ଦେଶ ବିଦେଶ

ଭାରତର କୃଷକମାନେ ଟମାଟର ପଠାଇବା ପାଇଁ କରିଲେ ମନା ତେବେ ରାଗିଗଲା ପୁରା ପାକିସ୍ତାନ, କହିଲେ କରୁଛନ୍ତି ଏବେ ଏହି ଜିନିଷର ବ୍ୟବହାର

ଗତ ୧୪ ଫେବ୍ରୁୟାରୀରେ ପୁଲୱାମାରେ ହୋଇଥିବା ଆକ୍ରମଣରେ ସିଆରପିଏଫଙ୍କର ୪୦ ଜଣ ଯବାନ ସହିଦ ହୋଇଯାଇଛନ୍ତି । ଏହି ଆକ୍ରମଣ ପରେ ଦେଶ ସାରା ଲୋକମାନେ ପାକିସ୍ତାନକୁ ନିନ୍ଦା କରୁଛନ୍ତି ଏବଂ ସମସ୍ତେ ବିରୋଧ କରୁଛନ୍ତି । ସାଧାରଣ ମଣିଷ ଠାରୁ ଆରମ୍ଭ କରି ବଲୀଉଡ ଷ୍ଟାରମାନେ ବି ଏହି ଆକ୍ରମଣ ଉପରେ ନିଜ ନିଜ ମନର ଭାବନାକୁ ପ୍ରକାଶ କରୁଛନ୍ତି ।

କେହି ଟ୍ୱୀଟ କରି ନିଜର ରାଗ ବାହାର କରୁଛି ତ କେହି ଭିଡିଓ କରି । ଏମିତିରେ ଭାରତୀୟ କୃଷକମାନେ ବି ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ନିଷ୍ପତି ନେଇଛନ୍ତି ।

ଟମାଟର ପଠାଇବା ପାଇଁ କରିଲା ମନା

ପୁଲୱାମା ଆକ୍ରମଣ ପରେ ଭାରତ ଭିନ୍ନ ଭିନ୍ନ ପ୍ରକାରରେ ପାକିସ୍ତାନକୁ ଘେରୁଛି । ଯେଉଁଥିରେ ବ୍ୟପାରିକ ସମ୍ବନ୍ଧ ବି ସାମିଲ ଅଛି । କେତେକ ଟ୍ରେଡର୍ସ ଏବଂ କୃଷକ ନିଜର ମାଲ ପାକିସ୍ତାନକୁ ପଠାଇବା ପାଇଁ ମନା କରି ଦେଇଛନ୍ତି । ଯେଉଁ ଜିନିଷ ପାକିସ୍ତାନକୁ ନିର୍ଯାତ କରଯାଇ ଥାଏ ତାହା ଉପରେ ସରକାର ବେସିକ କସ୍ଟମ ଡ୍ଯୂଟୀକୁ ୨୦୦ ପ୍ରତିଷଦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

କହି ଦେଉଛୁ ଯେ ମଧ୍ୟପ୍ରଦେଶର କୃଷକମାନେ ଏହା ନିଷ୍ପତି ନେଇଛନ୍ତି  କି କୌଣସି ବି ଅବସ୍ଥାରେ ସେମାନେ ଟମାଟର ପାକିସ୍ତାନକୁ ଦେବେ ନାହିଁ । ତାଙ୍କର ଟମାଟର ପଡି ପଡି ସଢି ଯାଉ ପଛେ କିନ୍ତୁ ସେ ପାକିସ୍ତାନକୁ କୌଣସି ଦାମରେ ଦେବେ ନାହିଁ । ଏହାର ପରିଣାମ ପାକିସ୍ତାନରେ ଟମାଟର ଦାମ ଆକାଶ ଛୁଇଁଲାଣି । ଏହି କଥାର ସୂଚନା ସାଉଥ ଏସିୟାର ଜଣେ ପତ୍ରକାର ନିଜର ଟ୍ୱିଟର ଏକାଉନ୍ଟରେ ଦେଇଛନ୍ତି ।

୧୮୦ ଟଙ୍କା କିଲୋ ପହଞ୍ଚିଲା ଟମାଟର ଦାମ

ଲାହୋରରେ ଗୋଟିଏ କିଲୋ ଟମାଟର ଦାମ ୧୮୦ ଟଙ୍କା ଅଟେ । ଭାରତରେ ଏହା ୧୦ ଟଙ୍କା କିଲୋରେ ମିଳୁଛି । ଆଜାଦପୁର ମଣ୍ଡୀ ପାକିସ୍ତାନକୁ ସବୁଦିନ ଅଧିକ ଫଳ ଏବଂ ପନିପରିବା ସପ୍ଲାଈ କରିଥାଏ । ବର୍ତ୍ତମାନ ମଣ୍ଡୀର ବ୍ୟାପାରୀମାନେ ପାକିସ୍ତାନକୁ ମାଲ ନ ପଠାଇବା ପାଇଁ ନିଷ୍ପତି ନେଇଛନ୍ତି । ରିପୋର୍ଟ ଅନୁସାରେ ଅଟାରୀ – ବାଘା ମାର୍ଗରୁ ସବୁଦିନ ୭୫ ରୁ ୧୦୦ ଟମାଟର ଭର୍ତ୍ତି ଟ୍ରକ ପାକିସ୍ତାନକୁ ଯାଇଥାଏ ।

କିନ୍ତୁ ଏହି ଘଟଣା ପରେ ଟ୍ରେଡର୍ସ ଏହା ଉପରେ କଟକଣା ଜାରି କରି ଦେଇଛନ୍ତି । ବର୍ତ୍ତମାନ ପାକିସ୍ତାନର ଜନତାଙ୍କର କହିବା ଅଟେ କି ସେମାନେ ଟମାଟର ଜାଗାରେ ଦହି ଏବଂ ଆଳୁ ବ୍ୟବହାର କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button