ଜୀବନଶୈଳୀ

ରୁମ୍‌ ପାର୍ଟନର ଖୋଜୁଥିଲେ ଏହି ୪ଟି ବିଷୟ ପ୍ରତି ନିହାତି ଧ୍ୟାନ ଦିଅନ୍ତୁ, ନଚେତ୍‌ ନର୍କ ହୋଇଯିବ ଜୀବନ

ଘରଠାରୁ ଦୂରରେ କୌଣସି ହଷ୍ଟେଲ କିମ୍ବା ଘର ନେଇ ରହିବା ବେଳେ ଆମକୁ ରୁମ୍‌ ପାର୍ଟନରର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ବର୍ତ୍ତମାନର ସମୟରେ ଏକ ଭଲ ପାର୍ଟନର ମିଳିବା ଅତ୍ୟନ୍ତ କଷ୍ଟକର ବିଷୟ। ଆମ ଜୀବନ ଉପରେ ଜଣେ ଭଲ ରୁମ୍‌ ପାର୍ଟନରର ଖୁବ୍‌ ପ୍ରଭାବ ପଡ଼ିଥାଏ। ବାହାରେ କାମ କରି ଥକିଯିବା ପରେ ରାତିରେ ଘରକୁ ଫେରିବା ବେଳେ ଯଦି ରୁମ୍‌ମେଟ୍‌ ସହ ସବୁଦିନ ଝଗଡ଼ା ହେଉଥାଏ, ତେବେ ଆପଣଙ୍କ ମାନସିକ ସ୍ଥିତି ଠିକ୍‌ ରହିନଥାଏ। ଏଣୁ ପାର୍ଟନର ସବୁବେଳେ ଶାନ୍ତ, ନମ୍ର ହେବା ଜରୁରୀ। ତେବେ ରୁମ୍‌ ପାର୍ଟନର ଖୋଜୁଥିଲେ ଏହି ୪ଟି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ;

୧.ରୁମ୍‌ ପାର୍ଟନର ବାଛିବା ପୂର୍ବରୁ ପ୍ରଥମେ ତାଙ୍କର ଅଭ୍ୟାସ କ’ଣ ତାହା ଜାଣିନିଅନ୍ତୁ। ଏଥିସହ ରୁମ୍‌ମେଟ୍‌ଙ୍କ ବଦଭ୍ୟାସ ଯଥା: ଲାଇଟ୍‌ ବନ୍ଦ ନ କରିବା, ରାତିଅଧ ଯାଏଁ ଫୋନ୍‌ରେ କଥା ହେବା, ଗ୍ୟାସ୍‌ ବନ୍ଦ ନ କରିବା ଏସବୁ ଜିନିଷ ମଧ୍ୟ ଜାଣନ୍ତୁ। ରୁମ୍‌ମେଟ୍‌ ବାଛିବା ବେଳେ ଏହି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ୍‌ ପରେ ଆପଣ ହିଁ ଅସୁବିଧାର ସମ୍ମୁଖୀନ ହେବେ।

୨.ରୁମ୍‌ମେଟ୍‌ ବାଛିବା ବେଳେ ଏମିତି ବ୍ୟକ୍ତି ଖୋଜନ୍ତୁ, ଯିଏ ଆପଣଙ୍କ ଭଳି ହୋଇଥିବ। ଏଭଳି ହେଲେ ଆପଣମାନଙ୍କ ମଧ୍ୟରେ ଝଗଡ଼ା ହେବ ନାହିଁ। ମାନସିକତା ସମାନ ଥିଲେ ଉତ୍ତମ ବୁଝାମଣା ମଧ୍ୟ ରହିଥାଏ। ଯଦି ଆପଣ ଅତ୍ୟଧିକ ରାଗି ହୋଇଥାନ୍ତି ତେବେ ଶାନ୍ତସ୍ୱଭାବର ରୁମ୍‌ ପାର୍ଟନର ବାଛନ୍ତୁ।

୩.ଆପଣ ନିଜ ସ୍କୁଲ ବେଳର ସାଙ୍ଗ କିମ୍ବା ଅଫିସର ସହକର୍ମୀଙ୍କ ସହ ମଧ୍ୟ ରହିପାରନ୍ତି। କାରଣ ଆପଣ ପୂର୍ବରୁ ସେମାନଙ୍କ ପ୍ରକୃତି ସହ ଅବଗତ ଥାନ୍ତି।

୪.ଏକାଠି ରହିବା ପୂର୍ବରୁ ଆପଣଙ୍କ ପାର୍ଟନରଙ୍କ ସିଗାରେଟ୍‌ କିମ୍ବା ମଦ ଭଳି ବଦଭ୍ୟାସ ରହିଛି କି ନାହିଁ ଜାଣିନିଅନ୍ତୁ। ଏ ବିଷୟରେ ଖୋଲି ଖୋଲି କଥା ହୁଅନ୍ତୁ। ଫଳରେ ଆପଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଏସବୁ ବିଷୟ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ଜୀବନ ସରଳ ଓ ସହଜ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button