ଜୀବନଶୈଳୀ

କେମିତି କରିବେ ନଣନ୍ଦ-ଭାଉଜଙ୍କ ସମ୍ପର୍କକୁ ମଜଭୁତ, ଜାଣନ୍ତୁ କିଛି ଟିପ୍ସ

ଝିଅଟିଏ ବାହା ହୋଇ ଶାଶୁ ଘରକୁ ଯିବା ପରେ ତା’ର ସବୁଠୁ ଭଲ ବନ୍ଧୁ ସାଜିଥାଏ ନଣନ୍ଦ। ଏକ ସାଙ୍ଗ ଭଳି ସେ ତାଙ୍କ ସହ ସବୁ କଥା ସେୟାର କରେ। କିନ୍ତୁ ଏବେ ଏହି ସମ୍ପର୍କ କଳୁଷିତ ହୋଇଯାଇଛି। ଏବେ ନଣନ୍ଦ ଭାଉଜର ସମ୍ପର୍କ ମଧୁର ନୁହେଁ ବରଂ ତିକ୍ତ ହୋଇଯାଉଛି। ଫଳରେ କେତେବେଳେ ନଣନ୍ଦ ଭାଉଜକୁ ନିର୍ଯାତନା ଦେଲାଣି ତ ଆଉ କେତେବେଳେ ପରିବାର ଲୋକଙ୍କ ସହ ମିଶି ଭାଉଜକୁ ଜଳାଇଦେଲାଣି। ଏଭଳି ଖବର ଏବେ ପ୍ରାୟତଃ ଖବର କାଗଜରେ ଦେଖିବାକୁ ମିଳୁଛି। ତେବେ ଯଦି ଶାଶୁ ଘରେ କେତେକ କଥାକୁ ଧ୍ୟାନ ଦେବେ ତେବେ ଏହି ସମ୍ପର୍କକୁ ଆପଣ ଭଲ ରଖିପାରିବେ। ଆସନ୍ତୁ ଜାଣିବା ନଣନ୍ଦଙ୍କୁ କେମିତି ଖୁସି ରଖିବେ…

-ଯଦି ଆପଣଙ୍କ ନଣନ୍ଦ ଆପଣଙ୍କ ସହ ସାଙ୍ଗ ଭଳି ମିଶୁଛନ୍ତି ତେବେ ତାଙ୍କ କଥା ଆଉ କାହାକୁ କୁହନ୍ତି ନାହିଁ। ଯଦି ଆପଣଙ୍କୁ ତାଙ୍କର କୌଣସି କଥା ଭୁଲ ଲାଗୁଛି ତେବେ ତାଙ୍କୁ ଭଲରେ ବୁଝାନ୍ତୁ।

-ନଣନ୍ଦଙ୍କୁ ଖୁସି କରିବା ପାଇଁ ଯେବେ ବି ମାର୍କେଟ ଯାଉଛନ୍ତି ତାଙ୍କ ପାଇଁ କିଛି ଉପହାର ଆଣନ୍ତୁ।

-ନଣନ୍ଦ ସାମ୍ନାରେ କେବେ ବି ସ୍ୱାମୀଙ୍କୁ ଖରାପ କୁହନ୍ତୁ ନାହିଁ। କାରଣ କୌଣସି ଭଉଣୀ ତା’ ଭାଇ ବିରୁଦ୍ଧରେ କିଛି ଶୁଣିପାରେନାହିଁ।

sister

-ନଣନ୍ଦଙ୍କ କାମରେ ତାଙ୍କୁ ସାହାଯ୍ୟ କରନ୍ତୁ।

-ସପିଂକୁ ଯିବା ବେଳେ ତାଙ୍କୁ ସାଙ୍ଗରେ ନିଅନ୍ତୁ। ସେ ବି ଖୁସି ହେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button