ବିଚାର

ଧଳା ଚୁଟିକୁ ସପ୍ତାହେ ମଧ୍ୟରେ କଳା କରିଦେବ ଭୃଙ୍ଗରାଜ, ଏମିତି କରନ୍ତୁ ବ୍ୟବହାର

ସମସ୍ତେ ଘନ, କଳା, ଲମ୍ବା କେଶ ଚାହାଁନ୍ତି। କିନ୍ତୁ ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ ଓ ଖାଦ୍ୟ ପାନୀୟ ଯୋଗୁ କମ୍‌ ବୟସରେ ହିଁ ଚୁଟି ଧଳା ହୋଇଯାଉଛି। ଯଦି ଆପଣଙ୍କ କେଶ ବି ଧଳା ହୋଇଯାଇଛି ତେବେ ଘରୋଇ ଉପାୟ ଆପଣାଇ ଆପଣ ଏହାକୁ କଳା କରିପାରିବେ। ଆୟୁର୍ବେଦ ଅନୁସାରେ ଭୃଙ୍ଗରାଜ ବ୍ୟବହାର କରି ମଧ୍ୟ ଆପଣ ଧଳା ଚୁଟିକୁ କଳା କରିପାରିବେ। ଆସନ୍ତୁ ଜାଣିବା କେଶକୁ କଳା କରିବାକୁ କେମିତି ବ୍ୟବହାର କରିିବେ ଭୃଙ୍ଗରାଜ…

Bhringraj3

  • ଭୃଙ୍ଗରାଜ ଓ ନଡ଼ିଆ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଲଗାଇଲେ ଧଳା ଚୁଟି ସମେତ ରୁପି, କେଶ ଝଡ଼ିବା ସମସ୍ୟା ସହ ଇନ୍‌ଫେକସନ୍‌ ସମସ୍ୟା ବି ଦୂର ହୋଇଥାଏ। ଏହା ମୁଣ୍ଡକୁ ଶାନ୍ତ ରଖିବାରେ ବି ସାହାଯ୍ୟ କରେ।
  • ଏଥିପାଇଁ ୩-୪ ଚାମଚ ନଡ଼ିଆ ତେଲରେ ୧୦୦ ଗ୍ରାମ୍‌ ଭୃଙ୍ଗରାଜ ତେଲ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହି ପେଷ୍ଟକୁ ସପ୍ତାହରେ ଦୁଇ ଥର ଲଗାନ୍ତୁ। ସମସ୍ତ କେଶ ସମସ୍ୟା ଦୂର ହେବ।

Bhringraj2

  • ଆପଣ ଚାହିଁଲେ ବଜାରରେ ମିଳୁଥିବା ଭୃଙ୍ଗରାଜ ତେଲକୁ କିଣି ଆଣି ମୁଣ୍ଡରେ ଲଗାଇପାରିବେ। ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ମସାଜ୍‌ କରନ୍ତୁ। ସକାଳେ ମୁଣ୍ଡକୁ ସାମ୍ପୁ କରିଦିଅନ୍ତୁ।
  • ଆପଣ ଚାହିଁଲେ ଗାଧୋବାର ଦୁଇ ଘଣ୍ଟା ପୂର୍ବରୁ ମଧ୍ୟ ଏହି ତେଲକୁ ମସାଜ୍‌ କରି ପରେ ସାମ୍ପୁ କରିପାରିବେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button