୍ରଶାସନ ସ୍ଥାନାନ୍ତର କରିଛି ।

ତେବେ ବର୍ତ୍ତମାନ ଏକ ଘଟଣା ସାମ୍ନା କୁ ଆସିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେବ । ତେବେ ଗୋଦାବରୀ ରେ ପାଣିର ସୁଅ ଏତେ ଅଧିକ ହୋଇ ଯାଇଥିଲା କି ରାସ୍ତା ବ୍ରିଜ ନଦୀ ସବୁ ସମାନ ହୋଇ ଯାଇଥିଲା ତେବେ ଏପାରି ରୁ ସେପାରି କୁ ଯିବା ପାଇଁ ମୃତ୍ୟୁ ସହ ସଂଗ୍ରାମ କରିବା ସହ ସମାନ ଥିଲା । ତେବେ କିନ୍ତୁ ଏହି ଭିତରେ ଜଣେ କାର ଵାଲା ସାହସ ଦେଖଇ କିମ୍ବା ନିଜର ବୋକାମି କୁ ଦର୍ଶାଇ ଦେଇଛି ।

ତେବେ ଯେଉଁଠି ଏତେ ଦ୍ରୁତ ଗତିରେ ପାଣିର ସ୍ରୋତ ଆସୁଛି ସେହି ଦୃଶ୍ୟ ଦେଖି ଲୋକମାନେ ଭୟବିତ ହୋଇ ଯାଉଛନ୍ତି ତେବେ ସେହି ସମୟରେ ଜଣେ ଗାଡି ଵାଲା ସେହି ପ୍ରବଳ ସ୍ରୋତରେ ନିଜର ଗାଡି କୁ ନେଇ ସେପାରି କୁ ଯିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏହି ସମୟରେ ଜଳର ଗତି ଖୁବ ଖିବ୍ର ଥିବାରୁ ଗାଡି ଟି ନଦୀରେ ହିଁ ଓଲଟି ଭାସି ଯାଇଥିଲା । ଯାହା ସମସ୍ତଙ୍କୁ ଭୟବିତ କରି ଦେଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button