ଦେଶ ବିଦେଶ

ଆପଣ ଅଣ୍ଡା ପ୍ରିୟ କି? ଜାଣନ୍ତୁ କିପରି ରୂପରେ ଏହାକୁ ଖାଇବା ସ୍ୱାସ୍ଥ୍ୟପ୍ରଦ

ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ’, ଏହି ଟ୍ୟାଗ ଲାଇନ୍‌ ତ ଆପଣମାନେ ସମସ୍ତେ ଶୁଣିଥିବେ। ଅଣ୍ଡା ପ୍ରୋଟିନରେ ଭରପୂର ସବୁଠାରୁ ଭଲ ଖାଦ୍ୟ ମଧ୍ୟରୁ ଗୋଟିଏ। ସ୍ୱାସ୍ଥ୍ୟପ୍ରଦ ହେବା କାରଣରୁ ଏହାକୁ ସବୁ ବର୍ଗର ଲୋକେ ସେବନ କରିଥାଆନ୍ତି। ଜିମ୍‌ ଯାଉଥିବା ଏବଂ ଓଜନ ବଢ଼ାଉଥିବା ଲୋକଙ୍କ ଖାଦ୍ୟର ଏକ ଉପାଦାନ ହେଉଛି ଅଣ୍ଡା। ଅଣ୍ଡା ଖାଇବା ନିଜ ନିଜର ପସନ୍ଦ ମୁତାବକ ହୋଇଥାଏ। କିଛି ଲୋକ ସିଝା, କିଛି ଲୋକ ଅଳ୍ପ ସିଝା ଆଉ କେତେଜଣ କଞ୍ଚା ଅଣ୍ଡା ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କେମିତି ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ କେଉଁ ରୂପରେ ଅଣ୍ଡା ଖାଇବା ଅନୁଚିତ?

egg

ସିଝା ଏବଂ ଫ୍ରାଏଡ୍‌ ଅଣ୍ଡା ଖାଇବା ସଠିକ୍‌ ହୋଇଥାଏ, ହେଲେ ବର୍ଷା ଋତୁରେ କଞ୍ଚା ଅଣ୍ଡା ଖାଇବା କୌଣସି ବିପଦରୁ କମ୍‌ ନୁହେଁ। ଏମିତି ଖାଇବାରେ ଆପଣଙ୍କୁ ଗମ୍ଭୀର ରୋଗର ଶିକାର ହେବାକୁ ପଡ଼ିପାରେ। କାରଣ, କଞ୍ଚା ଅଣ୍ଡାରେ ଅନେକ ପ୍ରକାର ବ୍ୟାକ୍ଟେରିଆ ଥାଇପାରନ୍ତି। ଅଣ୍ଡାରେ ଏମିତି କିଛି ପୋଷକ ତତ୍ତ୍ୱ ଥାଏ, ଯାହାକୁ ଖାଇବାରେ ହଜମ ହେବାରେ ସମସ୍ୟା ଉପୁଜିଥାଏ। କଞ୍ଚା ଅଣ୍ଡାରେ ଥିବା ସମସ୍ତ ପ୍ରୋଟିନ୍‌ ମଧ୍ୟରୁ କେବଳ ୫୧ ପ୍ରତିଶତ ଅଂଶକୁ ଆମ ଶରୀର ଅବଶୋଷିତ କରିପାରିଥାଏ, ଯେତେବେଳେ କି ରାନ୍ଧି ଖାଇବାରେ ଶରୀରକୁ ୯୧ ପ୍ରତିଶତ ପଯ୍ୟର୍ନ୍ତ ପ୍ରୋଟିନ୍‌ ମିଳିଥାଏ।

egg2

କେଉଁ ରୂପରେ ଖାଇବା ସଠିକ୍‌ ଅଟେ

ଅଣ୍ଡାକୁ ସିଝାଇ ଖାଇବା ସବୁଠାରୁ ଭଲ। ତେବେ କେତେଜଣ କଞ୍ଚା ଅଣ୍ଡା ଖାଇଥାଆନ୍ତି। ଏହା ପଛରେ ଏକ ଯୁକ୍ତି ରହିଛି କି କଞ୍ଚା ଅଣ୍ଡା ଅଧିକ ପୋଷଣ ଦେଇଥାଏ। କିନ୍ତୁ ଏହା ସେପରି ନୁହେଁ।

ସିଝା ଅଣ୍ଡାରେ କ’ଣ ରହିଛି ଖାସ୍‌ ତତ୍ତ୍ୱ

ସିଝା ଅଣ୍ଡା ପ୍ରାୟତଃ ସମସ୍ତେ ଖାଇଥାଆନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ ସିଝା ଅଣ୍ଡା ଖାଇଲେ ଏଥିରୁ ୯୦ ପ୍ରତିଶତ ପ୍ରୋଟିନ୍‌ ଶରୀରରେ ପହଞ୍ଚିଥାଏ। ଏହାସହିତ ଏହା ପାଚନକ୍ରିୟା ପାଇଁ ମଧ୍ୟ ଉତ୍ତମ ହୋଇଥାଏ।

egg3

କେତେ ସମୟ ପଯ୍ୟର୍ନ୍ତ ସିଝାଇବା ବା ରାନ୍ଧିବା ଉଚିତ

ଅଣ୍ଡାକୁ ଅଧିକ ତାପମାତ୍ରାରେ ସିଝାନ୍ତୁ ନାହିଁ। ଅଣ୍ଡା ସିଝିବା ପାଇଁ ୭ରୁ ୯ମିନିଟ୍‌ ସମୟ ପୂରା ସଠିକ୍‌ ହୋଇଥାଏ। ଏହି ସମୟରେ ଆଞ୍ଚକୁ ମିଡିୟମରେ ରଖନ୍ତୁ। ଏକ ଗବେଷଣାରୁ ଜଣାପଡ଼ିଛି, ଅଣ୍ଡାକୁ ଅଧିକ ତାପମାତ୍ରାରେ ସିଝାଇଲେ ସେଥିରେ ଥିବା ଭିଟାମିନ୍‌ ଏ ୧୭ରୁ ୨୦ ପ୍ରତିଶତ ପଯ୍ୟର୍ନ୍ତ କମିଯାଇଥାଏ। ସେହିପରି ଆଣ୍ଟିଅକ୍ସିଡେଣ୍ଟସ୍‌ ମଧ୍ୟ ହ୍ରାସ ପାଇଥାଏ।

ବର୍ଷା ଋତୁରେ କେମିତି ଅଣ୍ଡା ଖାଇବା ଦରକାର

ବର୍ଷାରେ କଞ୍ଚା ଅଣ୍ଡା ଖାଇବା ଲୋକଙ୍କୁ ଏମିତି କିଛି ନା କିଛି ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଇଥାଏ। ଅଣ୍ଡା ଚୋପାରେ ‘ସାଲମୋନେଲା’ ନାମକ ବ୍ୟାକ୍ଟେରିଆ ରହିଥାଏ, ଯାହାକି କଞ୍ଚା ଖାଇବାରେ ସଂକ୍ରମଣର କାରଣ ବନିଯାଇଥାଏ। ଏପରିକି, କଞ୍ଚା ଅଣ୍ଡା ଖାଇଲେ ବାନ୍ତି, ଡାଇରିଆ, ଜ୍ୱର ଆଦି ସମସ୍ୟା ଦେଖାଦେଇପାରେ। ତେଣୁ ବର୍ଷାରେ କଦାପି କଞ୍ଚା ଅଣ୍ଡା ସେବନ କରିବା ଉଚିତ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button