ଜୀବନଶୈଳୀ

ଶୋଇବା ସମୟରେ ପାଖରେ ରଖିଲେ ଏହି ନିର୍ଦ୍ଦିଷ୍ଟ ଜିନିଷ, ଭୋଗିବାକୁ ପଡ଼ିବ ଖରାପ ପରିଣାମ

ଅନେକ ବ୍ୟକ୍ତିଙ୍କର ମୁଣ୍ଡ ପାଖରେ କିଛି ଖାସ ଜିନିଷ ରଖି ଶୋଇବାର ଅଭ୍ୟାସ ରହିଥାଏା ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ କିନ୍ତୁ ସେହି ଜିନିଷର ନକାରାତ୍ମକ ପ୍ରଭାବ ଆମ ଜୀବନରେ ପଡ଼ିଥାଏା ଏହା ଆମେ କହୁନାହୁଁ ବରଂ ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅନେକ ତଥ୍ୟରୁ ଜଣାପଡ଼ିଛିା ମାନସିକ ଏବଂ ଶାରୀରିକ ଶାନ୍ତି ପାଇଁ ଶୋଇବା ସମୟରେ ମୁଣ୍ଡ ପାଖରେ କିଛି ନିର୍ଦ୍ଦିଷ୍ଟ ଜିନିଷ ନରଖିବା ଉଚିତ୍ା

-ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ପର୍ସ ବା ଟଙ୍କା ରଖି ଶୁଅନ୍ତୁ ନାହିାଁ କାରଣ ଏହାର ନକାରତ୍ମକ ପ୍ରଭାବ ଆମ ଭବିଷ୍ୟତରେ ପଡିଥାଏା ଏହା ଦ୍ବାରା ଅର୍ଥ ସମ୍ବନ୍ଧୀୟ ଅସୁବିଧା ଦେଖା ଦେଇଥାଏା

man sleeping

-ଅଧିକାଂଶ ଯୁବକ-ଯୁବତୀଙ୍କୁ ମୁଣ୍ଡ ପାଖରେ ଫୋନ ରଖି ଶୋଇବା ଭଳି ଖରାପ ଅଭ୍ୟାସ ରହିଥାଏା ଏହି କାରଣରୁ ମୋବାଇଲରୁ ବାହାରିଥିବା ତରଙ୍ଗ ମସ୍ତିଷ୍କରେ ପହଞ୍ଚି ଏହା ଉପରେ ଖରାପ ପ୍ରଭାବ ପକାଇଥାଏା ଯାହା ଫଳରେ ଚିଡଚିଡାପଣ, ମୁଣ୍ଡବିନ୍ଧା, ମାନସିକ ଅଶାନ୍ତି ଆଦି ସ୍ତିତିର ସାମ୍ନା କରିବାକୁ ପଡିଥାଏା ଏଣୁ ଭୁଲରେ ମଧ୍ୟ ମୁଣ୍ଡ ପାଖରେ ମୋବାଇଲ ରଖି ଶୁଅନ୍ତୁ ନାହିାଁ

-କିଛି ଲୋକଙ୍କର ରାତିରେ ବହି ବା ପେପର ପଡି ଶୋଇବା ଅଭ୍ୟାସ ରହିଥାଏା ଫଳରେ ନିଦ ଲାଗିବା ଦ୍ବାରା ଟକିଆ ତଳେ ବହି ବା ପେପର ରଖି ଶୋଇପଡିଥାନ୍ତିା ଏହି ଅଭ୍ୟାସ ଆପଣଙ୍କ ଜୀବନରେ ଖୁବ ଖରାପ ପ୍ରଭାବ ପକାଇଥାଏା

-କିଛି ବ୍ୟକ୍ତି ନିଜ ଖଟ ତଳେ ଚପଲ ରଖି ଶୋଇପଡିଥାନ୍ତିା ଏହା ଦ୍ବାରା ଜୀବନରେ ନକାରତ୍ମକ ପ୍ରଭାବ ପଡିଥାଏା ଏପରିକି ଏହାର ପ୍ରଭାବ ଦ୍ବାରା ସ୍ବାସ୍ଥ୍ୟ, ଧନ ଆଦି ଉପରେ ଖରାପ ପ୍ରଭାବ ପକାଇଥାଏା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button