ଓଡିଶା

Rani Panda କାମ କଲେ ସିନା ପଇସା ଆଣି Sukantଙ୍କ ପରିବାରକୁ ସାହାଯ୍ୟ କରିବେ, କାମ ନକଲେ କେମିତି… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ନେଇ ଯେଉଁ ବିବାଦ ଏବେ ଲାଗି ରହିଛି ତାହାକୁ ନେଇ ଜଣେ ଫ୍ୟାନ୍ସ ମୁହଁ ଖୋଲିଛନ୍ତି ଆଉ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବ୍ୟକ୍ତି ଜଣକ କହିଛନ୍ତି କି “ରାନୀ ପଣ୍ଡା ମୋର ଶତ୍ରୁ ନୁହନ୍ତି । ସେ ଗରିବ ଲୋକଙ୍କର ମସିହା ପାଲଟିଛନ୍ତି ଏ କଥା ମୁଁ କହୁ ନାହି ସାରା ଓଡିଶାବାସୀ କହୁଛନ୍ତି । ଗୋଟେ ଗରିବ ବାପା ଯଦି ଖାଇବାକୁ ପାଇ ନାହି ସେଠାରେ ରାନୀ ପଣ୍ଡା ଝିଅ ହୋଇ ଠିଆ ହୋଇଛନ୍ତି ।

ଯଦି ଝିଅ ବାହାଘର ନ ହୋଇପାରୁଛି ସେଠାରେ ଯାଇ ସେ ଭଉଣୀ ହୋଇ ଠିଆ ହୋଇପାରୁଛନ୍ତି । ଏହା ତହରୁ ବଡ କଥା କିଛି ନୁହେଁ । ଯେତେବେଳେ କୋରୋନା ସମୟରେ ଲୋକେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହୋଇଥିଲେ ସେତେବେଳେ ରାନୀ ପଣ୍ଡା ରାତିରେ ଖଟି ଯେତିକି ସମ୍ପତି ରଖିଥିଲେ ତାହା ସେ ନିଜ ପାଇଁ ଖର୍ଚ୍ଚ କରି ନ ଥିଲେ । ସେ ବାହା ନ ହୋଇ ଓଡିଶାର ଲୋକଙ୍କୁ ସାହାଜ୍ଯ କରିଛନ୍ତି । ଭୁଲ  ମଣିଷର ହୁଏ ।

ରାନୀ ପଣ୍ଡା ଯଦି ସୁକାନ୍ତଙ୍କ ଗାଡି ସହ ଦୁର୍ଘଟଣା ହେବା ପରେ ଯଦି ପଳାଇ ଯାଇଥାନ୍ତେ ତେବେ ସେ ଦୋଷୀ ହୋଇଥାନ୍ତେ । କିନ୍ତୁ ସେ ନିଜେ ଆହତ ହୋଇ ଗାଡିରୁ ବାହାରି କାହାକୁ ଫୋନ କରୁଥିଲେ ସାହାଜ୍ଯ ପାଇଁ । କିନ୍ତୁ ଲୋକେ କହୁଛନ୍ତି ରାନୀ ପଣ୍ଡା ମୋବାଇଲରେ ଫ୍ଲାସ ଲାଇଟ ଲଗାଇଥିଲେ । ଏଟା ମିଛ କଥା । ତାଙ୍କ ପାଖରେ ମଣିଷପଣିଆ, ବିବେକ ଅଛି ତେଣୁ କରି ସେ ଠିଆ ହେଲେ । ସାରା ଜୀବନ ସୁକାନ୍ତଙ୍କ ପରିବାରକୁ ପୋସିବେ ଏହା ଠାରୁ ବଡ କଥା କିଛି ନୁହେଁ ।

ସୁକାନ୍ତଙ୍କ ପରିବାରକୁ ସେ ୩୫ହଜାର ଟଙ୍କା ଦେଇଛନ୍ତି । ରାନୀ ପଣ୍ଡା କାମ କଲେ ସିନା ପଇସା ଆଣି ସୁକାନ୍ତଙ୍କ ପରିବାକୁ ଆଣି ପଇସା ଦେବ କାମ ନ କଲେ ସେ କେମିତି ପୋସିବ । ସୁକାନ୍ତଙ୍କ ଅପରିବାର ବାହାର ଲୋକଙ୍କ କଥାରେ ପଡି ୫ଲକ୍ଷ ଟଙ୍କା ମାଗୁଛନ୍ତି ଏଟା ଭୁଲ । ସେ ଓଡିଶାର ଝିଅ ତାଙ୍କୁ ଆମେ ସାଲ୍ୟୁଟ କରୁଛୁ । କିଛି ଲୋକ ଖରାପ ଭାବୁଛନ୍ତି ରାନୀ ପଣ୍ଡା ଭାବନ୍ତୁ । ଗୋଟେ ଲୋକର ଖରାପ ଜିନିଷକୁ ସବୁବେଳେ ଦେଖା ନାହି ।

ରାନୀ ପଣ୍ଡାଙ୍କ ଡ୍ରାଇଭର ଚଲାଉଥିଲେ ସେ ତ ଚଲାଉଥିଲେ ନ ଥିଲେ ତାଙ୍କର ଦୋଷ କଣ ? ଯଦି ଲୋକେ ତାଙ୍କୁ କୁଆଡେ ଛାଡିବେ ନାହି ତେବେ ସେ ସୋ କେମିତି କରିବ ତାଙ୍କ କେଉଁଠୁ ଆଣିବ ତା ବାପର କଣ ଖଣି ଚାଲିଛି ଖଣି ବିକ୍ରି କରିକି ଆଣିବ । ଏମିତି ଦୁନିଆରେ ହଜାର କେସ ଚାଲିଛି ଗୋଟେ ମା ର ପୁଅ ଯାଇଛି ସତ କିଛି ଆଉ କରାଯାଇପାରିବ ନାହି ।

ଆମ ପାଖରେ ଯେତିକି ଅଛି ସେତିକି କରିବା । ରାନୀ କ୍ଷମା ମାଗି ସାରିଛନ୍ତି ସୁକାନ୍ତଙ୍କ ପରିବାକୁ ଏଟା ସବୁଠାରୁ ବଡ କଥା । ମୁଁ ଏତିମି ଅନୁରୋଧ କରୁଛି ଆପଣ ରାନୀ ପଣ୍ଡାଙ୍କୁ ଭୁଲ ବୁଝାନ୍ତୁ ନାହି”।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button