ବିଚାର

କଣ ରୋଷେଇ କରିବେ ସେ ନେଇ ଚିନ୍ତାରେ କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ସ୍ଵାଦିଷ୍ଟ ‘ଦହି ପୋଟଳ’

ଆବଶ୍ୟକୀୟ ସାମଗ୍ରୀ

  • ପୋଟଳ 5/6 ଟି
  • ଦହି ୨ ଚାମଚ
  • ପିଆଜ ଗୋଟେ
  • ଅଦା ରସୁଣ ଓ ପିଆଜ ପେଷ୍ଟ ୨ ଚାମଚ
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆ ଗୁଣ୍ଡ
  • ଗରମ୍ ମସଲା
  • ଗୁଜୁରାତି ଓ ଡାଲଚିନି ଅଳ୍ପ
  • ସୋରିଷ ତେଲ
  • ଧନିଆପତ୍ର
  • ସ୍ଵାଦ ଅନୁସାରେ ଲୁଣ

 

ପ୍ରସ୍ତୁତି ପ୍ରଣାଳୀ

ଦହି ପୋଟଳ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପୋଟଳକୁ ଚୋପା ଛଡ଼ାଇ ତାକୁ ରସା କଲା ଭଳି ଚାରି ଖଣ୍ଡ ପ୍ରକାରେ କାଟି ଦିଅନ୍ତୁ । ତାପରେ ଏକ ପ୍ୟାନରେ ତେଲ ଗରମ୍ କରି ସେଥିରେ ପୋଟଳକୁ ଲୁଣ ଓ ହଳଦୀ ପକାଇ କମ୍ ଆଞ୍ଚରେ ଭଲଭାବେ ଫ୍ରାଏ କରନ୍ତୁ । ପୋଟଳ ଭଲଭାବେ ହୋଇଗଲା ପରେ ତାକୁ କାଢ଼ି ସେହି ପାତ୍ରରେ ପ୍ରଥମେ ସୋରିଷ ତେଲ ଗରମ୍ କରନ୍ତୁ । ତାପରେ ସେଥିରେ ଅଳ୍ପ ଗୁଜୁରାତି ଓ ଡାଲଚିନି ପକାଇ ଟିକେ ସମୟ ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲା ପରେ ସେଥିରେ ଅଦା ରସୁଣ ଓ ପିଆଜ ପେଷ୍ଟ ପକାଇ ଭଲଭାବେ କଷନ୍ତୁ । ବର୍ତ୍ତମାନ୍ ସେଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଦିଅନ୍ତୁ । ତାପରେ ସେଥିରେ ଦହିକୁ ଭଲଭାବେ ଫେଣ୍ଟି ପକାଇ ଦିଅନ୍ତୁ ଯେପରି ଏହା ଛିଣ୍ଡି ନଯାଏ । ଦହିକୁ ମସଲା ସହିତ ଭଲଭାବେ କଷିଲା ପରେ ସେଥିରେ ଫ୍ରାଏଡ ପୋଟଳକୁ ପକାଇ ଅଳ୍ପ ଭାଜି ପାଣି ଦେଇ ଦିଅନ୍ତୁ । ଧିମା ଆଞ୍ଚରେ ଏହାକୁ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ଶେଷରେ ଏଥିରେ ଗରମ୍ ମସଲା ଓ ଧନିଆପତ୍ର ପକାଇ ଗୋଳାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ଦହି ପୋଟଳ । ଏହାକୁ ଆପଣ ଗରମ୍ ଗରମ୍ ଭାତ କିମ୍ବା ରୁଟି ସହ ଖାଇ ପାରିବେ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button