ଜାଣନ୍ତୁ ମାଟି ପାତ୍ରରେ ଖାଇବା ପ୍ରସ୍ତୁତ କରିବାର କିଛି ଚମତ୍କାରୀ ଫାଇଦା

ପୁରାତନ କାଳରେ ଲୋକ ମାଟି ପାତ୍ରରେ ଖାଦ୍ୟ ରୋଷେଇ କରୁଥିଲେ। କିନ୍ତୁ ସମୟ ସହ ସବୁ କିଛି ବଦଳିଗଲା । ଏନେଇ ଖାଦ୍ୟପେୟ ସହ ରହିବା ଶୋଇବା ଆଦିର ଶୈଳୀ ସବୁ ବଦଳି ଗଲାଣି। ଏହି ପରିବର୍ତ୍ତନ ପାଇଁ ଅନେକ ପ୍ରକାରର ଅସୁବିଧା ଏବଂ ଶାରୀରିକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏଣୁ ଏବେ ପୁରାତନ କାଳର କିଛି ଜିନିଷକୁ ପୁଣି ଆପଣାଇ ଆପଣ ସୁସ୍ଥ ଏବଂ ତନ୍ଦରୁସ୍ତ ଜୀବନଯାପନ କରିପାରିବେ। ଏହି ଜିନିଷ ମଧ୍ୟରେ ଏକ ହେଉଛି ମାଟିର ବାସନ। ମାଟି ବାସନରେ ରୋଷେଇ କରିବା ଦ୍ବାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ। ଆସନ୍ତୁ ଜାଣିବା ମାଟି ପାତ୍ରରେ ରୋଷେଇ କରିବାର ଅନେକ ଫାଇଦା।

-ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ବାରା ଖାଦ୍ୟରେ ଥିବା ପିଏଚ୍ ନିୟନ୍ତ୍ରିତ ରହିଥାଏ। ଏହା ଶରୀରରେ ଥିବା ଏସିଟିକ୍ କୋଷକୁ ବଢ଼ିବାରେ ରୋକ ଲଗାଇଥାଏ। ଫଳରେ କର୍କଟ ଭଳି ରୋଗର ସମ୍ଭାବନା କମ ହୋଇଥାଏ।
-ମାଟି ବାସନରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଖାଦ୍ୟ ଗରମ ହୋଇ ବାଷ୍ପ ଜରିଆରେ ବାହାରିଥିବା ପୋଷକ ସେଥି ମଧ୍ୟରେ ରହି ଯାଇଥାଏ। ଫଳରେ ଏହି ଖାଦ୍ୟକୁ ସେବନ କରିବା ଦ୍ବାରା ଶରୀରକୁ ଅଧିକ ପୋଷକ ତତ୍ତ୍ବ ମିଳିଥାଏ।
-ମାଟିବାସନରେ ପ୍ରସ୍ତୁତ ଖାଦ୍ୟ ସ୍ବାଦିଷ୍ଟ ହୋଇଥାଏ। ଏହାର ପ୍ରସ୍ତୁତିରେ କମ ତେଲ ଖର୍ଚ୍ଚ ହେବା ସହ ଏହା ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ସବୁଠାରୁ ଖାସ କଥା ମାଟିପାତ୍ରରେ ପ୍ରସ୍ତୁତ ଖାଦ୍ୟ ଶୀଘ୍ର ଖରାପ ହୋଇନଥାଏ।



