କେଉଁ କର୍ମ କରିଲେ ମଣିଷ କୁକୁର ଜନ୍ମ ପାଇଥାଏ ? ପୁରୁଷମାନେ ନିଶ୍ଚୟ ଦେଖନ୍ତୁ, ଏହି ଭୁଲ କରନ୍ତୁ ନାହିଁ

ବନ୍ଧୁଗଣ ମାନ୍ୟତା ଅଛି ମଣିଷର ମୃତ୍ୟୁ ପରେ ତାର କର୍ମ ଅନୁଯାୟୀ ପର ଜଣ ମିଳିଥାଏ । କିନ୍ତୁ ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି କି ଯେଉଁ ବ୍ୟକ୍ତି ନିଜ ଜୀବନରେ ଅଧିକ ପାପ କରିଥାଏ ତାକୁ ଆଗାମୀ ଜନ୍ମରେ ମଣିଷ ଜନ୍ମ ମିଳେ ନାହିଁ । କିନ୍ତୁ ତାକୁ ଏମିତି ଏକ ଜନ୍ମ ମିଳିଥାଏ ଯେଉଁଥିରେ ସେ ନିଜର କଷ୍ଟକୁ ଅନ୍ୟକୁ କହିପାରେ ନାହିଁ କିମ୍ବା କାହା ସହ ଦୁଖକୁ ବାଣ୍ଟିପାରେ ନାହିଁ । ଏମିତିକି ଲୋକ ମାନେ ତାକୁ ମାଡ ମାରିଥାନ୍ତି । ଯେମିତିକି କୁକୁର । ଆଜି ଆମେ ଆପଣଙ୍କୁ କହିବୁ ମଣିଷ କେଉଁ କର୍ମ ପାଇଁ କୁକୁର ଜନ୍ମ ପାଇଥାଏ ।
କୁକୁର ଜନ୍ମ ପାଇବାର ଏକ କାହାଣୀ ପୁରାଣରେ ବର୍ଣ୍ଣିତ ଅଛି । ପୌରାଣିକ କଥା ଅନୁଯାୟୀ ଥରେ ଗୋଟେ କୁକୁର ଭଗବାନ ରାମଙ୍କୁ କହିଲେ କି ମୁଁ କିଛି ବି ଅପରାଧ କରି ନାହିଁ । ତଥାପି ଜଣେ ସନ୍ୟାସୀ ମୋତେ ପଥରରେ ମାରିଛି । ଯାହା କାରଣରୁ ମୋ ଗୋଡରେ ଶକ୍ତ ଆଘାତ ଲାଗିଛି । ଏହା ଶୁଣିବା ପରେ ପ୍ରଭୁ ରାମ ସନ୍ୟାସୀଙ୍କୁ ଡାକି ପଚାରିଲେ ଏମିତି କାହିଁକି କରିଛନ୍ତି ?
ସନ୍ୟାସୀ ଜଣକ କହିଲେ କି ମୁଁ ଭିକ୍ଷା ପାଇଁ ରାସ୍ତାରେ ଯାଇଥିଲୁ ସେହି ସାମ୍ନାରେ କୁକୁର ମୋତେ ଛୁଇଁ ଦେଇଥିଲା । ମୋ ଭୋକିଲା ଥିବାରୁ କୁକୁର ର ଅପରାଧ କାରଣରୁ ମୋତେ ରାଗ ଆସିଲା । ଆଉ କୁକୁରକୁ ଘଉଡେଇବା ପାଇଁ ମୁଁ ତାକୁ ପଥର ଫିଙ୍ଗିଲି । ଯାହା ପାଇଁ ତା ଗୋଡରେ ଆଘାତ ଲାଗିଲା । ଏହା ପରେ ପ୍ରଭୁ ରାମ ସନ୍ୟାସୀ ଙ୍କୁ କହିଲେ କୁକୁର ହେଉଛି ଜ୍ଞାନ ବିହୀନ ପଶୁ ।
ତାକୁ ଏପରି କରିବାର ଜଣା ନାହିଁ । ଯଦି କୁକୁର ଆପଣଙ୍କୁ ଛୁଇଁ ଦେଲା ତେବେ କୁକୁର ର କିଛି ବି ଅପରାଧ ନାହିଁ । ଏହାପରେ କୁକୁର କୁ ପ୍ରଭୁ ପଚାରିଲେ ସନ୍ୟାସୀଙ୍କୁ କେଉଁ ଦଣ୍ଡ ଦିଆଯିବ କାରଣ ସେ ଅପରାଧୀ ଥିଲେ । ଏହା ଶୁଣିବା ପରେ କୁକୁର ଟି କହିଲା କି ପ୍ରଭୁ ସନ୍ୟାସୀ ଙ୍କୁ ଶିବାଳୟର ମାଲିକ କରି ଦିଅନ୍ତୁ ।
ଏହାପରେ ପ୍ରଭୁ କୁକୁରର ଏହି କଥାକୁ ସ୍ଵୀକାର କରି ସନ୍ୟାସୀଙ୍କୁ ସିନ୍ଦୁର ପିନ୍ଧାଇ ପାଲିକିରେ ବସାଇ ଶିବାଳୟ କୁ ପଠାଇ ଦେଲେ । ଏହାପରେ ଅଯୋଧ୍ୟା ବାସୀ ଏମିତି କରିବାର କାରଣ ପରଭୁ ରାମ ଙ୍କୁ ପଚାରିବାରୁ ପ୍ରଭୁ ଉତ୍ତର ଦେଲେ କୁକୁର ହିଁ କହିବ କି ସେ ଏମିତି କାହିଁକି କରିଲା ? ଏହା ପରେ କୁକୁର ଟି କହିଲା କି ମୁଁ ମଧ୍ୟ ପୂର୍ବରୁ ଜନ୍ମରେ ସନ୍ୟାସୀଙ୍କ ସହ ଏମିତି ଖରାପ କାମ କରିଥିଲି ।
ଯାହା ପାଇଁ ଏ ଜନ୍ମରେ ମୋତେ କୁକୁର ଜନ୍ମ ମିଳିଛି । ତେଣୁ କ୍ଷେତରେ ଉତପନ ହେଉଥିବା ଅର୍ଣ୍ଣକୁ ରଖୁଥିବା ଲୋକ, ଶିବାଳୟ, ମଠ, ବଗିଚା, ଦାନ, ଗ୍ରାମ ଆଦି ସ୍ଥାନର ଅଧିପତି, ସ୍ତ୍ରୀ ଓ ବାଳକର ଧନକୁ ହରଣ କରୁଥିବା ଲୋକ, ଗାଳି ଗୁଲଜ କରୁଥିବା ଲୋକ, ଅନ୍ୟାୟ କରୁଥିବା ରାଜା, ଅନ୍ୟର ସମ୍ପତି ହଡପ କରୁଥିବା, ଯେଉଁ ବ୍ୟକ୍ତି ବ୍ରାମ୍ହଣ ଭୋଜନ ପାଇଁ ନଷ୍ଟ କରୁଥିବା ଦ୍ରବ୍ଯ, ଚୋରୀ ଓ ବେହିମାନୀ କରି ଧନ ଆଣୁଥିବା ଲୋକ ପର ଜନ୍ମରେ କୁକୁର ଜନ୍ମ ପାଇଥାଏ ।