ଦେଶ ବିଦେଶ

କାଉ ଦେଇଥାଏ 14ଟି ଶୁଭ ସଙ୍କେତ, ଜାଣନ୍ତୁ କାଉ ସହ ଜଡିତ ଶକୁନ ଅପଶକୁନ

କାଉ ଗୋଟେ ଏମତି ପ୍ରାଣୀ ଅଟେ ଯିଏ କି କିଛି ଘଟିବା ପୂର୍ବରୁ ଜାଣିନେଇଥାଏ ଯେ କିଛି ହବାର ଅଛି ବା ଘଟିବାର ଅଛି । ଆମ ଦୁନିଆରେ ଚିଲ୍ଲ ଓ କାଉ ଆଦି ମାନଙ୍କୁ ଦେଖି ଶୁଭ ଓ ଅଶୁଭ ନିର୍ଧାରିତ କରା ଯାଇଥାଏ । ଯାତ୍ରା କରିବା ସମୟରେ ଯଦି ଆପାଣଙ୍କୁ କାଉ ବାସନରେ ମୁହଁ ବୁଡାଇ ପାଣି ପିଇବା ଦେଖା ଦିଏ ତେବେ ଏହା ଧନ ଲାଭର ସଂକେତ ବୋଲି କୁହାଯାଏ ଏବଂ ଆପଣଙ୍କ ଯାତ୍ରା ନିଶ୍ଚୟ ସଫଳ ହେବ ।

ରାସ୍ତା ରେ ଗଲାବେଳେ କାଉ ଯଦି ପାଟିରେ ରୁଟି କିମ୍ବା ମାଂସ ଖଣ୍ଡେ ଧରିବାର ଦେଖା ଦିଏ ତେବେ ଏହା ଆପଣଙ୍କର କୌଣସି ବଡ ଇଛା ପୁରା ହେବାର ସଂକେତ ଅଟେ । ପ୍ରାତ କାଳରେ କାଉ ଯଦି ଆସି ଆପଣଙ୍କ ଚରଣ ସ୍ପର୍ଶ କରିକି ଯାଏ ତେବେ ଏହା ଆପଣଙ୍କ ଉର୍ଣ୍ଣତି ଓ ଧନ ପ୍ରାପ୍ତିର ସଂକେତ ଅଟେ ।

ଯଦି କାଉ ଭୂମିକୁ ଖୋଳିବା ଦେଖା ଦିଏ  ତେବେ ବହୁତ ଲାଭ ହୋଇଥାଏ ବୋଲି କୁହାଯାଏ, ରାସ୍ତାରେ ଯିବା ସମୟରେ ଯଦି କାଉ କେଉଁ ପତକା ଉପରେ ବସିବା ଦେଖନ୍ତି ତେବେ ଏହା ମନୋକାମନା ପୂର୍ଣ ହେବାର ଥାଏ । ସୂର୍ଯ୍ୟ ଉଦୟ ସମୟରେ ଆପଣଙ୍କ ଘର ସାମ୍ନାରେ ଯଦି କାଉ ରାବିବାର ଶୁଭେ ତେବେ ଏହା ଧନ ବୃଦ୍ଧି ଓ ପ୍ରତିଷ୍ଠା ର ସଂକେତ ଦେଇଥାଏ ।

ଯଦି କେଉଁ କାଉ ଆପଣଙ୍କ ସାମ୍ନା ରେ କିଛି ଛିଣ୍ଡା କପଡା ନେଇ ଉଡି ଯାଏ ତେବେ ଏହାକୁ ମଧ୍ୟ ଶୁଭ ସଂକେତ ହୋଇଥାଏ । ଯାତ୍ରା କରିବା ସମୟରେ ଯଦି କାଉ ଆପଣକ ଡାହାଣ ପାଖ ଦେଇ ଯଦି ମଧୁର ସ୍ଵର ରେ କିଛି କହିଲା ଭଳି ଉଡିଯାଏ ତେବେ ଏହା ଆପଣଙ୍କର ସବୁ କାର୍ଯ୍ୟ ସଫଳ ହୋଇଥାଏ । ଦିନ ଦ୍ବୀପରହର ପୂର୍ବରୁ ଯଦି କାଉର ସ୍ଵର ଗଛ ଉପରୁ ସୁଭୂଥାଏ ତେବେ ଏହା ପତ୍ନୀର ସୁଖ ବୋଲି ସଂକେତ ଦେଇଥାଏ ।

ଯଦି କେଉଁ ମହିଳାର ମୁଣ୍ଡରେ କଳସ ରଖା ଯାଇଥାଏ ଓ ସେଥିରେ ଆସି କାଉ ବସିଯାଏ ତେବେ ଏହା ସେଇ ସ୍ତ୍ରୀ ପାଇଁ ଶୁଭ ସଙ୍କେତ ହୋଇଥାଏ । ଯଦି କାଉ ତା ଥଣ୍ଟ ରେ ବାଲି, ମାଟି, କି ଫୁଲ ଫଳ ଆଦି ନେଇ ଆପଣଙ୍କ ଘରକୁ ପ୍ରବେଶ କରିଥାଏ ହଟାତ ମିଳିବାର ଧନପ୍ରାପ୍ତିର ସଂକେତ ଅଟେ । ବୈଶାଖ ମାସରେ ଯଦି କାଉ କୌଣସି ଗଛ ଉପରେ ବସି ତାହାର ନିଜ ବସା ବନାଏ ତେବେ ଏହା ବର୍ଷା ହେବାର ସଂକେତ ବୋଲି କୁହାଯାଏ ।

ରାସ୍ତାରେ ଗଲାବେଳେ ଯଦି ଦୁଇଟି କାଉ ପରସ୍ପରକୁ ଖୁଆଇବା ଦେଖନ୍ତି ତେବେ ଏହା ମଧ୍ୟ ବହୁତ ବଡ ଶୁଭ ସଂକେତ ବୋଲି କୁହାଯାଏ । ଯଦି ସକାଳୁ ଉଠିବା ମାତ୍ରେ ଯଦି କାଉ ଘର ଉପରେ ବସି ରାବିବାର ଶବ୍ଦ ଶୁଣନ୍ତି ତେବେ ଏହା କେହି ଅତିଥି ଘରକୁ ଆସିବାର ସଙ୍କେତ ଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button