ସ୍ୱାସ୍ଥ୍ୟ

ଅଧିକ ସୁସ୍ଥ ରହିଥାନ୍ତି ପ୍ରେମ ସମ୍ପର୍କରେ ବାନ୍ଧି ହୋଇନଥିବା ବ୍ୟକ୍ତି, ବିଜ୍ଞାନ ବି ମାନିଲା

ଆଜିକାଲିର ଯୁବପିଢ଼ି ଖୁବ୍‌ କମ୍‌ ବୟସରୁ ରିଲେସନ୍‌ସିପ୍‌ରେ ରହୁଥିବା ଦେଖାଯାଛି। ପ୍ରାପ୍ତ ବୟସ୍କ ହେବା ପୂର୍ବରୁ ହିଁ ସେମାନେ ପ୍ରେମିକ ବା ପ୍ରେମିକା ଧରି ବୁଲୁଛନ୍ତି। କହିବାକୁ ଗଲେ ବର୍ତ୍ତମାନ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ମାତ୍ର ନିକଟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଇଥିବା ସୂଚନାନୁସାରେ ରିଲେସନ୍‌ସିପ୍‌ରେ ରହିବା ତୁଳନାରେ ସିଙ୍ଗଲ ରହିବା ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ।

single4

ବିଜ୍ଞାନ ମଧ୍ୟ ଏହା କଥାକୁ ସ୍ୱୀକାର କରିଛି ଯେ ସିଙ୍ଗଲ ରହିବା କେବଳ ମାନସିକ ସ୍ୱାସ୍ଥ୍ୟ ନୁହେଁ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ। ଏଣୁ ଯଦି ଆପଣଙ୍କର କେହି ପାର୍ଟନର ନାହାନ୍ତି ତେବେ ଆଦୌ ମନ ଦୁଃଖ କରନ୍ତୁ ନାହିଁ, ଏହା ଆପଣଙ୍କ ଶରୀର ପାଇଁ ହିତକର।

single2

ରିଲେସନ୍‌ସିପ୍‌ ଏକ୍ସପର୍ଟଙ୍କ କହିବାନୁସାରେ କିଛି ଲୋକ ଏକୁଟିଆ ରହିବାକୁ ଡରନ୍ତି। ତାଙ୍କୁ ଲାଗେ ଯେ ଏହା ଏକ ଅଭିଶାପ। ମାତ୍ର ସେଭଳି ଚିନ୍ତା କରିବା ଭୁଲ। ନିକଟରେ କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ସିଙ୍ଗଲ ଲୋକ ଶାରୀରିକ ଓ ମାନସିକ ଭାବେ ବିବାହିତ ଓ ରିଲେସନ୍‌ସିପ୍‌ରେ ଥିବା ଲୋକଙ୍କ ତୁଳନାରେ ଅଧିକ ସୁସ୍ଥ ହୋଇଥାନ୍ତି।

man

ଏଥିପାଇଁ ୮୦୦ ଟି ରିସର୍ଚ୍ଚ ଉପରେ ଅଧ୍ୟୟନ କରାଯାଇଥିଲା। ଶେଷରେ ବିଶେଷଜ୍ଞମାନେ କହିଥିଲେ ଯେ ବିବାହିତ ଓ ରିଲେସନସିପ୍‌ରେ ଥିବା ଲୋକଙ୍କ ତୁଳନାରେ ସିଙ୍ଗଲମାନେ ଅଧିକ ସୁସ୍ଥ। ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ।

single

କେବଳ ଏହି ଗୋଟିଏ ନୁହେଁ ଅନ୍ୟ କେତେକ ଅଧ୍ୟୟନରେ ମଧ୍ୟ ସିଙ୍ଗଲ ରହିବାକୁ ଉତ୍ତମ ବୋଲି କୁହାଯାଇଛି। ୧୩ ହଜାର ଜଣ ପୁରୁଷ ଓ ମହିଳାଙ୍କୁ ନେଇ କରାଯାଇଥିବା ଏହି ରିସର୍ଚ୍ଚରେ କୁହାଯାଇଛି ଯେ ସିଙ୍ଗଲ ଲୋକମାନେ ଅନ୍ୟମାନଙ୍କୁ ଭଲ ଭାବେ ବୁଝିପାରିଥା’ନ୍ତି। ଏଥିସହ ସିଙ୍ଗଲଙ୍କ ବିଏମ୍‌ଆଇ ମଧ୍ୟ କମ୍‌ ରହିଥାଏ ବୋଲି ରିସର୍ଚ୍ଚରୁ ଜଣାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button