କ୍ରାଇମ

ପ୍ରେମିକା ପାଇଁ ହତ୍ୟାକାରୀ ସାଜିଲା ପ୍ରେମିକ, ଯୁବକଙ୍କ ମୁଣ୍ଡକୁ ଗୁଳି ମାରି କଲା ହତ୍ୟା – Utkal Mail


ସୁଲତାନପୁର: ପ୍ରେମିକା ପାଇଁ ହତ୍ୟାକାରୀ ସାଜିଲା ପ୍ରେମିକ। ସାନ ଭଉଣୀକୁ ଜଣେ ଯୁବକ ହଇରାଣ କରୁଛି ବୋଲି ପ୍ରେମିକକୁ କହିଥିଲା ପ୍ରେମିକା। ଏହା ଶୁଣି ରାଗିଯିବା ସହ ପ୍ରେମିକ ହଇରାଣ କରୁଥିବା ଯୁବକଙ୍କୁ ଗୁଳି ମାରି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାଟି ଅଗଷ୍ଟ ୨୦ରେ ଘଟିଥିବା ବେଳେ ଆଜି ପୁଲିସ ଅଭିଯୁକ୍ତ ଓ ହତ୍ୟାରେ ସାହାଯ୍ୟ କରିଥିବା ତା’ର ୨ସାଙ୍ଗଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତମାନେ ହେଲେ ନୀରଜ ସିଂହ, ରାଜ ସିଂହ ଓ ପଙ୍କଜ କୁମାର। ଏହା ସହ ମୃତକଙ୍କ ନାମ ସଫଦର ଇମାମ ବୋଲି ଜଣାପଡ଼ିଛି।

ପୁଲିସର ସୂଚନା ମୁତାବକ, ନୀରଜ ସିଂହ ବରୁଇ ଗ୍ର‌ାମର ଜଣେ ଯୁବତୀଙ୍କୁ ଭଲପାଉଥିଲେ। ଘଟଣାର କିଛି ଦିନ ପୂର୍ବରୁ ନୀରଜଙ୍କ ପ୍ରେମିକା ତାଙ୍କୁ କହିଥିଲେ ଯେ, ସଫଦର ତାଙ୍କ ଭଉଣୀକୁ ହଇରାଣ କରିବା ସହ ଯିବା-ଆସିବା ବେଳେ କାଗଜରେ ନମ୍ବର ଲେଖି ତାଙ୍କ ଉପରକୁ ଫିଙ୍ଗୁଛି। ଏହା ଶୁଣି ରାଗିଯିବା ସହ ନୀରଜ ଓ ତା’ର ୨ସାଙ୍ଗ ଘଟଣା ଦିନ ବରୁଇ ଗାଁ ପାଖରେ ଥିବା ଏକ ପାର୍କ ନିକଟରେ ସଫଦରକୁ ଅଟକାଇ ଏବିଷୟରେ ପଚାରିଥଲେ। ହେଲେ ସଫଦର ନୀରଜ ଓ ରାଜକୁ ଚାପୁଡା ମାରି ଆଗକୁ ବଢ଼ିଥିଲେ। ଚାପୁଡ଼ା ଖାଇବା ପରେ ରାଜ୍ ବନ୍ଧୁକ ବାହାର କରି ସଫଦରଙ୍କୁ ଗୁଳି ମାରିବାକୁ ଚେଷ୍ଟା କରିଥିଲେ ବି ଗୁଳିଟି ତାଙ୍କ ଦେହରେ ବାଜି ନଥିଲା। ଏହା ପରେ ନୀରଜ ଦୌଡ଼ି ଯାଇ ସଫଦରକୁ ଅଟକାଇବା ସହ ତାଙ୍କୁ ପୁଣି ତାଗିଦ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ସଫଦର ରାଗରେ ଆଉ ଥରେ ଚାପୁଡ଼ା ମାରିବାରୁ ନୀରଜ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। ଏହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button