ନୀତି

ଶାସ୍ତ୍ରଅନୁଯାୟୀ, ବ୍ୟକ୍ତିଙ୍କ କଥା କହିବା ଶୈଳୀରୁ ଜାଣନ୍ତୁ ତାଙ୍କର ସ୍ବଭାବ

ସମୁଦ୍ରଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଚାଲିଚଳନରୁ ତାଙ୍କ ବିଷୟରେ ସବୁ କିଛି ଜଣାପଡ଼ିଥାଏ। ଜଣେ ବ୍ୟକ୍ତି କେଉଁ ପ୍ରକାରର, କିପରି ତାଙ୍କର ଭବିଷ୍ୟ, କିପରି ତାଙ୍କର ବ୍ୟବହାର ଆଦି ସବୁ ତାଙ୍କର କଥା କହିବା ଶୈଳୀରୁ ଜଣାପଡ଼ିଥାଏ। ଏପରି କି ଆପଣ ଏଥିରୁ ସାମ୍ନା ବ୍ୟକ୍ତି ବିଶ୍ବସଯୋଗ୍ୟ କି ନୁହଁ ତାହା ମଧ୍ୟ ଜାଣିପାରିବେ। ଆଜି ଆମେ ଆପଣଙ୍କୁ ବ୍ୟକ୍ତିଙ୍କ ସ୍ବର ବା କଥା କହିବା ଶୈଳୀରୁ କିପରି ତାଙ୍କ ସ୍ବଭାବ ଜଣାପଡ଼ିବ ତାହା ବିଷୟରେ କହିବାକୁ ଯାଉଛୁ।

talking 2

-ସମୁଦ୍ରଶାସ୍ତ୍ର ଅନୁଯାୟୀ, ଉଚ୍ଚ ସ୍ବରରେ କଥା ହୋଇଥିବା ବ୍ୟକ୍ତି ସବୁବେଳେ ନିଜକୁ ସବୁସ୍ଥାନରେ ସଠିକ୍ ସାବ୍ୟସ୍ତ କରିବାକୁ ଚେଷ୍ଠା କରିଥାନ୍ତି। ଏପରି ବ୍ୟକ୍ତି ସବୁବେଳେ ଭାବନ୍ତି , ସେ ଠିକ୍ ହୁଅନ୍ତୁ ବା ଭୁଲ ସମସ୍ତେ ତାଙ୍କ ହଁରେ ହଁ କହିବା ଜରୁରୀ। ଉଚ୍ଚ ସ୍ବରରେ କଥା ହୋଇଥିବା ବ୍ୟକ୍ତି ଅନ୍ୟଙ୍କୁ ସବୁବେଳେ ନିଜ ଆଡକୁ ଆର୍କଷିତ କରିବାକୁ ଚେଷ୍ଠା କରିଥାନ୍ତି।

-କିଛି ଲୋକ ସାଧାରଣ କଥା ହେବା ସମୟରେ ମଧ୍ୟ ସେମାନେ କାହା ସହ ଝଗଡ଼ା କଲା ଭଳି କଥା ହୋଇଥାନ୍ତି। କିନ୍ତୁ ଏପରି କର୍କଶ ସ୍ବର ଥିବା ବ୍ୟକ୍ତି ଅଧିକ ଜ୍ଞାନି ହୋଇଥିବା ବେଳେ ସବୁବେଳେ ସମସ୍ତଙ୍କ ଭଲ କାମନା କରିଥାନ୍ତି।

-ସମୁଦ୍ରଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତି ଅଧିକ ମଧୁର କଥାବାର୍ତ୍ତା କରିଥାନ୍ତି ସେମାନେ ସହଜରେ କାହାକୁ ମଧ୍ୟ ଭୁଆଁ ବୁଲାଇପାରିଥାନ୍ତି। ଏହି ବ୍ୟକ୍ତି ମାନଙ୍କ ମନରେ ଅଧିକ ଖରାପ କଥା ଲୁଚି ରହିଥାଏ। ଏପରିକି ଏହି ବ୍ୟକ୍ତିଙ୍କୁ ଅବସର ସମୟ ମିଳିବା ମାତ୍ରେ ନିଜର ଫାଇଦା ପାଇଁ ସାମ୍ନା ଲୋକଙ୍କୁ ହାନି ପହଞ୍ଚାଇବା କଥା ଚିନ୍ତା କରିଥାନ୍ତି। ଏଣୁ ଏହି ବ୍ୟକ୍ତିଙ୍କ ନିକଟରୁ ସବୁବେଳେ ବଞ୍ଚିକି ରହିବା ଉଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button