ସ୍ୱାସ୍ଥ୍ୟ

ମାତ୍ର ଚାମଚେ ଆପଲ ସାଇଡ଼ର ଭିନେଗାର ସେବନ କରନ୍ତୁ, ମାସେ ଭିତରେ ଦୂର ହେବ ଏହି ୫ଟି ଶାରୀରିକ ସମସ୍ୟା

ସ୍ୱାସ୍ଥ୍ୟକୁ ନେଇ ଆଜିକାର ଯୁବପିଢ଼ି ବେଶ ସଚେତନ। ଏଣୁ ଖାଇବା ପିଇବା ସହ ନିଜକୁ ଫିଟ ରଖିବାକୁ ସେମାନେ ବିଭିନ୍ନ ଯୋଗ ପ୍ରାଣାୟମ କରୁଛନ୍ତି। ଏଥିସହ ଲୋକମାନେ ବର୍ତ୍ତମାନ କେତେକ ଖାଦ୍ୟକୁ ଔଷଧ ଭାବେ ମଧ୍ୟ ଗ୍ରହଣ କରୁଛନ୍ତି। ସେଥି ମଧ୍ୟରୁ ଆପଲ ସାଇଡ଼ର ଭିନେଗାର ଅନ୍ୟତମ। ଏହା ଶରୀରକୁ ଭିତରୁ ସଫା ରଖିବା ସହ ଯକୃତ, ହାର୍ଟ ସମ୍ବନ୍ଧୀୟ ରୋଗକୁ ମଧ୍ୟ ମୂଳପୋଛ କରିଥାଏ। ଆସନ୍ତୁ ଜାଣିବା ଆପଲ ସାଇଡ଼ର ଭିନେଗାରର ଅନ୍ୟ ଔଷଧୀୟ ଗୁଣ:

୧. କମ ସମୟରେ କମାଏ ଓଜନ:

କମ ସମୟ ମଧ୍ୟରେ ଓଜନ କମାଇବାକୁ ଚାହୁଁଥିଲେ ଆପଲ ସାଇଡ଼ର ଭିନେଗାର ବ୍ୟବହାର କରନ୍ତୁ। ଏଥିପାଇଁ ମାତ୍ର ଅଧ ଚାମଚ ଆପଲ ସାଇଡ଼ର ଭିନେଗାର ନେଇ ସେଥିରେ କିଛି ଲେମ୍ବୁ ରସ ମିଶାଇ ସକାଳୁ ସକାଳୁ କିମ୍ବା ଖାଇବା ପୂର୍ବରୁ ପିଅନ୍ତୁ। ଖୁବ ଶୀଘ୍ର କମିବ ଓଜନ।

୨.ପେଟ ପାଇଁ ରାମବାଣ:

ଆପଲ ସାଇଡ଼ର ଭିନେଗାର ପେଟ ପାଇଁ ମଧ୍ୟ ରାମବାଣ ସଦୃଶ କାମ କରିଥାଏ। ପେଟ ଅସ୍ବସ୍ଥି ଲାଗୁଥିଲେ ୧ ଚାମଚ ଆପଲ ସାଇଡ଼ର ଭିନେଗାର, ୧ ଚାମଚ ଅଦା ପାଣି, ୧ ଚାମଚ ଲେମ୍ବୁ ରସ, ସୋଡ଼ା ଓ କିଛି ମହୁକୁ ୧ ଗ୍ଲାସ ପାଣିରେ ଗୋଳାଇ ପିଅନ୍ତୁ। ପେଟ ସମସ୍ୟା ଦୂର ହେବ।

୩.ଦୂର କରେ ଗ୍ୟାସ ସମସ୍ୟା:

ଗ୍ୟାସ କିମ୍ବା କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିଲେ, ୧ ଚାମଚ ଆପଲ ସାଇଡ଼ର ଭିନେଗାରକୁ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ।

୪.କେଶ ସମସ୍ୟାକୁ ମୂଳପୋଛ କରେ:

କେଶ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଆପଣ ଆପଲ ସାଇଡ଼ର ଭିନେଗାରକୁ ବ୍ୟବହାର କରିପାରିବେ। ଏଥିପାଇଁ ଚାମଚେ ଆପଲ ସାଇଡ଼ର ଭିନେଗାରକୁ ପାଣିରେ ଗୋଳାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ। ମୁଣ୍ଡ ସାମ୍ପୁ କରିସାରିବା ପରେ ଏହି ମିଶ୍ରଣକୁ ସ୍ପ୍ରେ କରନ୍ତୁ। ୧୫ ମିନିଟ ପରେ ମୁଣ୍ଡକୁ ଭଲ ଭାବେ ଧୋଇଦିଅନ୍ତୁ। ଏଭଳି କିଛି ଦିନ କରିବା ଦ୍ୱାରା ରୂପି ସମସ୍ୟା ଦୂର ହୁଏ।

୫.ଦୂର କରେ ମୁହଁର ଦାଗ :

ତ୍ୱଚା ପାଇଁ ମଧ୍ୟ ଆପଲ ସାଇଡ଼ର ଭିନେଗାରକୁ ବ୍ୟବହାର କରିପାରିବେ। ତୁଳାରେ କିଛି ଆପଲ ସାଇଡ଼ର ଭିନେଗାର ନେଇ ମୁହଁରେ ଧୀରେ ଧୀରେ ଘଷନ୍ତୁ। ମୁହଁରୁ ତୈଳ ଅଂଶ ଦୂର କରିବାରେ ଏହା ସହାୟକ ହୋଇଥାଏ। ଏହା ତ୍ୱଚାର ଦାଗ ମଧ୍ୟ ହଟାଏ। ସୂର୍ଯ୍ୟଙ୍କ ଅଲ୍ଟ୍ରାଭାଓଲେଟ ରଶ୍ମି ଯୋଗୁ ତ୍ୱଚାର ଦେଖାଯାଉଥିବା ସ୍କିନ ସମସ୍ୟା ମଧ୍ୟ ଆପଲ ସାଇଡ଼ର ଭିନେଗାର ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button