ମନୋରଞ୍ଜନ

ସାଲାଡର ଜବରଦସ୍ତ ଫାଇଦା ବିଷୟରେ ଜାଣିଲେ ପ୍ରତିଦିନ ଖାଇବାକୁ ଚାହିଁବେ ଆପଣ

ଆମେ ସାଧାରଣତଃ ଭାତ କିମ୍ବା ରୁଟି ଖାଇଲାବେଳେ ସାଲାଡ୍‌ ଖାଇଥାନ୍ତି, କିନ୍ତୁ ପ୍ରତିଦିନ ଏହାକୁ ଖାଇପାରନ୍ତିନି। ବେଳେବେଳେ ସପ୍ତାହେ ବିତିଯାଏ ଆମେ ସାଲାଡ ଖାଇପାନ୍ତିନି। କିନ୍ତୁ ଆପଣ ସାଲାଡ୍‌ ଖାଇବାର ଲାଭ ବିଷୟରେ ଯଦି ଜାଣିବେ ତାହେଲେ ଆପଣ ଏହାକୁ ପ୍ରତିଦିନ ଖାଇବାକୁ ଇଚ୍ଛା କରିବେ।

ସାଲାଡରେ ଏନଜାଇମସ୍‌ ଥାଏ ଯାହା ହଜମକୁ ଠିକ କରିବାରେ ସାହାଯ୍ୟ କରେ। ଖାଦ୍ୟକୁ ରାନ୍ଧିବା ଦ୍ୱାରା ଏନଜାଇମ୍ସ ନଷ୍ଟ ହୋଇଯାଇଥାଏ କାହିଁକିନା ୩୭ ଡିଗ୍ରୀ ତାପମାତ୍ରାରେ କୌଣସି ବି ଏନଜାଇମ ବଞ୍ଚିପାରିନଥାଏ। ଏଥିପାଇଁ ଫଳ ଏବଂ ସାଲାଡରେ ହିଁ ଏହି ଏନଜାଇମ ସତେଜ ହୋଇଥାଏ। ଏମିତିରେ ଯଦି ଆପଣ ଭୋଜନରେ ସାଲାଡ ଖାଇଲେ ତାହେଲେ ଆପଣଙ୍କୁ ଅନେକ ଫାଇଦା ମିଳିବ। ଆପଣ ଅତିକମରେ ସପ୍ତାହକୁ ତିନି ଥର ନିଶ୍ଚୟ ଖାଇବା ଉଚିତ।

– ଯଦି ଆପଣ ଏକ୍ସରସାଇଜ କରୁଛନ୍ତି ତାହେଲେ ସାଲାଡ ଖାଇବା ଦ୍ୱାରା ଦାନ୍ତ ଏବଂ ମାଢ଼ିର ଏକ୍ସରସାଇଜ ହୋଇଥାଏ। ଯେଉଁ ଲୋକ ବିଲକୁଲ ବି ସାଲାଡ ଖାଆନ୍ତିନାହିଁ, ସେମାନଙ୍କ ଦାନ୍ତ ଜମା ବି ମଜବୁତ ହୋଇନଥାଏ।

salad– ସାଲାଡରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ଯେତେବେଳେ ଆମେ ସାଲାଡ ଖାଆନ୍ତି ସେତେବେଳେ ପ୍ରାକୃତିକ ରୂପରେ ଫାଇବର ରହିଥାଏ, ଯାହାଦ୍ୱାରା ଶରୀରରେ ଫାଇବରର ଅଭାବ ରହିନଥାଏ।

– ପାଚନ ତନ୍ତ୍ର ପାଇଁ ସାଲାଡ ବହୁତ ଭଲ ହୋଇଥାଏ।

– ଏହାବ୍ୟତୀତ ଓଜନ କମ୍‌ କରିବାରେ ମଧ୍ୟ ସାଲାଡ ବହୁତ ଭଲ ଖାଦ୍ୟ ହୋଇଥାଏ। ଯଦି ଆପଣ ବହୁତ ସମୟ ଧରି ହେଲଦି ଡାଏଟ ପାଇଁ ପ୍ଲାନ କରୁଛନ୍ତି, ତାହେଲେ ପ୍ରଥମେ ସାଲାଡ୍‌ ଖାଆନ୍ତୁ, ଏହାପରେ ଆପଣ ନିଜେ ହିଁ ଖାଦ୍ୟ କମ୍‌ ଖାଇବେ।

– ଯେଉଁ ଲୋକ ନନଭେଜ୍‌ ଖାଆନ୍ତି ତାଙ୍କ ପାଇଁ ସାଲାଡ୍‌ ବହୁତ ଲାଭଦାୟକ ହୋଇଥାଏ। ନନଭେଜରେ ବିଲକୁଲ ବି ଫାଇବବର ନଥାଏ ଏବଂ ଏହାସହିତ ନନଭେଜ ଏସିଡିଟୀ ଥାଏ। ଏମିତିରେ ନନଭେଜ ଡାଏଟକୁ ସନ୍ତୁଳିତ କରିବା ପାଇଁ ମଧ୍ୟ ସାଲାଡ ଖାଇବା ଉଚିତ।

– ସାଲାଡରେ କ୍ୟାଲସିୟମ, ମିନେରାଲ୍ସ ଭଳି ଜିନିଷ ମଧ୍ୟ ରହିଛି, ଯାହା ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button