ବିଚାର

ମୂଷା ଉତ୍ପାତ କରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ଘର ଛାଡ଼ି ଯିବାକୁ ବାଟ ପାଇବେନି

ସମସ୍ତଙ୍କ ଘରେ ମୂଷା ଉତ୍ପାତ କରିଥାନ୍ତି। ଘରେ ମୂଷାମାନେ ଗାତ କରି ରହି ଖାଦ୍ୟ, ପୋଷାକ ପତ୍ର ସବୁକୁ କାଟି ପକାନ୍ତି। ଏହି କାରଣରୁ ସମସ୍ତେ ମୂଷାକୁ ତଡ଼ିବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ବଜାରରେ ମଧ୍ୟ ଆପଣ ବିଭିନ୍ନ କମ୍ପାନୀର ମୂଷା ମରା ଔଷଧ ସହଜରେ ପାଇଯିବେ। କିନ୍ତୁ ବେଳେ ବେଳେ ମୂଷାମାନେ ଏହି ଔଷଧ କବଳରୁ ମଧ୍ୟ ନିଜକୁ ବଞ୍ଚାଇ ଦେଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କେତେକ ସହଜ ଘରୋଇ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ସହଜରେ ମୂଷାଙ୍କ ଠାରୁ ମୁକ୍ତି ପାଇପାରିବେ…

mouse

  • କୁହାଯାଏ ମୂଷାମାନେ ପିଆଜର ପାଖ ମାଡ଼ନ୍ତିନି। ପିଆଜର ଗନ୍ଧକୁ ସେମାନେ ଜମା ପସନ୍ଦ କରନ୍ତି ନାହିଁ। ଏଣୁ ଘରୁ ମୂଷା ଘଉଡ଼ାଇବା ପାଇଁ ଆପଣ ପିଆଜକୁ କାଟି ମୂଷା ହେଉଥିବା ସ୍ଥାନରେ ରଖିପାରିବେ। ମୂଷାମାନେ ଘର ଛାଡ଼ି ଚାଲିଯିବେ।
  • ମୂଷା ଘଉଡ଼ାଇବା ପାଇଁ ଆପଣ ତେଜପତ୍ର ମଧ୍ୟ ବ୍ୟବହାର କରିପାରିବେ। ତେଜପତ୍ରର ବାସ୍ନା ମୂଷାଙ୍କୁ ବହୁତ ପସନ୍ଦ ହୋଇଥାଏ। ଏଣୁ ଏହାର ସୁଗନ୍ଧରେ ସେମାନେ ତା’ ନିକଟକୁ ଆସିଥାନ୍ତି। କିନ୍ତୁ ତେଜପତ୍ର ଖାଇବା ପରେ ମୂଷାଙ୍କ ମୃତ୍ୟୁ ଘଟିଥାଏ।
  • ଆପଣ ମୂଷା ଗାତରେ କିଛି ଚୁଟି ରଖିଦିଅନ୍ତୁ। ଏହାକୁ ଖାଇ ମୂଷା ତୁରନ୍ତ ମରିଯିବେ।
  • ମୂଷା ମାରିବାକୁ ଆପଣ ଗୋବରକୁ ଛୋଟ ଛୋଟ ଗୁଳା କରି ମୂଷା ଗାତ ପାଖରେ ରଖି ଦିଅନ୍ତୁ। ଏହା ଖାଇବା ପରେ ମୂଷା ମରିଯିବେ।
  • ମୂଷା ଘଉଡ଼ାଇବା ପାଇଁ ଆପଣ ପୋଦିନା ମଧ୍ୟ ବ୍ୟବହାର କରିପାରିବେ। ତୁଳାରେ ଅଳ୍ପ ପୋଦିନା ରସ ମିଶାଇ ମୂଷା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ଏହାର ଗନ୍ଧରେ ମୂଷା ଘର ଛାଡ଼ି ଚାଲିଯିବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button