ଦେଶ ବିଦେଶ

27 ବର୍ଷ ଧରି ଗାଁରେ ନାହାଁନ୍ତି ପୁରୁଷ, ତଥାପି ମା’ ହେଉଛନ୍ତି ମହିଳା, ଜାଣିଲେ ଚମକି ପଡିବେ ଆପଣ

ବନ୍ଧୁଗଣ, ସାଧାରଣତଃ ଦୁନିଆରେ ଏଭଳି ଅନେକ ଜାଗାମାନ ରହିଅଛି, ଯେଉଁଠାରେ ଜନସଂଖ୍ୟାରେ ମହିଳା ଙ୍କ ସଂଖ୍ୟା ପୁରୁଷ ଙ୍କ ତୁଳନାରେ ବେସ ଅଧିକ । ଆପଣ ଜାଣିଛନ୍ତି କି ଏଭଳି ଜାଗା କେଉଁଠାରେ ଅଛି ? ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସୂଚନା ଅନୁଯାୟୀ ଦୀର୍ଘ 27 ବର୍ଷ ଧରି ଗୋଟିଏ ଗାଁ ରହିଛି ଯେଉଁ ଗ୍ରାମରେ ମହିଳା ମାନେ ରହି ଆସୁଛନ୍ତି ମାତ୍ର ସେହି ଗ୍ରାମରେ ପୁରୁଷ ମାନେ ହିଁ ନାହାଁନ୍ତି । ଆଉ ଏହି ଗ୍ରାମ କୁ ପୁରୁଷ ଙ୍କୁ ପ୍ରବେଶ କରିବାକୁ ଦିଆଯାଇନାହିଁ ।

ଏହି ଗ୍ରାମକୁ ଗଲେ ଆପଣ ମାନେ ଚିନ୍ତା ରେ ପଡିଯିବେ ଯେ ଏଠାରେ ଥିବା ପୁରୁଷ ମାନେ ଗଲେ କୁଆଡେ ? ଏହି ଗାଁ ଟି କେନିୟାରେ ଅଛି । ଆଉ ଗ୍ରାମର ନାମ ହେଉଛି ଓମୋଜା । ଏଠାରେ କେବଳ ମହିଳାମାନେ ବସବାସ କରନ୍ତି । ମାତ୍ର ସବୁଠାରୁ ଚକିତ କରିଦେଉଥିବା ଭଳି କଥା ଟି ହେଉଛି ଯେ 27 ବର୍ଷ ଧରି ପୁରୁଷ ନଥିଲେ ମଧ୍ୟ ଏହି ଗ୍ରାମର ମହିଳା ମାନେ ଗର୍ଭବତୀ ହୁଅନ୍ତି ।

ତେବେ ଆପଣ ଚିନ୍ତା କରନ୍ତୁ ଯେ ଏହି ଗ୍ରାମରେ ଜଣେ ମଧ୍ୟ ପୁରୁଷ ଙ୍କ ପ୍ରବେଶ ହୋଇପାରିନାହିଁ ତେବେ ମହିଳା ମାନେ ପ୍ରେଗନେଣ୍ଟ କିଭଳି ହେଉଛନ୍ତି ? ତେବେ 1990 ମସିହାରେ ବ୍ରିଟିଶ ସୈନିକ ମାନେ କିଛି ମହିଳା ଙ୍କ ସହ ଜବରଦସ୍ତ ସମ୍ପର୍କ ରଖିଥିଲେ । ତେବେ ସେହି ସମୟରେ ଏହି ଗ୍ରାମଟି ଗଢି ଉଠିଥିଲା । ଏହାପରେ ସେହି ସମାଜର ଲୋକମାନେ ଏହି ସମସ୍ତ ମହିଳା ଙ୍କୁ ତାଙ୍କ ସମାଜରୁ ବାହାର କରିଦେଇଥିଲେ ।

ଏହା ପରେ ସମସ୍ତ ୧୫ ଜଣ ମହିଳା ଏହି ଜାଗାରେ ଆସି ରହିବାକୁ ଲାଗିଲେ । ଧୀରେ ଧୀରେ ହିଂସା ର ଶିକାର ହୋଇଥିବା ଅନ୍ୟ ମହିଳା ମାନେ ଆସି ରହିବାକୁ ଲାଗି ଏହି ୧୫ ଜଣ ମହିଳା ଙ୍କ ସହିତ । ବାଲ୍ୟ ବିବାହରୁ ବଞ୍ଚିତ ହୋଇ କିଛି କିଛି ବାଳିକା ମାନେ ମଧ୍ୟ ଏହି ଗ୍ରାମ କୁ ଆସିଲେ ଯେଉଁମାନେ ସମୟକ୍ରମେ ଏହିଠାରେ ରହିବାକୁ ଲାଗିଲେ ।

ବର୍ତ୍ତମାନ ୩୦୦ ରୁ ଉର୍ଦ୍ଧ ମହିଳା ନିଜ ସନ୍ତାନ ମାନଙ୍କ ସହିତ ଏହି ଗ୍ରାମରେ ରହୁଛନ୍ତି । ତେବେ ପ୍ରକୃତ କଥା ହେଉଛି ଯେ ଗ୍ରାମରେ କୌଣସି ମହିଳା ପ୍ରବେଶ କରନ୍ତି ନାହିଁ କିନ୍ତୁ ମହିଳା ମାନେ ବାହାରକୁ ଜାଆନ୍ତି ସେଠାରେ ସେମାନେ ଶାରୀରିକ ସମ୍ପର୍କ ରଖିବା ପରେ ପୁଣିଥରେ ଗ୍ରାମ କୁ ଫେରି ଆସନ୍ତି । ଏବଂ ନିଜ ବଂଶ କୁ ଆଗକୁ ବଢାଇଥାନ୍ତି । ଏଠାରେ ୧୦୦ ଜଣ ମହିଳା ଙ୍କ ମଧ୍ୟରେ କେବଳ ୧୦ ଜଣ ପୁରୁଷ ଙ୍କୁ ହିଁ ଦେଖି ପାରିବେ ।

ଏହି ଗ୍ରାମରେ ଆପଣ ଅନେକ ସୁନ୍ଦର ସୁନ୍ଦର କନ୍ୟା କୁ ଦେଖିବାକୁ ପାଇବେ । ଏଠାରେ ଥିବା ମହିଳା ମାନେ ବିବାହ ବୟସ ଅତିକ୍ରମ କରିଯାଇଥିଲେ ମଧ୍ୟ ବିବାହ କରିପାରୁନାହାଁନ୍ତି । ମହିଳା ଙ୍କ ଜନସଂଖ୍ୟା ଏହି ଗ୍ରାମରେ ଅଧିକ ଥିବାରୁ ଗ୍ରାମର ସମସ୍ତ ନିଷ୍ପତ୍ତି ମହିଳା ମାନେ ହିଁ ନେଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button