କ୍ରାଇମ

ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଟ୍ରେନ୍‌ ଆଗକୁ ଫିଙ୍ଗ‌ଦେଲେ ଯୁବକ; ହାତଗୋଡ଼ ହରାଇଲେ ୧୭ ବର୍ଷୀୟ ବାଳିକା – Utkal Mail


ବରେଲି: ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଜଣେ ଯୁବକ ଟ୍ରେନ୍‌ ଆଗକୁ ଫୋପାଡ଼ି ଦେବାରୁ ଜଣେ ୧୭ ବର୍ଷୀୟ ବାଳିକା‌ ଗୋଟିଏ ହତା ଓ ଦୁଇଟି ଗୋଡ଼ ହରାଇଥିବା କଥା ବୁଧବାର ଦିନ ପୁଲିସ କହିଛି।

ଝିଅର ଅବସ୍ଥା ସଙ୍କଟାପନ୍ନ ଥିବା କଥା ମଧ୍ୟ ଡାକ୍ତରମାନେ କହିଛନ୍ତି।

ପୁଲିସ କହିଛି, ମଙ୍ଗଳବାର ଦିନ ବରେଲି ନଗରୀର ସି. ବି. ଗଞ୍ଜ ଅଞ୍ଚଳରେ ଘଟିଥିବା ଏହି ଅଘଟଣରେ ଝିଅର ଏକାଧିକ ହାଡ଼ ଭାଙ୍ଗିଯାଇଛି।

ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ବାଳିକାର ବାପା କହିଛନ୍ତି ଯେ, ମଙ୍ଗଳବାର ଅପରାହ୍ଣ ପ୍ରାୟ ୪.୩୦ରେ ତାଙ୍କ ଝିଅ କୋଚିଙ୍ଗ୍‌ ସେଣ୍ଟର୍‌ରୁ ଫେରୁଥିଲା ବେଳେ ତାଙ୍କ ଗାଁର ବିଜୟ ମୌର୍ଯ୍ୟ ତାକୁ ଅଟକାଇ ତା’ ସହିତ ଅସଭ୍ୟ କଥାବାର୍ତ୍ତା କରି ଯୌନଉତ୍ପୀଡ଼ନ ଦେଇଥିଲେ। ତା’ କବଳରୁ ରକ୍ଷା ପାଇବା ପାଇଁ ଝିଅ ଖଦାଉ ଆଡ଼କୁ ଦୌଡ଼ି ପଳାଉଥିବା ବେଳେ ମୌର୍ଯ୍ୟ ତାକୁ ଟ୍ରେନ୍‌ ଆଗକୁ ଠେଲି ଦେଇଥିଲା। ଫଳରେ ତା’ର ଗୋଟାଏ ହାତ ଓ ଦୁଇଟି ଗୋଡ଼ କଟିଗଲା।

ତାଙ୍କ ଅଭିଯୋଗ ଆଧାରରେ ମୌର୍ଯ୍ୟଙ୍କୁ ଗିରଫ କରାଯାଇ ‘ଆଇପିସି’ ଧାରା ୩୦୭, ୩୪୨, ୫୦୪, ‘୩୫୪ ଡି’ ଓ ୩୨୬ ଏବଂ ‘ପୋକ୍‌ସୋ ଆଇନ’ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button