ଜୀବନଶୈଳୀ

ସାବଧାନ ! ଆପଣଙ୍କର ଏହି ୫ଟି ଅଭ୍ୟାସ ଧୀରେ ଧୀରେ ଆପଣଙ୍କୁ କରିଦେଉଛି ବୁଢ଼ା !

ଆଜିକା ଦିନରେ ଲୋକଙ୍କର ଅନେକ ସମସ୍ୟା ରହିଛି। ସେଥିମଧ୍ୟରୁ ଏକ ମୁଖ୍ୟ ସମସ୍ୟା ହେଉଛି, କମ ବୟସରେ ଅଧିକ ବୟସ୍କ ଦେଖାଯିବା। ଲୋକେ ଭାବିଚାଲନ୍ତି କି, ଆମେ କମ ବୟସର କେମିତି ଦିଶିବା? ଏଥିପାଇଁ ସେମାନେ କ୍ରିମ, ପରିବା ଚୋପା, ମେଡିସିନ ସବୁ ବ୍ୟବହାର କରିଥାନ୍ତି। ଏପରିକି କେହି କେହି ସର୍ଜରୀ ମଧ୍ୟ କରାଇଥାନ୍ତି। କିନ୍ତୁ ଏଠାରେ ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇକି ଆସିଛୁ, ଯାହାକୁ ଆପଣାଇଲେ ଆପଣଙ୍କ ସମସ୍ୟା ଚୁଟକିରେ ସମାଧାନ ହୋଇଯିବ।

lll

୧. ଖରାକୁ ବାହାରନ୍ତୁ ନାହିଁ କିମ୍ବା ଖରାରେ ଅଧିକ ସମୟ ବୁଲନ୍ତୁ ନାହିଁ। କାରଣ, ଏଥିଯୋଗୁ ଶରୀରର ତନ୍ତୁରେ ଥିବା ପୁଷ୍ଟିସାର ବା ପ୍ରୋଟିନରେ ଅଭାବ ଦେଖାଦେଇଥାଏ। ଏହାସହିତ ଚର୍ମରେ କୁଂଚନ, କଳା ଦାଗ ସବୁ ବାହାରିଥାଏ।

୨. ଦିନରେ ଡ୍ୟାମେଜ ହୋଇଥିବା ସେଲସକୁ ଶରୀର ରାତିରେ ରିପେୟାର କରିଥାଏ। ଏଥିପାଇଁ ରାତିରେ ନିଦ ପୂରା କରିବା ବହୁତ ଜରୁରୀ ହୋଇଥାଏ।

smoking Cigarettes tobacco in hand with a soft-focus. concept quit Cigarettes are dangerous to health

୩. ଯଦି ଆପଣ ନିଜ ତ୍ୱଚାକୁ ଯୁବା ଭଳି କରିବାକୁ ଚାହୁଁଛନ୍ତି, ତା’ହେଲେ ଗୋଟିଏ ଦିନରେ ୨-୩ଟି ଫଳ ଖାଇବା ବହୁତ ଜରୁରୀ। ସେହିପରି ପନିପରିବା ମଧ୍ୟ ଯଥେଷ୍ଟ ଖାଇବା ଉଚିତ। ଏହା ଆପଣଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ।

୪. ଅଧିକ ମାତ୍ରାରେ ଚିନି ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଅଣ୍ଟା ଉପରେ ଯେତିକି ପ୍ରଭାବ ପକାଇଥାଏ, ସେତିକି ଆପଣଙ୍କ ଚର୍ମ ଉପରେ ବି ପକାଇଥାଏ।

pk

୫. ମଦ ଶରୀରରେ ଆଣ୍ଟିଅକ୍ସିଡେଣ୍ଟ ସ୍ତରକୁ କମ କରିଦେଇଥାଏ। ତେଣୁ ମଦ ପିଉଥିଲେ, ଆଜିଠୁ ଏହାକୁ ଛାଡିଦିଅନ୍ତୁ। ସେହିପରି ଧୂମପାନ କଲେ ବି ଆପଣ ଅଧିକ ବୟସର ଲାଗିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button