ଜୀବନଶୈଳୀ

ରାତିରେ ଶୋଇବା ପୂର୍ବରୁ ମହିଳାମାନେ କରନ୍ତୁ ନାହିଁ ଏହି ସବୁ ଭୁଲ୍

ଶାସ୍ତ୍ର ଅନୁଯାୟୀ ଘରକୁ ସୁନ୍ଦର ଏବଂ ଅସୁନ୍ଦର କରିବା ପଛରେ ଜଣେ ନାରୀର ହାତ ରହିଥାଏ। ଯଦି ଆପଣ ନିଜ ଘରେ ସର୍ବଦା ସୁଖ ଦେଖିବାକୁ ଚାହୁଁଛନ୍ତି ତେବେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ। ନଚେତ ଅନେକ ସମସ୍ଯାର ସାମ୍ନା କରିବାକୁ ପଡ଼ିପାରେ।

-ମହିଳାମାନେ ଭୁଲରେ କେବେ ମଧ୍ୟ ରାତିରେ ଘରୁ କ୍ଷୀର କିମ୍ବା ଦହି କାହାକୁ ଦିଅନ୍ତୁ ନାହିଁ। ଉଲ୍ଲେଖ ରହିଛି ଏଭଳି କରିବା ଦ୍ବାରା ଘରର ସୁଖ-ଶାନ୍ତି କ୍ଷୟ ହୋଇଥାଏ।

-ମହିଳାମାନେ ରାତିରେ ଶୋଇବା ପୂର୍ବରୁ କେବେ ମଧ୍ୟ ରୋଷେଇ ଘରେ ଶୁଖିଲା ବାସନ ରଖନ୍ତୁ ନାହିଁ। ସର୍ବଦା ଶୁଖିଲା ବାସନ ଶୋଇବା ପୂର୍ବରୁ ସଫା କରି ଦିଅନ୍ତୁ। ଏପରି କରିବା ଦ୍ବାରା ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ।

curd-ଏହା ବ୍ୟତୀତ ମହିଳାମାନେ ରାତିରେ କେଶ ଖୋଲି ଶୋଇବା ଅନୁଚିତ। କାରଣ କୁହାଯାଇଥାଏ କେଶ ଖୋଲି ଶୋଇବା ଦ୍ବାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

-ଏହା ବ୍ୟତୀତ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଭୋଜନ କରିବା ଉଚିତ। କାରଣ ଶୋଇବା ପୂର୍ବରୁ ଭୋଜନ କଲେ ରାତିରେ ନିଦ ଭଲ ହୋଇନଥାଏ। ଏହି କାରଣରୁ ରାତିରେ ଅଳ୍ପ ଆହାର ସେବନ କରିବା ଉଚିତ ନଚେତ ଏହା ଦ୍ବାରା ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button