ମନୋରଞ୍ଜନ

ସମ୍ବଲପୁରର ମନୀଷା କୁଇନ ୟୁନିଭର୍ସ ମିସେସ୍‌ ଓଡ଼ିଶା ମୁକୁଟ ବିଜୟିନୀ

ସମ୍ବଲପୁରର ମନୀଷା ମହାପାତ୍ର କୁଇନ୍‌ ୟୁନିଭର୍ସ ମିସେସ୍‌ ଓଡ଼ିଶା ମୁକୁଟ ବିଜୟିନୀ ହୋଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟ ବର୍ଗରେ ମନୀଷା ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଗତ ୫ ଦିନ ଧରି ଅନୁଷ୍ଠିତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଗ୍ରୁମିଂ ସେସନ, କ୍ୟାଟ୍‌ ୱାକ, ସୁଇମ୍ ୱେର, ସାକ୍ଷାତକାର ଓ ମଞ୍ଚ ପ୍ରଦର୍ଶନ ଆଦି ରାଉଣ୍ଡ ପରେ ଗତ ମଙ୍ଗଳବାର ଦିନ ବିଜେତା ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଆୟୋଜନକାରୀ ସଂସ୍ଥା ଏମ୍‌ଆଇଏଚ୍‌ଏମ୍‌ କୁଇନ ୟୁନିଭର୍ସର ପ୍ରତିଷ୍ଠାତା ନାଜ ଯୋଶୀ, ଜାତୀୟ ନିର୍ଦ୍ଦେଶିକା ନେହା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ମୁଦିପଡ଼ା ଲେବର କଲୋନି ନିବାସୀ ମନୀଷା ଏହି ପ୍ରତିଯୋଗିତା ପାଇଁ ୬ ମାସ ହେଲା ପ୍ରସ୍ତୁତି ଚଳାଇଥିଲେ। ଏହି କ୍ରମରେ ସେ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଶୋଷିତ ମହିଳାମାନଙ୍କ ସଂପର୍କରେ ଗବେଷଣା ମଧ୍ୟ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button