ଦେଶ ବିଦେଶ

ଫଟୋଗ୍ରାଫର ବନାଇଲେ କ୍ୟାମେରା ଭଳି ନିଜର ଘର, ଯାହାର ନା ରଖିଲେ ‘କ୍ଲିକ୍’, ପିଲାଙ୍କ ନା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

କ୍ୟାମେରା ପ୍ରତି ଥିବା ଆବେଗ ପାଇଁ ଏକ ଫୋଟୋଗ୍ରାଫର ଦମ୍ପତି ତାଙ୍କ ଘରକୁ କ୍ଯାମେରା ଭଳି ତିଆରି କରିଛନ୍ତି, କେବଳ ସେତିକି ନୁହେଁ ଏହା ସହିତ ସେ ତାଙ୍କ ତିନୋଟି ପୁଅଙ୍କୁ ବି କ୍ୟାମେରା କମ୍ପାନି ନାମରେ ନାମକରଣ କରିଛନ୍ତି । କର୍ଣାଟକ ର ବେଲଗାମ ଜିଲ୍ଲାର ଏହି ସ୍ଵାମୀ ଏବଂ ସ୍ତ୍ରୀ ୪୯ ବର୍ଷର ରବି ଏବଂ କୃପା ହୋଙ୍ଗଳ ନିଜର ତିନି ମହଲା ଘରକୁ ଏକ କ୍ୟାମେରା ରୂପରେ ତିଆରି କରିଛନ୍ତି ।

ଯାହାର ନାମ ସେ ‘କ୍ଲିକ’ ବୋଲି ରଖିଛନ୍ତି, ଏଇଟା ତାଙ୍କର ସ୍ଵପ୍ନ ଥିଲା । ଏହା ବ୍ଯତୀତ ସେମାନେ ତାଙ୍କ ତିନୋଟି ପୁଅଙ୍କୁ କ୍ୟାମେରା ର ବଡ ବଡ କମ୍ପାନି କ୍ୟାନନ, ଏପ୍ସନ ଏବଂ ନିକନ ନାମରେ ପରିଚୟ ଦେଇଛନ୍ତି ।

Image Courtesy: Google

୭୧ ଲକ୍ଷ ଟଙ୍କାର ଏହି ତିନି ମହଲା ଘରର ବ୍ୟୁ ଫ୍ହାଉଣ୍ଡର ଶେପରେ ଝରକା ଓ ଲେନ୍ସ ତିଆରି କରାଯାଇଛି । ତାହା ସହିତ ଫିଲ୍ମ ସ୍ଟ୍ରିପ, ଫ୍ଲାଶ ଏବଂ ମେମୋରୀ କାର୍ଡ ବି ତିଆରି କରାଯାଇଛି । ୧୯୮୬ ବର୍ଷରୁ ଫୋଟୋଗ୍ରାଫୀ କରୁଥିବା ରବି ହୋଙ୍ଗଳ କହିଛନ୍ତି ଯେ ସେ ତାଙ୍କ ପୁରୁଣା ଘର ବିକ୍ରୀ କରିବା ପରେ ସେଥିରୁ ସେ ଆଉ କିଛି ପଇସା ମିଶାଇ ଏହି କ୍ୟାମେରା ରୁପର ଘର ସେ ନିର୍ମାଣ କରେଇଛନ୍ତି ।

Image Courtesy: Google

ରବି ଙ୍କର ସ୍ତ୍ରୀ କୃପା କହିଲେ ଯେ ‘ତାଙ୍କର ସ୍ଵପ୍ନ ପୁରଣ ହେଲା । ଏବେ ଏମିତି ବି ଲାଗୁଛି କି ଆମେ ଅଲଗା ଦୁନିଆରେ ନିବାସ କରୁଛୁ । କ୍ୟାମେରା ଭିତରେ ଆମେ ଅଛୁ ବୋଲି ଜଣାପଡୁଛି । ମୁ ମୋ ସ୍ଵାମୀଙ୍କ ଉପରେ ବହୁତ ଗର୍ବିତ’। ବାହାରୁ ଦେଖିବାକୁ ମିଳୁଥିବା ଏହି କ୍ୟାମେରା ରୁପର ଘର ବହୁତ ଆକର୍ଷିତ । ଏହା ବ୍ଯତୀତ ଏହି ଘରର ଭିତର ଡେକୋରେସନ ଆଉ ଲାଇଟିଙ୍ଗ ବହୁତ ଆକର୍ଷିତ । ସେହି ସହରରେ ଏହି କ୍ୟାମେରା ଘରଟି ବହୁତ ଲୋକପ୍ରିୟ ଏବଂ ଆକର୍ଷଣର କେନ୍ଦ୍ର ପାଲଟିଛି ।

Image Courtesy: Google

ଶୁଣିବାକୁ ମିଳେ କି ରବି ଙ୍କର ତାଙ୍କ ପିଲା ଦିନରୁ ହି ଫଟୋ ଉଠେଇବାର ସ୍ଵପ୍ନ ଥିଲା । ସେ ତାଙ୍କର ସ୍ଵପ୍ନ ପୂରଣ କରିବା ପାଇଁ ତାଙ୍କ ସହରରେ ବୁଲି ବୁଲି ଫଟୋ ଉଠାଉଥିଲେ । କିନ୍ତୁ ଫୋଟୋଗ୍ରାଫର ସେହି ସ୍ଵପ୍ନ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ଅଧିକ ପ୍ରଭାବ ପକାଇଥିଲା, ଯେଉଁଠାରେ ସେ ତାଙ୍କ ନିଜ ଘରକୁ ବି ଏକ କ୍ୟାମେରା ରୂପରେ ତିଆରି କରିଥିଲେ, ଯେତେବେଳେ ତାଙ୍କର ଘରର ଫୋଟୋ ସୋସିଆଲ ମିଡିଆରେ ଆସିଲା ଲୋକମାନେ ଏହାର ବହୁତ ପ୍ରଶଂସା ମଧ୍ୟ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button