ବିଚାର

ଏସବୁ ଲୋକଙ୍କୁ ଅଶ୍ୱଗନ୍ଧା ସେବନ ମନା, ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ କୁପ୍ରଭାବ

ଥମିବାର ନାଁ ନେଉନି କରୋନା। ଭ୍ୟାକ୍‌ସିନ୍‌ ବାହାରିନଥିବାରୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ଏହି ଭୂତାଣୁ। କରୋନାରୁ ମୁକ୍ତି ପାଇଁ ସାମାଜିକ ଦୂରତ୍ୱ ଓ ମାସ୍କ ହିଁ ଏକମାତ୍ର ଉପାୟ। ଏଣୁ ଲୋକମାନେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ବାନ୍ଧି ବାହାରୁଛନ୍ତି। ଏଥିସହ ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ମଧ୍ୟ ମଜଭୁତ କରିବାକୁ ଖାଦ୍ୟ ସେବନ କରୁଛନ୍ତି। ତେବେ ଇମ୍ୟୁନିଟି ବୁଷ୍ଟରଭାବେ ଲୋକମାନେ ଏବେ ଅଧିକ ପରିମାଣର ଅଶ୍ୱଗନ୍ଧା ସେବନ କରୁଥିବା ଦେଖିବାକୁ ମିଳୁଛି।

ଅଶ୍ୱଗନ୍ଧାରେ ଅନେକ ପ୍ରକାରର ରୋଗକୁ ଭଲ କରିବା ଗୁଣ ରହିଛି। ଏହା ଷ୍ଟ୍ରେସ୍‌ ଦୂର କରିବା ସହ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ। ଏଥିସହ ପୁରୁଷତ୍ୱ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଶ୍ୱଗନ୍ଧାର କେତେକ ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ୍‌ ଇଫେକ୍ଟ ମଧ୍ୟ ରହିଛି। ଅଧିକ ପରିମାଣର ଅଶ୍ୱଗନ୍ଧା ସେବନ କରିବା ଦ୍ୱାରା ଶରୀର କେତେକ କ୍ଷତି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ଅଶ୍ୱଗନ୍ଧା ସେବନ କରିବା ମନା…

Ashwagandha: Health benefits and side effects

-ନିଦ ହେଉନଥିବା ସମସ୍ୟା ଥିବା ଲୋକମାନେ ରାତିରେ ଆଦୌ ଅଶ୍ୱଗନ୍ଧା ସେବନ କରନ୍ତୁ ନାହିଁ। କାରଣ ଅଶ୍ୱଗନ୍ଧାରେ ଥିବା ତତ୍ତ୍ୱ ମସ୍ତିଷ୍କକୁ ଆକ୍ଟିଭ୍‌ କରିଥାଏ। ଫଳରେ ନିଦ ହୁଏ ନାହିଁ।

-ବ୍ଲଡ୍‌ ପ୍ରେସର କମ୍‌ ଥିବା ବ୍ୟକ୍ତି ଅଶ୍ୱଗନ୍ଧା ଖାଇବା ମନା। ଏହା ଦ୍ୱାରା ବିପି ଆହୁରି କମି ଯାଇପାରେ।

-ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅଶ୍ୱଗନ୍ଧା ଲାଭଦାୟକ ହୋଇଥିଲେ ମଧ୍ୟ ଯେଉଁ ରୋଗୀ ଔଷଧ ଖାଉଛନ୍ତି ସେମାନେ ଅଶ୍ୱଗନ୍ଧା ଖାଇବା ମନା। ଏହା ଦ୍ୱାରା ସୁଗାର ଲେବଲ ବଢ଼ିପାରେ।

 

-ଯଦି ସଠିକ୍‌ ମାତ୍ରାରେ ଅଶ୍ୱଗନ୍ଧା ସେବନ କରାଯାଏ ତେବେ ଏହା ଥାଇରଏଡ୍‌କୁ କଣ୍ଟ୍ରୋଲ କରିପାରିବ। କିନ୍ତୁ ଯଦି ଆପଣ ପୂର୍ବରୁ ହିଁ ଥାଇରଏଡ୍‌ ମେଡିସିନ୍‌ ଖାଉଛନ୍ତି ତେବେ ଅଶ୍ୱଗନ୍ଧା ସେବନ କରନ୍ତୁ ନାହିଁ। ଏହା ଥାଇରଏଡ୍‌ ହରମୋନ୍‌ର ଲେବଲକୁ ବଢ଼ାଇଦେଇପାରେ।

-ଗର୍ଭାବସ୍ଥାରେ କୌଣସି ଜିନିଷ ଖାଇବା ବେଳେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଏହି ସମୟରେ ଅଶ୍ୱଗନ୍ଧା ସେବନ କରିବାକୁ ଡାକ୍ତରମାନେ ବି ମନା କରନ୍ତି। କାରଣ ଏହା ଇଷ୍ଟ୍ରୋଜେନ୍‌ର ସ୍ତରକୁ ବଢ଼ାଇଦେଇଥାଏ। ଫଳରେ ମୁଣ୍ଡବିନ୍ଧା, ବ୍ଲିଡିଂ ଭଳି ସମସ୍ୟା ଦେଖାଦେଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button