LICର ବଡ଼ ଘୋଷଣା, ଏବେ ଲାପ୍ସ ପଲିସିକୁ ମଧ୍ୟ ଚାଲୁ କରିପାରିବେ ଉପଭୋକ୍ତା

ଭାରତୀୟ ଜୀବନ ବୀମା କମ୍ପାନୀ (LIC) ଏବେ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ବର୍ତ୍ତମାନ ପଲିସିଧାରୀଙ୍କୁ ନିଜ ଦୁଇ ବର୍ଷ ତଳର ବନ୍ଦ ହୋଇଯାଇଥିବା ଆକାଉଣ୍ଟକୁ ପୁଣିଥରେ ଖୋଲିବାକୁ ଅନୁମତି ପ୍ରଦାନ କରିଛି। ଏନେଇ କମ୍ପାନୀ ପକ୍ଷରୁ ଟ୍ଵିଟ୍ କରାଯାଇ ସୂଚନା ପ୍ରଦାନ କରାଯାଇଛି।
ଇରାଡି ପ୍ରଡକ୍ଟ ରେଗୁଲେସନ୍ ୨୦୧୩ ର ନିୟମାନୁସାରେ, ଯେଉଁ ଗ୍ରାହକ ପ୍ରଥମ ଥର କିସ୍ତି ପୈଠ କରିବା ପରେ ୨ ବର୍ଷ ପର୍ଯ୍ୟନ୍ତ ଟଙ୍କା ଭରିନଥିବେ ସେମାନଙ୍କ ପଲିସିକୁ ବନ୍ଦ ହୋଇଯାଇଛି ବୋଲି ଧରାଯାଉଥିଲା। ଏହି ନିୟମ ୨୦୧୪ ଜାନୁୟାରୀ ୧ ରୁ ଲାଗୁ ହୋଇଥିଲା। ଫଳରେ ହଜାର ହଜାର ଏଲ୍ଆଇସି ଉପଭୋକ୍ତା ନିଜ ପଲିସି ହରାଇଥିଲେ। ତେବେ ଏଲ୍ଆଇସିର ବର୍ତ୍ତମାନ ଘୋଷଣା ପରେ ପୁଣିଥରେ କମ୍ପାନୀରେ ଗ୍ରାହକ ସଂଖ୍ୟା ବଢ଼ିବେ ବୋଲି ଆଶା କରାଯାଇଛି।
ଏହାସହ ପଢ଼ନ୍ତୁ: ବ୍ୟାଙ୍କ ସମିଶ୍ରଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି ୩,୪୨୭ଟି ସରକାରୀ ବ୍ୟାଙ୍କ ଶାଖା, ଖୁଲାସା କଲା RTI
ଏ ଅବସରରେ କମ୍ପାନୀର ପ୍ରବନ୍ଧ ନିର୍ଦ୍ଦେଶକ ବିପିନ ଆନନ୍ଦ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ଏଭଳି ପରିସ୍ଥିତି ଆସିଥାଏ ଯେତେବେଳେ ଆମେ କୌଣସି ପ୍ରିମିୟମ୍ର ଅର୍ଥ ପୈଠ କରିପାରିନଥାଉ, ଫଳରେ ପଲିସି ଲାପ୍ସ ହୋଇଥାଏ। ଏହା ଦ୍ୱାରା ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଣୁ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମେ ଲାପ୍ସ ଆକାଉଣ୍ଟକୁ ଏବେ ପୁଣି ଥରେ ଚାଲୁ କରିବାକୁ ନିଷ୍ପତ୍ତି ନେଇଛୁ।


