ଦେଶ ବିଦେଶ

ପୁରୁଷଙ୍କ ତ୍ୱଚାକୁ ନଷ୍ଟ କରୁଛି ପ୍ରଦୂଷଶ, ଏହି ଉପାୟରେ ପାଆନ୍ତୁ ଆକର୍ଷଣୀୟ ଲୁକ୍‌

ବର୍ତ୍ତମାନ ସମୟରେ ପ୍ରଦୂଷଣର ସ୍ତର ବହୁତ ମାତ୍ରାରେ ବଢ଼ିଚାଲିଛି। ଏହି କାରଣରୁ ରୋଗ ହେବା ସହିତ ପ୍ରଦୂଷଣ ତ୍ୱଚାକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ ଏବଂ କ୍ଷତି କରିଥାଏ। ଖାସ୍‌ କରି ଏହା ସେହି ବ୍ୟକ୍ତିଙ୍କୁ ଅଧିକ କ୍ଷତି ପହଁଚାଇଥାଏ ଯେଉଁମାନେ ବାଇକ୍‌ ଚଲାଉଛନ୍ତି। ଏହି କାରଣରୁ ପୁରୁଷଙ୍କ ତ୍ୱଚାରେ ଉଜ୍ଜ୍ୱଳତା ଏବଂ ନମନୀୟତା ଦେଖାଯାଏନାହିଁ। ଏଥିପାଇଁ ଆଜି ଆମେ ପୁରୁଷ ମାନଙ୍କ ପାଇଁ କିଛି ଏମିତି ଉପାୟ ନେଇ ଆସିଛୁ, ଯାହା ଆପଣଙ୍କ ତ୍ୱଚାରେ ଚମକ ଆଣିବ। ତେବେ ଆସନ୍ତୁ ଜାଣିବା ।

-ତ୍ୱଚାର ଯତ୍ନ ନେବାକୁ ହେଲେ ପ୍ରଥମେ ତ୍ୱଚାରେ ଥିବା ଧୂଳି, ମଇଳାକୁ ହଟାଇବା ଜରୁରୀ ହୋଇଥାଏ ଏଥିପାଇଁ ତ୍ୱଚାକୁ ସ୍କ୍ରବ୍‌ କରିବା ନିହାତି ଆବଶ୍ୟକ। ସ୍କ୍ରବ୍‌ କରିବା ଦ୍ୱାରା ଆପଣଙ୍କ ତ୍ୱଚା ସଫା ଏବଂ କୋମଳ ଦେଖାଯିବ। ଏହାକୁ ସପ୍ତାହରେ ୪-୫ ଦିନ କରନ୍ତୁ।

skin-ନିଜକୁ ଷ୍ଟାଇଲିସ୍‌ ବନାଇବା ପାଇଁ ନିଜ ଦାଢ଼ୀର ଖାସ୍‌ ଯତ୍ନ ନେବା ଆବଶ୍ୟକ। ନଚେତ କୁଣ୍ଡେଇ ହେବା ସମସ୍ୟା ସହିତ ଆହୁରି ଅନେକ ସମସ୍ୟା ଦେଖାଯାଇଥାଏ। ଏଥିପାଇଁ ଆପଣଙ୍କୁ ଦାଢ଼ୀରେ ସାମ୍ପୋ କିମ୍ବା ଫେସଓ୍ଵାସ୍‌ ଦ୍ୱାରା ସଫା କରିବା ଉଚିତ।

-ଖାସ୍‌ କରି ପୁରୁଷ ମାନଙ୍କୁ ଧୂଳି ପ୍ରଦୂଷଶର ଅଧିକ ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ସେମାନଙ୍କ ତ୍ୱଚାର ନମନୀୟତା କମି ଯାଉଛି। ଏମିତିରେ ଆପଣ ପ୍ରତିଦିନ ଶୋଇବା ପୂର୍ବରୁ କିମ୍ବା ଗାଧୋଇବା ପରେ ଅଳ୍ପ ମଶ୍ଚରାଇଜର ବ୍ୟବହାର କରିବା ଜରୁରୀ। ଏହାଦ୍ୱାରା ତ୍ୱଚାର ନମନୀୟତା କମି ନଥାଏ ଏବଂ ଏହା ଦ୍ୱାରା ଆପଣ ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବେ।

-ଚେହେରାକୁ ଦିନରେ ଗୋଟେ ଥରରୁ ଅଧିକ ଧୋଇଲେ ତ୍ୱଚା ଶୁଷ୍କ ହୋଇଯାଏ। ଏଥିପାଇଁ ଚେହେରାକୁ ସକାଳ କିମ୍ବା ରାତିରେ ଥରେ ଓ୍ଵାସ୍‌ କରିବା ଉଚିତ। କିନ୍ତୁ ମନେ ରଖନ୍ତୁ ଦୁଇ ଥର ଓ୍ଵାସ୍‌ କରିବେ ନାହିଁ। ଏମିତି କଲେ ଏହା ତ୍ୱଚାକୁ କ୍ଷତି ପହଁଚାଇଥାଏ। ଚେହେରାକୁ କ୍ଲିନିଂ କରିବା ସମୟରେ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ ଏହାଦ୍ୱାରା ତ୍ୱଚା ଆହୁରି ଶୁଷ୍କ ହୋଇଯାଇଥାଏ। ଥଣ୍ଡା ପାଣି କିମ୍ବା ହାଲକା ଉଷୁମ ପାଣିର ବ୍ୟବହାର କରିପାରିବେ।

-ତ୍ୱଚାରେ ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମୀ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ୱାରା ତ୍ୱଚାର ରଙ୍ଗ ସାମାନ୍ୟ ହେବାକୁ ଲାଗିଥାଏ ଏବଂ ପ୍ରାକ୍ରୁତିକ ସୁନ୍ଦରତା ଗାୟବ ହୋଇଯାଇଥାଏ। ଖରାକୁ ବାହାରିବା ପୂର୍ବରୁ ଏସପିଏଫ ଯୁକ୍ତ ସନସ୍କ୍ରୀନ ପ୍ରୟୋଗ କରନ୍ତୁ।

saving-ପ୍ରତିଦିନ ପ୍ରାୟ ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ କଞ୍ଚା କ୍ଷୀରରେ ଚେହୋରାକୁ ସଫା କରନ୍ତୁ କିମ୍ବା ପାଣିରେ ଧୋଇ ଦିଅନ୍ତୁ। ଏହାପରେ ସେଭିଂ କରିବା ପରେ ଅଲିଭ୍‌ ଅଏଲ କିମ୍ବା ଆଲମଣ୍ଡ ଅୟଲ ୫ ମିନିଟ୍‌ ପର୍ଯ୍ୟନ୍ତ ଚେହେରାରେ ମସାଜ୍‌ କରନ୍ତୁ।

-ପୁରୁଷମାନେ ଅଧିକ ଥର ସେଭିଂ କରିବା ଦ୍ୱାରା ସମସ୍ୟା ହୋଇଥାଏ କାରଣ ଏହାଦ୍ୱାରା ତ୍ୱଚା ହାର୍ଡ ହୋଇଯାଇଥାଏ। ଏଥିପାଇଁ ସେଭ୍‌ କରିବା ପୂର୍ବରୁ ଲେମ୍ବୁ ରସ କିମ୍ବା ସେଭିଂ ଜେଲ ଲଗାନ୍ତୁ। ଏହାଦ୍ୱାରା ତ୍ୱଚା ଖରାପ ହୋଇନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button