ବିଚାର

Vastu Shastra- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯଦି କେହି ଆପଣଙ୍କୁ ଏହି 1 ଜିନିଷ ଦିଅନ୍ତି ତ କେବେ ବି ନାଁ କହିବେନି, ଏହା ଭଲ ସମୟ ଆସିବାର ସଙ୍କେତ

ଭଗବାନ ଶ୍ରୀ କୃଷ୍ଣଙ୍କ ମତ ଅନୁସାରେ ମନୁଷ୍ୟକୁ ଜୀବନରେ ବହୁତ ଅବସର ମିଳିଥାଏ ଅଥବା ତା ଜୀବନରେ ଭଲ ସମୟ ଆସିବା ପୂର୍ବରୁ ତାକୁ କୌଣସି ମହତ୍ଵ ପୂର୍ଣ୍ଣ ସଙ୍କେତ ମିଳିଥାଏ । କିନ୍ତୁ ବହୁତ ବାର ମନୁଷ୍ୟ ଏହି ଆସୁଥିବା ଅବସରକୁ ନା କହିଦେଇଥାଏ । ଅର୍ଥାତ ସେଟର ଖରାପ ଅଭ୍ଯାସ ପାଇଁ ତାକୁ ନା କହିଦେଇଥାଏ । ଏହି କାରଣରୁ ତା ଦ୍ଵାରକୁ ଆସିଥିବା ସୁବର୍ନ ସୁଯୋଗ କୁ ହାତ ଛଡା କରିଥାଏ । ମନୁଷ୍ୟକୁ ତାର କର୍ମର ଫଳ କୌଣସି ନା କୌଣସି ଊପାୟରେ ମିଳିଥାଏ ।

କିନ୍ତୁ ମିଳିଥିବା କୌଣସି ସୌଭାଗ୍ୟ କୁ ଭୋଗ କରିବା ପାଇଁ ପୁରୁଷାର୍ଥର ଆବସ୍ୟକ ହୋଇଥାଏ । ମନୁଷ୍ୟ କୁ ତାର ପୂର୍ବ ଜନ୍ମର ଫଳ ସ୍ୱରୂପ ତାକୁ କୌଣସି ଖଜାନା ମିଳିଗଲେବି ତାକୁ ପ୍ରାପ୍ତ କରିବା ପାଇଁ ତାକୁ ପୁରୁଷାର୍ଥର ଆବଶ୍ୟକ ହୋଇଥାଏ ।

ବେଳେବେଳେ ଏହି ସୁଯୋଗକୁ ନା କହି ସେହି ସୁବର୍ଣ୍ଣ ସୁଯୋଗକୁ ହାତ ଛଡା କରିଦିଏ । ଆପଣଙ୍କ କ୍ଷେତ୍ର ରେ ଏପରି ହୋଇପାରେ କି ଆପଣ କେବେ କୌଣସି ଜିନିଷର ବାହରପାତକୁ ଦେଖି ତାକୁ ନା କହିଦେଇଥାନ୍ତି ପରେ ଯେତେବେଳେ ତାର ଭଲ ଗୁଣ ଜଣା ପଡିଥାଏ ଆପଣଙ୍କୁ ବହୁତ ମନ ଦୁଖ ହୋଇଥାଏ । ଏଠି ପାଇଁ ଆପଣାକୁ କୌଣସି କଥାକୁ ନା କହିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ଏହିଭଳି କିଛି ସୁଯୋଗ ବିଷୟରେ ।

୧ – ଇଶ୍ଵରଙ୍କ ପ୍ରସାଦ

ଯଦି ଆପଣ କୌଣସି ବିନା ପ୍ରୟୋଜନରେ କୌଣସି ମନ୍ଦିର କିମ୍ବା ପୂଜାକୁ ଯାଇଛନ୍ତି ସେଠାରେ କେହି ପ୍ରସାଦ ଦିଅନ୍ତି ତେବେ ଏହାକୁ ନା କରିବା ଉଚିତ ନୁହେ । ସେହି ଦିବ୍ୟ ପ୍ରସାଦ ଆପଣଙ୍କ ଭାଗ୍ୟ ବଦଳିବାର ସାମର୍ଥ୍ୟ ରଖିଥାଏ । କାହିଁକି ନା ଭଗବାନ ଆପଣଙ୍କୁ ସେହି ପ୍ରସାଦ ମଧ୍ୟମରେ ଭଗବାନ ଆପଣଙ୍କର ମନସ୍କାମନା ପୂର୍ଣ କରିଥାନ୍ତି ଏଥିପାଇଁ ପ୍ରସାଦକୁ ନା କରିବା ଉଚିତ ନୁହେଁ ।

୨ – ଆକସ୍ମିକ ଧନ ମିଳିବା

ଆପଣଙ୍କୁ ଯଦି କୌଣସି ବ୍ୟକ୍ତି ଦ୍ଵାରା କିମ୍ବା କୌଣସି ଜାଗାରେ କିଛି ଧନ ମିଳିଥାଏ ତେବେ ସେହି ଧନକୁ ପ୍ରାପ୍ତ କରିବାରେ ମନ ସଙ୍କୋଚ କରିବା ଉଚିତ ନୁହେଁ । ଅଥବା ଗୁରୁଜନଙ୍କଠାରୁ ଆପଣଙ୍କ ସମ୍ମାନରେ କିଛି ଧନ ମିଳିଲେ ତାକୁ ନେବା ଉଚିତ । ଆକସ୍ମିକ ଧନ ମିଳିବା ଅର୍ଥାତ ଏହା ଆପଣଙ୍କ ପୂର୍ବ ଜନ୍ମ ର୍ଫଳ ହୋଇଥାଏ ।

୩ – ଆଶୀର୍ବାଦ

ଆଜି କାଲିର ପିଢୀରେ ଏହି ଦୁର୍ଗୁଣ ଦେଖିବାକୁ ମିଳେ କି କୌଣସି ବ୍ୟକ୍ତି ନିଜ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେବାରେ ଲଜ୍ୟା ଲାଗେ । କିନ୍ତୁ ଏପରି କରିବା ସର୍ବଦା ଅନୁଚିତ ହୋଇଥାଏ । ଆପଣଙ୍କ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନେବାରେ କେବେ ଲଜ୍ୟା କରିବା ଉଚିତ ନୁହେଁ । ସବୁବେଳେ ତାଙ୍କ ଗୋଡ ଛୁଇଁ ଆଶୀର୍ବାଦ ନେବା ଉଚିତ । ଖାସ କରି କୌଣସି ଗୁରୁତ୍ଵ ପୂର୍ଣା କାର୍ଯ୍ୟରେ ଯିବା ବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯିବାରୁ ସେହି କାର୍ଯ୍ୟରେ ସଫଳତା ମିଳିଥାଏ ।

୪ – ଗୋ ମାତା

ଦ୍ଵାର ସମୁଖକୁ ଆସିଥିବା ଗୋମାତାକୁ କେବେବି ନା କହିବା ଉଚିତ ନୁହେଁ । ତାକୁ ସବୁବେଳେ କିଛି ଖାଇବାକୁ ଦେବା ଉଚିତ । ଏହା ଦ୍ଵାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ ଯଦି ତାକୁ ଖରାପ ବ୍ୟଭାର କରାଯାଏ ତେବେ ବ୍ୟକ୍ତିର ଦୁର୍ଭାଗ୍ୟ ବୃଦ୍ଧି ହୋଇଥାଏ । ଏଥିପାଇଁ ଗୋମାତାକୁ କିଛି ଖାଇବାକୁ ଦେଇ ଛାଡିବା ଉଚିତ ।

୫ – ଭିକ୍ଷୁକ

ଘରକୁ ଆସିଥିବା କୌଣସି ଭିକ୍ଷୁକ ମନା କରିବା ଉଚିତ ନୁହେଁ । ତାକୁ ସମ୍ମାନର ସହ ନିଜ ସାମର୍ଥ୍ୟ ଅନୁସାରେ କିଛି ଦାନ କରିବା ଉଚିତ । ଏହାଫଳରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ତାକୁ ଅପମାନ କଲେ ଦୁର୍ଭାଗ୍ୟ ବୃଦ୍ଧି ହୋଇଥାଏ । ଏଥିପାଇଁ କୌଣସି ଭିକ୍ଷୁକକୁ ନା କହିବା ଉଚିତ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button