ଧର୍ମ

ପୂର୍ବ ଜନ୍ମ ରେ ଆପଣ କଣ ଥିଲେ ? ପୁନର୍ଜନ୍ମ କେମିତି ହୁଏ ?

ଆପଣ କଣ ଜାଣନ୍ତି ଆପଣ ପୂର୍ବ ଜନ୍ମରେ କଣ ଥିଲେ, ଆପଣ କଣ କରୁଥିଲେ ଏବଂ ଆପଣଙ୍କର ମୃତ୍ୟୁ କିପରି ହୋଇଥିଲା । ମୁଁ ଜାଣିନି ଆପଣ ପୂର୍ବ ଜନ୍ମକୁ ବିଶ୍ଵାସ କରନ୍ତି କି ନାହିଁ । କିନ୍ତୁ ଆମର ଏହି ପୋଷ୍ଟ ଟି ପଢିବା ପରେ ଆପଣ ପୂର୍ବଜନ୍ମକୁ ବିଶ୍ଵାସ କରିବା ପାଇଁ ବାଧ୍ୟ ହେବେ କାରଣ ଏହି ପୋଷ୍ଟରେ ପୂର୍ବଜନ୍ମ ସହିତ ଜଡିତ ଥିବା କିଛି ଘଟଣା, ଆଶ୍ଚର୍ଯ୍ୟ ଜନକ ତଥ୍ୟ ଏବଂ ବୈଜ୍ଞାନିକଙ୍କ ମତାମତ ପ୍ରମାଣର ସହ ଦିଆ ଯାଇଛି ।

ମୃତ୍ୟୁ ପରେ ଜୀବନ

ପୃଥିବୀରେ ସମସ୍ତ ଧର୍ମ ବିଶେଷ କରି ହିନ୍ଦୁ ଧର୍ମରେ ଦୃଢ ଭାବରେ ସ୍ଵୀକାର କରାଯାଏ ଯେ ମୃତ୍ୟୁରେ କେବଳ ଶରୀରର ମୃତ୍ୟୁ ଘଟେ ଆତ୍ମାର ନୁହେଁ । ଆତ୍ମା ଗୋଟିଏ ଶରୀରକୁ ଛାଡି ଆଉ ଗୋଟିଏ ଶରୀର ଧରି ପୁନର୍ଜନ୍ମ ହୋଇଥାଏ । କିନ୍ତୁ ବର୍ତ୍ତମାନର ଯୁଗ ହେଉଛି ବିଜ୍ଞାନର ଯୁଗ । ସେ ପ୍ରତ୍ୟେକ ଘଟଣାର ପ୍ରମାଣ ଚାହେଁ । କିନ୍ତୁ ପୂର୍ବଜନ୍ମ ଘଟଣାର ପ୍ରମାଣ ପାଇ ମଧ୍ୟ ବିଜ୍ଞାନ ତାକୁ କେବଳ କଳ୍ପନା ବୋଲି କହିଛି । ଆମ ଭାରତର ସବୁଠାରୁ ବଡ, ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ପୁନର୍ଜନ୍ମ ଘଟଣାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଶାନ୍ତି ଦେବୀ ।

ଯିଏ କେବଳ ମାତ୍ର ୪ ବର୍ଷ ବୟସରୁ ସେ ତାଙ୍କର ପୁନର୍ଜନ୍ମ ବିଷୟରେ କହିବା ଆରମ୍ଭ କରିଦେଇଥିଲେ । ୧୧ ଡିସେମ୍ବର ୧୯୨୬ ମସିହାରେ ଶାନ୍ତି ଦେବୀ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ସେତେବେଳେ ଭାରତ ସ୍ଵାଧୀନ ହୋଇନଥାଏ । ସେ ୪ ବର୍ଷର ହୋଇଥାନ୍ତି ହଠାତ ତାଙ୍କ ବାପା ମା ଙ୍କୁ କହିଲେ ତାଙ୍କର ପୂର୍ବଜନ୍ମ କଥା ମନେ ଅଛି । ସେ ପୂର୍ବଜନ୍ମ ରେ ମଥୁରାରେ ରହୁଥିଲେ । ସେ ପୂର୍ବଜନ୍ମରେ ମଧ୍ୟ ଜଣେ ସ୍ତ୍ରୀ ରୂପରେ ଜନ୍ମ ହୋଇଥିଲେ । ତାଙ୍କ ନାମ ଲୁବ୍ଧି ଦେବୀ ଥିଲା ଏବଂ ତାଙ୍କ ସ୍ଵାମୀଙ୍କ ନାମ କେଦାରନାଥ ଥିଲା । ଏହି କଥା ଶୁଣି ତାଙ୍କ ବାପା ମା ଏତେ ଗୁରୁତ୍ତ୍ଵ ଦେଇ ନଥିଲେ କିନ୍ତୁ ଯେତେବେଳେ ଶାନ୍ତିଦେବୀ ତାଙ୍କ ପୂର୍ବଜନ୍ମିତ ସ୍ଥାନ ମଥୁରାକୁ ଯିବା ପାଇଁ ଚେଷ୍ଟା କଲେ ଓ ମଥୁରାର ଭାଷା କହିବାକୁ ଲାଗିଲେ ସେତେବେଳେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଲା ।

 

ଏମିତିକି ସେହି ସମୟରେ ମହାତ୍ମା ଗାନ୍ଧି ମଧ୍ୟ ଯେତେବେଳେ ଏହି କଥା ଶୁଣିଲେ ୪ ବର୍ଷୀୟ ଶାନ୍ତି ଦେବୀଙ୍କୁ ଡାକି ଏହି ଘଟଣାର ଅନୁସନ୍ଧାନ କଲେ । ଶାନ୍ତି ଦେବୀ କହିଲେ ତାଙ୍କ ସ୍ଵାମୀଙ୍କ ନାମ କେଦାରନାଥ । ସେ ଦେଖିବାକୁ ଗୋରା ଏବଂ ତାଙ୍କ ବାମପଟ ଗାଲରେ ଛୋଟ ଦାଗଟିଏ ମଧ୍ୟ ଅଛି ଏବଂ ସେ ମଥୁରାରେ ରୁହନ୍ତି । ତାଙ୍କ ଘର ଗୁଡିକ ହଳଦିଆ ରଙ୍ଗର, ତାଙ୍କ କବାଟ ଗୁଡିକ ଗୁମ୍ବୁଜାକାର ଏବଂ ବଡ ବଡ ନକ୍ସାକାର ଝରକା ମଧ୍ୟ ଅଛି । ଶାନ୍ତି ଦେବୀ କହିଥିଲେ ଯେ ତାଙ୍କର ପୂର୍ବଜନ୍ମ ମଥୁରାର ଚତୁର୍ଭୁଜ ସ୍ଥାନରେ ୧୮ଜାନୁୟାରୀ ୧୯୦୨ ରେ ହୋଇଥିଲା ଓ ତାଙ୍କର ନାମ ଲୁବ୍ଧି ଦେବୀ ଥିଲା । 10 ବର୍ଷ ବୟସରେ ପାଖ ଗାଁର କେଦାର ନାଥ ଚୋବେଙ୍କ ସହ ତାଙ୍କର ବାହାଘର କରିଦିଆଯାଇଥିଲା ।

ତାଙ୍କ ସ୍ଵାମୀଙ୍କର ଏକ ପୋଷାକର ଦୋକାନ ଥିଲା । ଲୁବ୍ଧି ଦେବୀଙ୍କର ପ୍ରଥମ ସନ୍ତାନ ଜନ୍ମ ହେବା ପୂର୍ବରୁ ହିଁ ତାଙ୍କ ଗର୍ଭରେ ମୃତ୍ୟୁ ବରଣ କରିଥିଲା । ଯେତେବେଳେ ସେ ଦ୍ଵିତୀୟ ଥର ମା ହେବାପାଇଁ ଗଲେ ସେତେବେଳେ ତାଙ୍କ ସ୍ଵାମୀ ତାଙ୍କୁ ଆଗ୍ରାର ଏକ ସରକାରୀ ହସ୍ପିଟାଲ ରେ ଭର୍ତ୍ତି କଲେ । ହସ୍ପିଟାଲରେ ଅପରେଶନ ସାହାର୍ଯ୍ୟରେ ୨୫ ସେପ୍ଟେମ୍ବର ୧୯୨୫ ମସିହାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିଲା । ତାଙ୍କର ମା ହେବାର ୯ ଦିନ ପରେ ୪ ଅକ୍ଟୋବର ୧୯୨୫ ରେ ସେ ମୃତ୍ୟୁ ବରଣ କରିଥିଲେ । ଲୁବ୍ଧି ଦେବୀଙ୍କ ମୃତ୍ୟୁ ପରେ ୧ ବର୍ଷ ୯ ମାସ ୭ ଦିନ ପରେ ୧୧ ଡିସେମ୍ବର ୧୯୨୬ ରେ ତାଙ୍କର ଜନ୍ମ ଦିଲ୍ଲୀରେ ହୋଇଥିଲା ଓ ତାଙ୍କ ନାମ ଶାନ୍ତି ଦେବୀ ଦିଆଗଲା ।

 

ମହାତ୍ମା ଗାନ୍ଧୀ ଏହି କଥାର ସତ୍ୟତା ଜାଣିବା ପାଇଁ ଅଲ ଇଣ୍ଡିଆ ନ୍ୟୁଜ ପେପର ର ସମ୍ପାଦକ ଓ ସଂସଦୀୟ ନେତା ଦେଶବନ୍ଧୁ ଗୁପ୍ତାଙ୍କୁ ଏହି ଘଟଣାର ଅନୁସନ୍ଧାନ ପାଇଁ ଆଦେଶ ଦେଲେ । ଦେଶବନ୍ଧୁ ଗୁପ୍ତା ଦିଲ୍ଲୀରୁ ୧୪୫ କି. ମି. ଦୂର ମଥୁରାରେ ପହଞ୍ଚିଲେ ଏବଂ ମଥୁରାରେ ପହଞ୍ଚି ସେ ସ୍ତବ୍ଧ ହୋଇଗଲେ କାରଣ ୪ ବର୍ଷର ଶାନ୍ତି ଦେବୀ ତାଙ୍କ ପୂର୍ବଜନ୍ମ ବିଷୟରେ ଯେଉଁ ସବୁ କଥା କହିଥିଲେ ସେ ଗୁଡିକ ଅକ୍ଷରେ ଅକ୍ଷରେ ସତ ଥିଲା । ଦେଶ ବନ୍ଧୁ ଗୁପ୍ତା କେଦାରନାଥଙ୍କ ଘରେ ପହଞ୍ଚିଲେ ଓ କେଦାରନାଥଙ୍କୁ ସବୁ କଥା କହିଥିଲେ । ସେ ଏହି କଥା ଶୁଣି ସହଜରେ ବିଶ୍ଵାସ କରି ପାରି ନଥିଲେ ଏବଂ ସେ ଏହି କଥାର ସତ୍ୟତା ଜାଣିବା ପାଇଁ ତାଙ୍କ ଦାଦାଙ୍କ ପୁଅଙ୍କୁ ଶାନ୍ତି ଦେବୀଙ୍କ ପାଖକୁ ପଠାଇଥିଲେ ।

ଯେତେବେଳେ ସେ ଶାନ୍ତି ଦେବୀଙ୍କ ପାଖରେ ପହଞ୍ଚନ୍ତି ଶାନ୍ତି ଦେବୀ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ ଚିହ୍ନିପାରନ୍ତି ଓ ତାଙ୍କୁ ଏମିତି କିଛି କଥା କୁହନ୍ତି ଯାହା କେବଳ କେଦାରନାଥଙ୍କ ସ୍ଵର୍ଗୀୟ ପତ୍ନୀ ଲୁବ୍ଧି ଦେବୀ ହିଁ ଜାଣିଥିଲେ । ତା ପରେ ଶାନ୍ତିଦେବୀଙ୍କୁ ମଥୁରା ନିଆଯାଏ । ଷ୍ଟେସନ ରୁ ଓଲ୍ହାଇବା ପରେ ଶାନ୍ତି ଦେବୀ ତାଙ୍କ ପୁରୁଣା ଘରକୁ ଯିବାର ରାସ୍ତା ନିଜେ ଚିହ୍ନି ପାରନ୍ତି । ଯେତେବେଳେ ସେ ତାଙ୍କ ପୂର୍ବଜନ୍ମର ସ୍ଵାମୀ ଓ ପୁଅ ସହ ସାକ୍ଷାତ କରନ୍ତି ସେ ଜଣେ ପବିତ୍ରତା ସ୍ତ୍ରୀ ଓ ଜଣେ ସ୍ନେହମଇ ମା’ ହିସାବରେ ଦୁଇ ଜଣଙ୍କର ଯତ୍ନ ନିଅନ୍ତି । ଶାନ୍ତି ଦେବୀଙ୍କ ସମସ୍ତ କଥା ସତ୍ୟ ପ୍ରମାଣିତ ହୁଏ ଏବଂ ଲୁବ୍ଧି ଦେବୀ ହିଁ ଶାନ୍ତି ଦେବୀ ବୋଲି ସମସ୍ତେ ବିଶ୍ଵାସ କରନ୍ତି ।

ପୂର୍ବ ଜନ୍ମ ଓ ବର୍ତ୍ତମାନ ଜନ୍ମ ମଧ୍ୟରେ ଲିଙ୍ଗର ପରିବର୍ତ୍ତନ ମଧ୍ୟ ହୋଇଥାଏ । ଯଦି ଜଣେ ପୂର୍ବ ଜନ୍ମରେ ପୁରୁଷ ରୂପରେ ଜନ୍ମ ହୋଇଥାଏ ତେବେ ସେ ବର୍ତ୍ତମାନ ଜନ୍ମରେ ଜଣେ ସ୍ତ୍ରୀ ରୂପରେ ଜନ୍ମ ହୋଇପାରେ ଏବଂ ମା’ ମାନେ ଯଦି ଗର୍ଭାବସ୍ଥାରେ କୌଣସି ଆତ୍ମାର କଥା ଶୁଣିଥାନ୍ତି ତେବେ ୫୦ % ଚାନ୍ସ ଅଛି ସେ ଆତ୍ମା ତାଙ୍କର ସନ୍ତାନ ରୂପରେ ଜନ୍ମ ଗ୍ରହଣ କରିପାରେ । ପ୍ରାଚୀନ କାଳରେ ଥିବା ହିନ୍ଦୁ ମାନଙ୍କ ଗ୍ରନ୍ଥ ଏବଂ ଅନ୍ୟାନ୍ୟ ଗ୍ରନ୍ଥ ଗୁଡିକରେ ପୂର୍ବ ଜନ୍ମର ସ୍ମୃତି ଅବଶିଷ୍ଠ ରହିବ ବୋଲି ଲେଖା ମଧ୍ୟ ହୋଇଛି । ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କ ଅବତାର ରାମ ଓ କୃଷ୍ଣଙ୍କ ଅବତାର ବୋଲି ଜଣାଯାଏ ଯାହା ପୁନର୍ଜନ୍ମ ଧାରଣାକୁ ସମର୍ଥନ କରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button