ଓଡିଶା
ଦେଓଝର ଜଳପ୍ରପାତରେ ବୁଡ଼ିଗଲେ ନାବାଳକ

କଟକ ଜିଲ୍ଲା ନରସିଂହପୁର ବ୍ଲକ ଓଲବ ପଞ୍ଚାୟତ ଅଧୀନ ଦେଓଝର ଜଳପ୍ରପାତରେ ବୁଡ଼ି ଯାଇଛନ୍ତି ଜଣେ ନାବାଳକ। ତାଙ୍କ ନାଁ ଆୟୁଷ ସ୍ୱାଇଁ (୧୫)।ତାଙ୍କ ଘର ଭୁବନେଶ୍ୱରର ବାଙ୍କୁଆଳରେ।
ଆଜି ଆୟୁଷଙ୍କ ପରିବାର ଓ ଆଉ କିଛି ପରିବାର ଦେଓଝର ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେହି କେହି ସେଠାରେ ଗାଧୋଇଥିଲେ। ଗାଧୋଇବା ବେଳେ ଆୟୁଷ ହଠାତ୍ ବୁଡ଼ି ଯାଇଥିଲେ।
ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜା ଖୋଜି କରାଯିବା ସତ୍ତ୍ୱେ ଆୟୁଷଙ୍କର ପତ୍ତା ମିଳିପାରି ନାହିଁ। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି।ଆସନ୍ତାକାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।


