ଦେଶ ବିଦେଶ

ଛୋଟ ଶିଶୁଙ୍କ ପାଇଁ ଦହି ଖାଇବା କେତେ ଜରୁରୀ, ଜାଣି ରଖନ୍ତୁ ସେ ବିଷୟରେ

ସାଧାରଣତଃ ଛୋଟ ପିଲା ମାନେ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ସେତେଟା ପସନ୍ଦ କରନ୍ତି ନାହିଁ ।  କିନ୍ତୁ କ୍ଷୀର, ଦହି ପରି କ୍ୟାଲସିୟମ ଯୁକ୍ତ ଖାଦ୍ୟ ଛୋଟ ପିଲାଙ୍କ ହାଡ ମଜବୁତ କରିବାରେ ବିଶେଷ ସହାୟକ ହୋଇଥାଏ ।  ବିଶେଷ ଭାବେ ଦହି ଛୋଟ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ କ୍ଷେତ୍ରରେ ଏକ ବିଶେଷ ଭୂମିକା ନିଭେଇଥାଏ ।  ତେବେ ଆସନ୍ତୁ ଜାଣି ରଖିବା ଛୋଟ ଶିଶୁଙ୍କ ପାଇଁ ଦହି ସେବନ କେତେ ଜରୁରୀ ଓ କେତେ ବୟସରୁ ଏହା ଆରମ୍ଭ କରିଦେବା ଉଚିତ ।

– ଛୋଟ ଶିଶୁଙ୍କ ଶାରୀରିକ ବିକାଶ ପାଇଁ ସେମାନଙ୍କ ଇମ୍ୟୁନୋ ସିଷ୍ଟମ ମଜବୁତ ହେବା ନିହାତି ଦରକାର ।  ସେମାନଙ୍କୁ ନିୟମିତ ରୂପେ ସକାଳ ଜଳଖିଆ କିମ୍ବା ଦ୍ବିପହର ଖାଦ୍ୟରେ କିଛି ଦହି ଖାଇବାକୁ ଦେଲେ ସେମାନଙ୍କ ପେଟରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାନ୍ତି ।  ଫଳରେ ଅନେକ ଦିନ ତଳର ପେଟ ସମାସ୍ୟା ଦୂର ହୋଇଥାଏ ।  ଫଳରେ ସେମାନଙ୍କ ବିକାଶ ଠିକ ଭାବେ ହୋଇପାରେ ।

– ଶିଶୁ ୬ ମାସ ହେବା କ୍ଷଣି ସେମାନଙ୍କୁ ଧୀରେ ଧୀରେ ବାହାରର ଖାଦ୍ୟ ଦେବା ଆରମ୍ଭ କରାଯାଇଥାଏ ।  ଫଳରେ ସେମାନଙ୍କ ଠାରେ ଗ୍ୟାସ ସମସ୍ୟା ଦେଖାଦିଏ ।  ଲଗାତାର ଏସିଡ଼ିଟି ବା ଗ୍ୟାସ ସମସ୍ୟା ଲାଗି ରହିଲେ ସେମାନେ ସ୍ୱଭାବରେ ଚିଡଚିଡ଼ା ହୋଇଥାନ୍ତି ।  ଭଲରେ ଖିଆପିଆ ମଧ୍ୟ କରନ୍ତି ନାହିଁ ।  ଦହିରେ ଥିବା ଲାକଟିକ ଏସିଡ ପେଟରେ ଗ୍ୟାସ ହେବାକୁ ଦେଇନଥାଏ ।

What's the difference between yogurt and curd | The Times of India

-ଆଉ ମଧ୍ୟ ଦହି ଖାଇବା ଦ୍ୱାରା ଛୋଟ ଶିଶୁଙ୍କୁ ନିଦ ହୋଇଥାଏ । ଖାଲି ଖାଇଲେ ନୁହେଁ ସେମାନଙ୍କ ଶରୀରରେ ଦହି ମାଲିସ କଲେ ମଧ୍ୟ ସେମାନଙ୍କୁ ନିଦ ଆସିବା ସହ ତ୍ୱଚା ଚିକ୍କଣ ହୋଇଥାଏ ।

– ପିଲାଙ୍କ ଠାରେ ଥିବା ୟୁରିନ ସଂକ୍ରମଣ ଜନିତ ସମସ୍ୟା ବି ନିୟମିତ ଦହି ଖାଇବା ଦ୍ୱାରା ଦୂର ହୋଇଥାଏ ।  ଦହିରେ ଥିବା ପ୍ର ବାୟୋଟିକ ତତ୍ତ୍ୱ ପିଲାଙ୍କ କିଡ୍ନୀ ଓ ଲିଭର ସୁସ୍ଥ ରଖିବାରେ ସାହାଯ୍ୟ କରେ ।

– ଆଜିକା ସମୟରେ ବଜାରରେ ଅନେକ ପ୍ରକାରର ଦହି ମିଳୁଛି ।  କିନ୍ତୁ ଛୋଟ ପିଲାଙ୍କୁ ଘରେ ପ୍ରସ୍ତୁତ ହେଉଥିବା ଦହି ହିଁ ଖାଇବାକୁ ଦେବା ଉଚିତ । ଦହିରେ ଲୁଣ କିମ୍ବା ଚିନି ମିଶାଇ ଖାଇବାକୁ ଦେବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button