ବିଜ୍ଞାନ

ବିଜୁଳି କଟିଗଲେ ବି ଆପଣଙ୍କ ସ୍ମାର୍ଟ ଡିଭାଇସ୍‌ ହୋଇପାରିବ ଚାର୍ଜ, ଚାଲିବ ଏକାଥରକେ ୩ ଦିନ

ବିଜୁଳି କଟିଗଲେ ବି ସ୍ମାର୍ଟଫୋନ ଏବେ ହୋଇପାରିବ ଚାର୍ଜ। ସେ ବି ପୂରା ଫୁଲ। ଚାଲିବ ଏକାଥରକେ ୩ ଦିନ। ଆପଣ ଭାବୁଥିବେ ଏହା କେମିତି ସମ୍ଭବ। ବିଜୁଳି ଚାଲିଗଲେ ଫୋନ କେମିତି ଚାର୍ଜ ହୋଇପାରିବ। ଆଜି ଆମେ କହିବୁ ଆପଣଙ୍କୁ ଏହାର ଏକ ଜବରଦସ୍ତ ଫର୍ମୁଲା। ଏଥିପାଇଁ ଆପଣଙ୍କୁ ବେଶି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବନି।

ଆମ ଦୈନନ୍ଦିନ ଜୀବନର ସ୍ମାର୍ଟଫୋନ ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଆମେ ଅନେକ କାମ କରିଥାଉ। ବିନା ସ୍ମାର୍ଟଫୋରେ ଏବେ ଲୋକ ବଞ୍ଚିବା ମୁସ୍କିଲ। ସମୟ କଟିବା ବଡ଼ କଷ୍ଟ। ତେଣୁ ନିଜ ଖାଇବା ପିଇବା ସହ ଫୋନକୁ ମଧ୍ୟ ଆମେ ଫୁଲ ଚାର୍ଜ ରଖିବାକୁ କେବେ ଭୁଲି ନଥାଏ। ଡିିଜିଟାଲ ଯୁଗରେ ସବୁ କାମ ଏବେ ଫୋନ ଦ୍ୱାରା ହିଁ ସମ୍ଭବ। କିନ୍ତୁ କାର୍ଯ୍ୟ ବ୍ୟସ୍ତତାରେ କେତେବେଳେ କେମିତି ଫୋନ ଚାର୍ଜ ସରିଯାଇଥାଏ। ଟେନସନ ମଧ୍ୟ ବଢ଼ିବା ସ୍ୱଭାବିକ । ତେବେ ଏହାରି ମଧ୍ୟରୁ ଯଦି ବିଜୁଳି ଚାଲି ଯାଏ ତେବେ କଣ କରିବେ?

ଫୋନରୁ ଚାର୍ଜ ସରିବା ମାତ୍ରେ ଆମକୁ ଚାର୍ଜ କରିବା କଥା ମନେପଡେ; କିନ୍ତୁ ଲାଇନ କଟିଗଲେ ଏହା ସମ୍ଭବ ହେବନାହିଁ। ସେଥିପାଇଁ ସ୍ମାର୍ଟ ଯୁଗରେ ପାଓ୍ଵାର ବ୍ୟାଙ୍କଭଳି ଡିଭାଇସ୍‌ କୁ ବାହାର କରାଯାଇଛି। ବିଜୁଳି ଚାଲିଗଲେ ମଧ୍ୟ ଫୋନକୁ ଆପଣ ମିନିଟରେ ଚାର୍ଜ କରିପାରିବେ। ଏଥିପାଇଁ ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ପାଓ୍ଵାର ବ୍ୟାଙ୍କ ମିଳୁଛି। ତେବେ ମାର୍କେଟରେ 20,000 mAh ର ପାଓ୍ଵାର ବ୍ୟାଙ୍କ ବାହାର କରାଯାଇଛି। ଯାହାର ଦାମ ରହିଛି ବହୁତ କମ। ଏହା ଏକାଥରକେ ୩ ଦିନ ପର୍ଯ୍ୟନ୍ତ ଫୁଲ ଚାର୍ଜ ରଖିଥାଏ।

ମୋବଇଲ ଏକ୍ସସରିଜ ଓ ଲାଇଫଷ୍ଟାଇଲ କମ୍ପାନୀର Amani ମାର୍ଟ ନିଜର ଲାଟେଷ୍ଟ ପାଓ୍ଵାରଫୁଲ ପାଓ୍ଵାରବ୍ୟାଙ୍କକୁ ବାହାର କରିଛି। ଯାହାର ନାମ ରହିଛି Amani ASP PB 20c। ଏହା ଦୁଇଟି ୟୁଏସବିପୋର୍ଟ ସହିତ ବଜାରକୁ ଆସିଛି। ଯାହା ଏକାସହିତ ୨ଟି ଡିଭାଇସ୍‌ କୁ ଚାର୍ଜ କରିବ। ଏହାର କମ୍ପାକ୍ଟ ଓ ଏଲିଗେଣ୍ଟ ଡିଜାଇନ ହାଇ ଚାର୍ଜିଂ କାପାସିଟି ସହ ଆସିଛି। ଏହା ଏକ ଅଲଟ୍ରା କମ୍ପାକ୍ଟ ପାଓ୍ଵାର ବ୍ୟାଙ୍କ ଯେଉଁଥିରେ ସର୍ଟ ସର୍କିଟ, ଓଭର କରେଣ୍ଟ, ଓଭର ଚାର୍ଜ , ଓଭର ଡିସଚାର୍ଜ ଏବଂ ଓଭର ହିଟିଂ ରୁ ହେଉଥିବା କ୍ଷତିରୁ ସୁରକ୍ଷିତ ରଖିଥାଏ।

ତେବେ ଦାମ କଥା ଧ୍ୟାନ ଦେଲେ ଜାଣିବେ ଯେ ଏହା ବହୁତ ଶସ୍ତା। ମାତ୍ର ୨୪୯୯ ଟଙ୍କାରେ ଏହା ଭାରତରେ ଉପଲବ୍ଧ। ଏହାକୁ ଆପଣ www.amanimart.com ରେ ସହଜରେ ଅର୍ଡର ପ୍ଲେସ କରିପାରିବେ। ଏହି ଚାର୍ଜରେ ଆପଣ ୩ଥର ସ୍ମାର୍ଟଫୋନ ଏବଂ ଆଇପ୍ୟାଡ କୁ ଚାର୍ଜ କରିପାରିବେ। ଏହା ୪ ଘଣ୍ଟାରେ ଫୁଲ ଚାର୍ଜ ହୋଇଯାଏ। ଏହା କେବଳ ଫୋନ ନୁହେଁ ବରଂ ଏମପି୩ ପ୍ଲେୟାର, ବ୍ଲୁଟୁଥ, ହେଡଫୋନ, ଡିଜିଟାଲ କ୍ୟାମେରା ସବୁକୁ ଖୁବ କମ ସମୟ ମଧ୍ୟରେ ଚାର୍ଜ କରିଦିଏ। ଏହାର ଫାୟାରପ୍ରୁଫ। ଏହା ଲିଥିୟମ-ଆୟନରେ ତିଆରି ବ୍ୟାଟେରୀ ଏବିଏସ୍‌ ବଡ଼ି ସହିତ ତିଆରି ହୋଇଛି। ତେବେ ଏହି ଦମଦାର ଡିଭାଇସ୍‌ ୧ ୟୁନିଟ ପାଓ୍ଵାର ବ୍ୟାଙ୍କ, ୟୁଏସବି କେବୁଲ, ୟୁଜର ମ୍ୟାନୁଆଲ ଓ ଓ୍ଵାରେଣ୍ଟି ସହ ବଜାରରେ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button