ଓଡିଶା

ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକେଷ୍ଠରେ ଲୋକେ ପହଞ୍ଚିଲେଣି। ସେମାନେ ନିଜ ନିଜ ଅଭିଯୋଗର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ପହଞ୍ଚିଛନ୍ତି। ହଜାର ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିବା ଜଣାଯାଇଛି।

ଗତ ବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮% ଅଭିଯୋଗର ସମାଧାନ ହୋଇଛି। ଜୁଲାଇ ୧୫ ତାରିଖରେ ୮୪%, ଅଗଷ୍ଟ ୫ରେ ୮୨%, ସେପ୍ଟେମ୍ବର ୨୩ରେ ୮୦%, ଅକ୍ଟୋବର ୨୧ତାରିଖରେ ୭୭% ଓ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ % ଅଭିଯୋଗର ସମାଧାନ କରାଯାଇଛି। ବାକି ରହିଥିବା ଅଭି‌ଯୋଗଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ। ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି।

ସୂଚନାଯୋଗ୍ୟ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣୁଛନ୍ତି। ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮% ଅଭିଯୋଗର ସମାଧାନ ହୋଇଛି। ଜୁଲାଇ ୧୫ ତାରିଖରେ ୮୪%, ଅଗଷ୍ଟ ୫ରେ ୮୨%, ସେପ୍ଟେମ୍ବର ୨୩ରେ ୮୦%, ଅକ୍ଟୋବର ୨୧ତାରିଖରେ ୭୭% ଓ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ % ଅଭିଯୋଗର ସମାଧାନ କରାଯାଇଛି। ବାକି ରହିଥିବା ଅଭି‌ଯୋଗଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ। ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button