ବିଚାର

ଅନେକ ଦିନରୁ ଏହି ବ୍ୟକ୍ତିଙ୍କୁ ହଇରାଣ କରୁଥିଲା କାଉ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ୍ ଉଡିଗଲା

ପ୍ରତ୍ଯେକ ଦିନ କିଛି କାଉଙ୍କ ଏକ ଦଳ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥାନ୍ତି । କାରଣ ତିନି ବର୍ଷ ପୂର୍ବେ ଉକ୍ତ ବ୍ୟକ୍ତି ଗୋଟିଏ ଛୋଟିଆ ଭୁଲ୍ କରି ଦେଇଥିଲେ । ଜୀବଜନ୍ତୁଙ୍କ ବୁଝିବା ଓ ବିଚାର ଶକ୍ତି ନାହିଁ ବୋଲି ଭାବୁଥିବା ଲୋକଙ୍କୁ ଏହି ଘଟଣା ଭୁଲ ସାବ୍ୟସ୍ତ କରିଦେବ । ଭୋପାଳର ଏହି କାଉମାନଙ୍କ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ବ୍ୟକ୍ତିଙ୍କୁ ଘରୁ ବାହାରିବା ମୁସ୍କିଲ କରି ଦେଇଛନ୍ତି ଏହି କାଉମାନେ ।

ବ୍ୟକ୍ତିଜଣକ ଘରୁ ବାହାରିବା ବେଳେ ଭୟ କରୁଛନ୍ତି କାରଣ କାଉ ଦଳ କେତେବେଳେ ବି ତାଙ୍କ ଉପରେ ଆକ୍ରମଣ କରିପାରନ୍ତି । ବ୍ୟକ୍ତିଜଣକ କହିଛନ୍ତି ଗତ ପ୍ରାୟ ତିନି ବର୍ଷ ଧରି ତାଙ୍କ ସହ ଏମିତି ହୋଇ ଆସୁଛି । ଶିବ ନାମକ ଏହି ବ୍ୟକ୍ତି ଲୁହା ଜାଲିରେ ଫସିଥିବା ଗୋଟିଏ କାଉ ଛୁଆକୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ ତାକୁ ବଞ୍ଚେଇ ପାରି ନଥିଲେ । ନିରୀହ ଛୋଟ ପକ୍ଷୀଟି ତାଙ୍କ ହାତରେ ହିଁ ପ୍ରାଣତ୍ୟାଗ କରି ଦେଇଥିଲା ।

ଶିବଙ୍କ କହିବା ଅନୁସାରେ କାଉମାନଙ୍କୁ ଲାଗୁଛି କି ସେ ହିଁ ତାଙ୍କ ଛୁଆକୁ ମାରିଛନ୍ତି ବୋଲି । ସେଥିପାଇଁ ଶିବଙ୍କୁ ମାରିବା ପାଇଁ କାଉମାନେ ତାଙ୍କ ପଛରେ ପଡି ଯାଇଛନ୍ତି । ଗ୍ରାମବାସୀ ମାନେ ମଧ୍ୟ କହିଛନ୍ତି କି, ଶିବଙ୍କ ପଛରେ କାଉମାନେ ଏମିତି ପଡି ଯାଉଛନ୍ତି ଯେମିତି ସେମାନେ ତାଙ୍କୁ ମାରିବାକୁ ଚାହୁଁଛନ୍ତି ।

ସେ ରାସ୍ତାକୁ ବାହାରିବା ମାତ୍ରେ କାଉମାନେ ଏମିତି ତାଙ୍କ ଉପରେ ଆକ୍ରମଣ କରିବାକୁ ଆସି ଯାଉଛନ୍ତି, ଠିକ ଯେମିତି କୌଣସି ଫାଇଟର ପ୍ଳେନ ତା’ ଟାର୍ଗେଟ ଉପରେ ଆକ୍ରମଣ କରିଥାଏ ।ପ୍ରତ୍ଯେକ ଦିନ କାଉମାନେ ଶିବଙ୍କ ଘର ବାହାରେ ତାଙ୍କୁ ଅପେକ୍ଷା କରି ରହିଥାନ୍ତି । ଏହାପରେ ତାଙ୍କୁ ପିଛା କରିଥାନ୍ତି ଓ ସୁଯୋଗ ମିଳିବା ମାତ୍ରେ ତାଙ୍କୁ ଖୁମ୍ପିବାକୁ ମାଡି ଆସନ୍ତି ।

ସୂଚନା ଅନୁସାରେ ଶିବଙ୍କ ଶରୀର ଓ ମୁଣ୍ଡରେ ଏହି କାଉଙ୍କ ଖୁମ୍ପିବା ଦାଗ ସବୁ ରହିଛି । ସେଥିପାଇଁ ଶିବଙ୍କୁ ସବୁବେଳେ ନିଜ ସହ ଗୋଟିଏ ବାଡି ରଖିବାକୁ ପଡୁଛି ଯେଉଁଥିରେ ସେ କାଉମାନଙ୍କୁ ଘଉଡାଇ ପାରିବେ । କିନ୍ତୁ ସେ କାଉମାନଙ୍କୁ କେବେ ମାରନ୍ତି ନାହିଁ କେବଳ ଘଉଡାଇ ଦିଅନ୍ତି ।

ଭୋପାଳର ଏକ ବିଶ୍ଵ ବିଦ୍ୟାଳୟର ଜଣେ ପ୍ରଫେଶର ଅଶୋକ କୁମାରଙ୍କ କହିବା ଅନୁଯାୟୀ, ଅନ୍ୟ ପକ୍ଷୀଙ୍କ ତୁଳନାରେ କାଉମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ସେମାନେ ଖୁବ ଭଲ ଭାବେ ଚେହେରା ମନେରଖି ପାରନ୍ତି ଓ ତାଙ୍କ ସହ ଅନ୍ୟାୟ ହେଲେ ସେମାନେ ପ୍ରତିଶୋଧ ମଧ୍ୟ ନେଇଥାନ୍ତି । କାଉମାନେ ଦଳ ଦଳ ହୋଇ ନିଜ ଶତ୍ରୁ ଉପରେ ଆକ୍ରମଣ କରିଥାନ୍ତି, କାରଣ ସେମାନେ ପ୍ରତିଶୋଧ ନେବାରେ ଖୁବ ମାହିର ହୋଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button