ହାଡ଼ ଦୁର୍ବଳ ହେଉଛି କି ? ତେବେ ଦୈନିକ ମାତ୍ର କିଛି ମିନିଟ କରନ୍ତୁ ଏହି ଯୋଗାସନ

ହାଡ଼ ଦୁର୍ବଳ ହେବା କାରଣରୁ ଶରୀରରେ ସନ୍ତୁଳନ ଠିକ୍ ରହିନଥାଏ। ଏବଂ ଏହା ଦ୍ବାରା ଆସ୍ଟିୟୋପୋରୋସିସ୍ ହେବାର ଭୟ ମଧ୍ୟ ବଢିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ବୟସ ବଢିବା ସହିତ ହାଡ଼ ମଧ୍ୟ ଦୁର୍ବଳ ହୋଇଥାଏ। ଯଦି ଆପଣଙ୍କର ମଧ୍ୟ ହାଡ ସମ୍ବନ୍ଧୀୟ ଅସୁବିଧା ରହିଛି ତେବେ ଏପରି କିଛି ଯୋଗ ଆସନ ରହିଛି ଯାହାଦ୍ବାରା ଆପଣଙ୍କ ହାଡ଼ ମଜଭୁତ ହୋଇଥାଏ। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ଜାଣନ୍ତୁ କେଉଁ ଯୋଗ ଆସନ ଆପଣଙ୍କ ମନକୁ ଶାନ୍ତି ଦେବା ସହ ହାଡ଼କୁ ମଧ୍ୟ ମଜବୁତ କରିଥାଏ ।
ତ୍ରିକୋଣାସନ
ଏହି ଆସନ କରିବା ପାଇଁ ପ୍ରଥମେ ସିଧା ଛିଡ଼ା ହୋଇ ନିଜର ମେରୁଦଣ୍ଡ ହାଡ଼କୁ ସିଧା ରଖନ୍ତୁ। ଏବେ ନିଜର ବାମ ପାଦକୁ ଆଗକୁ ଆଣି ଡ଼ାହାଣ ହାତରେ ପାଦର ଆଙ୍ଗୁଠିକୁ ଛୁଅନ୍ତୁ। ଏହିଭଳି ଆପଣ ୩୦-୬୦ ସେକେଣ୍ଡ ରହିବା ପରେ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।
ସଲାଭାସନ
ଏହି ଆସନ କରିବା ପାଇଁ ଆପଣ ନିଜ ଶରୀରକୁ ସିଧା ରଖି ଗୋଡ଼କୁ ଉପରକୁ ଉଠାନ୍ତୁ। ଏପରି ୧୦ ସେକେଣ୍ଡ ତିନି ଥର ଅଭ୍ୟାସ କରନ୍ତୁ।
ବୃକ୍ଷସନା
ଏହି ଆସନ କରିବା ପାଇଁ ଆପଣ ସିଧା ଛିଡ଼ା ହୋଇ ବାମ ପାଦର ଆଣ୍ଠୁ ପାଖରେ ଡ଼ାହାଣ ପାଦ ରଖନ୍ତୁ। ଏବେ ଦୁଇ ହାତକୁ ମୁଣ୍ଡ ଉପରେ ନମସ୍କାର ଅବସ୍ଥାରେ ରଖନ୍ତୁ। ଏହି ଆସନରେ ୯୦ ସେକେଣ୍ଡ ପର୍ଯ୍ଯନ୍ତ ରହିବା ପରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।
ପରିବର୍ତ ତ୍ରିକୋଣାସନ
ଏହି ଯୋଗ ଆସନ କରିବା ପାଇଁ ଆପଣ ସିଧା ଛିଡ଼ା ହୋଇ ଡ଼ାହାଣ ପାଦ ଆଗକୁ ଆଣି ତଳକୁ ନଇ ଯାଆନ୍ତୁ। ଏବେ ବାମ ହାତରେ ଡ଼ାହାଣ ପାଦକୁ ଛୁଅନ୍ତୁ। ଏହି ଅବସ୍ଥାରେ ୩୦ ସେକେଣ୍ଡ ରହିବା ପରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।



