ତ୍ୱଚା ଓ କେଶ ପାଇଁ ଅତି ଉପକାରୀ ସୋରିଷ ତେଲ , ଏହାକୁ ନିୟମିତ କରନ୍ତୁ ବ୍ୟବହାର

ପ୍ରାୟ ସମସ୍ତଙ୍କ ଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ବିଭିନ୍ନ ପ୍ରକାରର ତେଲ ବ୍ୟବହାର କରାଯାଇଥାଏ । ତେବେ ଏହି ସବୁ ତେଲ ମାନଙ୍କ ମଧ୍ୟରେ ସୋରିଷ ତେଲ ଅନ୍ୟତ୍ତମ । ଏହାର ବ୍ୟବହାର ପ୍ରାୟ ସମସ୍ତଙ୍କ ଘରେ ନିୟମିତ ଭାବେ କରାଯାଇଥାଏ। ସୋରିଷ ତେଲର ବିଭିନ୍ନ ଉପକାରିତା ଗୁଣ ରହିଛି । ଏହାକୁ ଖାଦ୍ୟ ତିଆରି ବ୍ୟତିତ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । କହିବାକୁ ଗଲେ ଏହି ସୋରିଷ ତେଲ ବିଶେଷ ରୂପେ ପ୍ରାକୃତିକ ଭାବେ ତ୍ୱଚା ପାଇଁ ଖୁବ୍ ଉପକାରୀ ଅଟେ। ଏହା ବ୍ୟତୀତ ଦାନ୍ତ ସଫା ସହିତ କେଶକୁ ମଜଭୁତ କରିବାରେ ଏହି ସୋରିଷ ତେଲର ବ୍ୟବହାର କରାଯାଇଥାଏ ।
ତେବେ ଆସନ୍ତୁ ଜାଣିବା ସୋରିଷ ତେଲର ବିଭିନ୍ନ ପ୍ରକାରର ଫାଇଦା ସମ୍ପର୍କରେ :
-ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି । ଯାହାଫଳରେ ଏହାକୁ ନିୟମିତ ରୂପେ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ଓ ସଂକ୍ରମଣ ସମସ୍ୟା ଦୂର ହୋଇଯାଏ।
– କେଶରେ ସୋରିଷ ତେଲ ଲଗାଇବା ଲାଭକାରୀ ଅଟେ। କହିବାକୁ ଗଲେ ଏହା ବିଶେଷ ଭାବେ କଣ୍ଡିସନର ଭଳି କାମ ଦେଇଥାଏ।
-ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ବହୁ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। ଯାହାଫଳରେ ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଉଥିବା କେଶ ଝଡିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
– ପ୍ରତିଦିନ ତ୍ବଚାରେ ସୋରିଷ ତେଲ ମାଲିସ କରିବା ଦ୍ୱାରା ବିଭିନ୍ନ ପ୍ରକାର ଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ।
– ସୋରିଷ ତେଲର କିଛି ବୁନ୍ଦା ହାତରେ ନେଇ ଚେହେରାରେ ମାଲିସ କରନ୍ତୁ ଏବଂ କିଛି ସମୟ ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଦେଖିବେ କିପରି ଆପଣଙ୍କ ତ୍ୱଚା କୋମଳ ରହିବା ସହ ଚମକିବ।
– ଯଦି ଆପଣଙ୍କର ଓଠ ଫଟିବା ସମସ୍ୟା ରହିଛି ତେବେ ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଶୋଇବାକୁ ଯିବା ପୂର୍ବରୁ ଓଠରେ ସୋରିଷ ତେଲ ଲଗାନ୍ତୁ ।
-୧ ଚାମଚ ବେସନ,ଅଧା ଚାମଚ ଲେମ୍ବୁ ରସ,୧ ଚାମଚ ସୋରିଷ ତେଲ ଏବଂ ୧ ଚାମଚ ଦହି ମିଶାଇ ସପ୍ତାହରେ ତିନି ଦିନ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ବାରା ଏହା ତ୍ୱଚାକୁ ସଫା ରଖିବା ସହ ଆହୁରି ଉଜ୍ଜ୍ୱଳ କରିଥାଏ।



