ଜୀବନଶୈଳୀ

ଭାଲେଣ୍ଟାଇନ୍‌ ଡେ’ରେ ଭୁଲ୍‌ରେ ବି ପାଟର୍ନରକୁ ଦିଅନ୍ତୁ ନାହିଁ ଏହିସବୁ ଉପହାର, ସମ୍ପର୍କରେ ଆସିବ ଦୂରତା

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଗଲାଣି। ଏହି ସାତ ଦିନକୁ ଭିନ୍ନ ଭିନ୍ନ ରୂପରେ ପ୍ରେମୀଯୁଗଳ ପାଳନ କରନ୍ତି। ଏହି ଦିନରେ ପ୍ରେମୀ ଯୁଗଳ ନିଜ ସମ୍ପର୍କକୁ ମଜବୁତ କରିବା ପାଇଁ ଉପହାର ଦିଆନିଆ କରନ୍ତି। କିନ୍ତୁ ଯଦି ଆପଣ ଏପରି କରୁଛନ୍ତି, ତେବେ ସାବଧାନ। ହଏତ ଆପଣଙ୍କ ଗିଫ୍ଟ ଆପଣଙ୍କ ସମ୍ପର୍କରେ ତିକ୍ତତା ଆଣିନଦିଏ। ବାସ୍ତୁ ଅନୁଯାୟୀ ଏମିତି କିଛି ଉପହାର ରହିଛି ଯାହାକୁ ନିଜ ପାଟର୍ନରକୁ ଦେବା ଦ୍ୱାରା ସମ୍ପର୍କରେ ଦୂରତା ଆସିଥାଏ।

– ଆପଣ କେବେ ହେଲେ ନିଜ ପାଟର୍ନରକୁ ଜୋତା ଉପହାର ଦିଅନ୍ତୁ ନାହିଁ। ଏହି ଉପହାର ପ୍ରେମୀ ଯୁଗଳ ଦିଆନିଆ ହେଲେ ସେମାନେ ଅଲଗା ହେବାର ସମ୍ଭାବନା ଅଧିକ ଥାଏ।

shoes-clean-for-valentine-day

– ସେହିପରି ପାଟର୍ନରକୁ ରୁମାଲ ଗିଫ୍ଟ ଦେବା ଦୁଃଖର କାରଣ ହୋଇଥାଏ। ଏହାଦ୍ୱାରା ଜୀବନରେ ଅନେକ କଷ୍ଟ ଆସିଥାଏ। ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ହେବାର ସମ୍ଭାବନା ଅଧିକ ରହିଥାଏ।

– ଛୁରୀ କେବେ କାହାକୁ ଉପହାର ଦେବା ଉଚିତ ନୁହେଁ। ଯଦି ଆପଣଙ୍କୁ କୋଉଠୁ ମିଳିଥାଏ, ତେବେ ଏହାକୁ ଘରେ ରଖନ୍ତୁ ନାହିଁ।

watch

– ଅନେକ ଲୋକ ନିଜ ପାଟର୍ନରକୁ ଘଣ୍ଟା ଉପହାର ଦେଇଥାନ୍ତି। ଏପରି ଉପହାର ଆପଣଙ୍କ ପାଟର୍ନର ପ୍ରଗତିରେ ବାଧା ଦେଇଥାଏ।

– ବୁଡି ଯାଉଥିବା ଜାହାର ମୂର୍ତ୍ତି ଉପହାର ଦେବା କିମ୍ବା ଘରେ ରଖିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଆର୍ଥିକ ଅଭାବ ରହିଥାଏ। ଆପଣଙ୍କ ଆର୍ଥିକ ପ୍ରଗତିରେ ବାଧା ଆସିଥାଏ।

dresss

– ସେହିପରି କଳାରଙ୍ଗର ବସ୍ତ୍ର କାହାକୁ ଉପହାର ଦେବା ଉଚିତ ନୁହେଁ। ଯଦି ଆପଣଙ୍କୁ କେହି କଳା ରଙ୍ଗର ଡ୍ରେସ ଗିଫ୍ଟ କରନ୍ତି ତେବେ ଆପଣଙ୍କ ଜୀବରେ ଦୁଖ କଷ୍ଟ ବଢିବ। ତେଣୁକରି ଏସବୁ ଉପହାରରୁ ନିଜକୁ ଦୂରେଇ ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button